ବିଜେଡିକୁ ନେଇ ବଡ଼ କଥା କହିଦେଲେ ଅମର: ପୁରା ରାଜନୀତିରେ ହଇଚଇ

ଭୁବନେଶ୍ୱର,୨୧।୪: ବିଜେଡି କନ୍ଦଳକୁ ନେଇ ବରିଷ୍ଠ ନେତା ଅମର ଶତପଥୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡିରେ ଯାହା ଚାଲିଛି ଠିକ ଚାଲିନି, ମୁଁ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲି। ଦଳର ବହୁ ଲୋକ ବ୍ୟକ୍ତିଗତ ଆଲୋଚନା କରୁଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ନ ଚାଲିଲେ ଗ୍ରହଣୀୟତା ରହିବନି। ବିଜେଡିର ଚରିତ୍ରକୁ ଲୋପ କରି ଜାତୀୟ ଦଳର କଥାରେ ଚାଲିଲେ । ଓ୍ବକ୍ଫ ପ୍ରସଙ୍ଗରେ ନିଜର ସ୍ବତନ୍ତ୍ରତା ରଖିଲା ନାହିଁ ବିଜେଡି ବୋଲି ସେ କହିଛନ୍ତି। ଓଡ଼ିଶାରେ ନୂଆ ଆଞ୍ଚଳିକ ଦଳ ଗଠନ କଥା କହିବା ଅପରିପକ୍ୱ । ବିଜେଡି ଛିଡ଼ୁଛି ସୁନିଶ୍ଚିତ ବୋଲି ଅମର ଶତପଥୀ କହିଛନ୍ତି।

ଅନ୍ୟପକ୍ଷେ, ୱକଫ୍‌ ବିଲ୍‌କୁ ନେଇ ଦଳରେ ଉଠିବା ଥିବା ଝଡ ମଧ୍ୟରେ ନବୀନ ପଟ୍ଟନାୟକ ୯ମ ଥର ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି। ଶନିବାର ଦଳୀୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ଅନୁଷ୍ଠିତ ସାଙ୍ଗଠନିକ ନିର୍ବାଚନ ୨୦୨୫ରେ ନବୀନ ସଭାପତି ନିର୍ବାଚିତ ହେବା ପରେ ଦଳର ସମସ୍ତ କର୍ମୀମାନେ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ଦଳର ରାଜ୍ୟସଭା ଏମପି ମୁନ୍ନା ଖାଁ ଏପରି କରିଥିଲେ ଯାହା ନବୀନଙ୍କୁ ଅପ୍ରସ୍ତୁତ କରି ପକାଇଥିଲା। ଏକ ପ୍ରକାର କହିଲେ ୨୪ ବର୍ଷ କ୍ଷମତାରେ ଥିବା ନବୀନ ଏହି ଅବସ୍ଥା ଦେଖିବେ ବୋଲି କେବେ ଭାବି ନଥିବେ। କିନ୍ତୁ ଶନିବାର ଦିନ ତାହାହିଁ ଘଟିଲା। ରାଜ୍ୟସଭା ଏମପି ମୁନ୍ନା ଖାଁ ନବୀନଙ୍କୁ ପୁନଃ ସଭାପତି ନିର୍ବାଚିତ ହେବା ‘ଖୁସିରେ’ ଭାରତୀୟ ଜନତା ପାର୍ଟିର ନିର୍ବାଚନ ସଂକେତ ‘ପଦ୍ମଫୁଲ’କୁ ଉପହାର ଦେଇଥିଲେ।

ଦୀର୍ଘବର୍ଷର ଆନୁଗତ୍ୟ, ଶୃଙ୍ଖଳା ଏବଂ ନବୀନଙ୍କ ପ୍ରତି ସମସ୍ତ ଶ୍ରଦ୍ଧାକୁ ନିଜ ଧର୍ମ ପାଇଁ ଭୁଲିଯାଇ ମୁନ୍ନା ଯେଉଁ ଢଙ୍ଗରେ ନବୀନଙ୍କ ହାତରେ ପଦ୍ମଫୁଲ ଦେଲେ, ଏହାଠୁ ବଳି ଅପମାନ କେହି ଦେବାକୁ ସାହସ କରିନଥିବେ। ଏହାକୁ ଏକ ଛୋଟ ଘଟଣା ଭାବେ ଆଦୌ ବିବେଚନା କରାଯାଇ ପାରିବ ନାହିଁ।

କାରଣ ୱକଫ୍‌ ବିଲ୍‌ ଭୋଟିଂ ଆରମ୍ଭ ପୂର୍ବରୁ ନବୀନ ନିଜ ଦଳର ଏମପି ମାନଙ୍କୁ ଅତ୍ୟନ୍ତ ଦ୍ୱନ୍ଦ୍ୱରେ ପକାଇଦେଇଥିଲେ। ଫଳରେ ଦଳର ଭୋଟ ଭାଙ୍ଗି ଯାଇଥିଲା। ଯାହାକୁ ନେଇ ଅନେକ ବରିଷ୍ଠ ଖୋଲାଖୋଲି ବିରୋଧ କରିଥିଲେ। କିନ୍ତୁ ସେମାନଙ୍କୁ ଏହାର ଫଳ ଭୋଗିବାକୁ ପଡିଛି। ସଭାପତି ନିର୍ବାଚନ କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନଙ୍କୁ ଶଙ୍ଖଭବନକୁ ଆମନ୍ତ୍ରଣ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri