ଉଚ୍ଛେଦ ହେଲା ଏମାର ମଠ

ପୁରୀ ଅଫିସ, ୨୬ା୨: ବହୁଚର୍ଚ୍ଚିତ ତଥା ପୁରୀର ସବୁଠୁ ବିତ୍ତଶାଳୀ ମଠ ଭାବେ ପରିଚିତ ଏମାର ମଠର ଉଚ୍ଛେଦ ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଶୁକ୍ରବାର ପୁରୀ ଜିଲା ପ୍ରଶାସନ ପକ୍ଷରୁ ମଠର ଅବଶିଷ୍ଟ ପୁରୁଣା ଓ ଦୁର୍ବଳ କୋଠାଗୁଡ଼ିକୁ ଭଙ୍ଗାଯାଇଛି। ଦୁଇଜଣ ମାଜିଷ୍ଟ୍ରେଟ ଏବଂ ଏକ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଦୁଇଟି ବୁଲଡୋଜର ସହାୟତାରେ ଏହି ଉଚ୍ଛେଦ କରାଯାଇଥିଲା। ଯେପରି ଭକ୍ତଙ୍କର କୌଣସି ପ୍ରକାର ଅସୁବିଧା ନ ହେବ ସେଥିଲାଗି ପ୍ରଶାସନ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିଥିଲା। କାୈଣସି ଅଘଟଣକୁ ଏଡ଼ାଇବା ପାଇଁ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ମଠର ଆସ୍ଥାନ ଓ ଗାଦିକୁ ଛାଡ଼ି ସମସ୍ତ ଅସୁରକ୍ଷିତ ତଥା ବିପଦସଙ୍କୁଳ କୋଠାଗୁଡ଼ିକୁ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ୂଚନାଯୋଗ୍ୟ, ୨୦୧୧ରେ ଏମାର ମଠରୁ ୫୨୨ ଖଣ୍ଡ ରୁପାଇଟା ଜବତ ହୋଇଥିଲା। ସେହିପରି ଗତବର୍ଷ ଏପ୍ରିଲରେ ଆଉ ୪୫ଖଣ୍ଡ ରୁପାଇଟା ମିଳିଥିଲା। ଏହି ମଠରେ ସୁନା, ରୁପା ଭଳି ବହୁ ଗୁପ୍ତଧନ ଥିବା ନେଇ ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ପରେ ପ୍ରଶାସନ ପକ୍ଷରୁ ମଠର କିଛି ଅଂଶକୁ ଭଙ୍ଗାଯାଇଥିଲେ ମଧ୍ୟ ଗୁପ୍ତଧନ ଥିବା ସନ୍ଦେହରେ ଅନେକ ଅଂଶ ଛାଡ଼ିଦିଆଯାଇଥିଲା। ଗତବର୍ଷ ସେପ୍ଟେମ୍ବର ୧୬ରେ ମଠ ପରିସରର କିଛି ଅଂଶକୁ ଚିହ୍ନଟ କରାଯାଇଥିଲା। ଗୁପ୍ତଧନ ଥିବା ସନ୍ଦେହରେ ଗତ ୨ତାରିଖରେ ବୈଷୟିକ ଟିମ୍‌ ସହାୟତାରେ ଉକ୍ତ ସ୍ଥାନଗୁଡ଼ିକୁ ଖନନ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉପଜିଲାପାଳ, ମଠ ପରିଚାଳନା କମିଟି ଏବଂ ଟ୍ରଷ୍ଟ ସଦସ୍ୟଙ୍କ ଉପସ୍ଥିତିରେ ତିନୋଟି ସ୍ଥାନ ଖନନ କରାଯିବା ସତ୍ତ୍ୱେ ଲୁହାକଣ୍ଟା ଓ ଲୁହାମୁଣ୍ଡା ବ୍ୟତୀତ କିଛି ମିଳି ନ ଥିଲା। ଏବେ ଆଉ କୌଣସି ଗୁପ୍ତଧନ ମିଳିବାର ସମ୍ଭାବନା ନ ଥିବାରୁ ମଠର ଅବଶିଷ୍ଟ ଅଂଶକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସେହିପରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ କାର୍ଯ୍ୟ ଆରମ୍ଭ ହୋଇଛି। ଜମି ଅଧିଗ୍ରହଣ ପ୍ରାୟ ସରିଛି। ଆଉ ଅଳ୍ପ କିଛି ଜମି ଅଧିଗ୍ରହଣ ପାଇଁ ବାକି ଅଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅନୁଯାୟୀ କାର୍ଯ୍ୟ ଚାଲିଛି। ସମସ୍ତଙ୍କ ସହଯୋଗ ଓ ସହଭାଗିତାରେ କାର୍ଯ୍ୟ କରାଯିବ ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri