Posted inଜାତୀୟ

ସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ପରେ ମୁହଁ ଖୋଲିଲେ ଅମରିନ୍ଦରଙ୍କ ସ୍ତ୍ରୀ

ଚଣ୍ଡିଗଡ଼,୪।୧୦: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହଟାଇଯିବା ପରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ଏଭଳି ପରିସ୍ଥିତିରେ କ୍ୟାପଟେନଙ୍କ ସ୍ତ୍ରୀ ତଥା ଏମ୍‌ପି ପ୍ରିନୀତି କୌର କଂଗ୍ରେସ ହାଇକମାଣ୍ଡ ଉପରେ ରାଗିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଯଦି ପରିସ୍ଥିତି ଏପରି ଜାରି ରହେ ତେବେ ଆସନ୍ତା ୨୦୨୨ ନିର୍ବାଚନରେ କଂଗ୍ରେସ ୧୧୭ ରୁ ୧୫ଟି ଆସନ ପାଇବା କଷ୍ଟକର ହେବ। ଅମରିନ୍ଦର ସିଂ ଜଣେ ସୈନିକ ଏବଂ ସେ ଏହି ଯୁଦ୍ଧରେ ମଧ୍ୟ ଜିତିବେ ବୋଲି ସେ କହିଛନ୍ତି। ସେହିପରି କୃଷି ଆଇନ ସମ୍ପର୍କରେ ପ୍ରୀତ ସେ କହିଛନ୍ତି ଯେ, ଏହି ଆନ୍ଦୋଳନକୁ ବନ୍ଦ କରିବା ପାଇଁ କ୍ୟାପଟେନ କେନ୍ଦ୍ରରେ ଭାଜପା ସରକାରଙ୍କ ବରିଷ୍ଠ ନେତାଙ୍କ ସହ ଯୋଗାଯୋଗ କରୁଛନ୍ତି ଏବଂ ଖୁବ ଶୀଘ୍ର ଭଲ ଫଳାଫଳ ଆସିବ। ବିଧାନସଭା ନିର୍ବାଚନରେ କୃଷକଙ୍କ ଆନ୍ଦୋଳନ ଏକ ବଡ଼ ପ୍ରସଙ୍ଗ ହେବ। କ୍ୟାପଟେନ କୃଷି ଆଇନର ସମୀକ୍ଷା କରୁଛନ୍ତି। ସେ ପଞ୍ଜାବର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତିତ ଅଛନ୍ତି। ୧୯୮୮ରେ, ପଞ୍ଜାବରେ କଂଗ୍ରେସ ପ୍ରାୟ ନିଷ୍କ୍ରିୟ ଥିଲା, ସେ ତାଙ୍କର କଠିନ ପରିଶ୍ରମ ସହିତ ସେ କଂଗ୍ରେସକୁ ଉଠାଇଥିଲେ। ୨୦୦୨ରେ ସେ କଂଗ୍ରେସ ସରକାର ଗଠନ କରିଥିଲେ। ୨୦୧୭ ବିଧାନସଭା ନିର୍ବାଚନରେ ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଠନ ହେବ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ପଞ୍ଜାବରେ କଂଗ୍ରେସକୁ ଏକ ରେକର୍ଡ ବିଜୟ ଦେଇଥିଲେ କ୍ୟାପଟେନ୍‌। ଏବେ ମୁଁ କଂଗ୍ରେସରେ ଅଛି, ଆଗକୁ କଣ ହେବ ତାହା ହାଇକମାଣ୍ଡ ନିଷ୍ପତ୍ତି ନେବେ। ଏମ୍‌ପି ଭାବରେ ମୋର କାର୍ଯ୍ୟକାଳ ଆଉ ଅଢେଇ ବର୍ଷ ଅଛି। ଏହି ସମୟରେ ଲୋକଙ୍କ ସେବା ଜାରି ରଖିବି ବୋଲି ପ୍ରିନୀତିି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?