ରାଇକିଆ,୧୩।୮: କନ୍ଧମାଳ ଜିଲା ପୋଲିସର ‘ଆମ ପୋଲିସ-ଆମ ସାଥୀ’ ଅଭିଯାନ ପକ୍ଷରୁ ରାଇକିଆ ବ୍ଲକ ସୁଗଡ଼ାବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଥାନା ଅଧିକାରୀ ଏ. ସୱର୍ଣ୍ଣଲତା ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନିଶାମୁକ୍ତ ଓଡ଼ିଶା, ପକ୍ସୋ ଆଇନ ଓ ସାଇବର ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।
ଏହି ଅବସରରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ୧୮ ଜଣ କୃତୀ ପ୍ରତିଯୋଗୀଙ୍କୁ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ସାହାରା ସମ୍ପାଦକ ସୁକାନ୍ତ ନାୟକ ସାଇବର ଠକେଇରୁ ସୁରକ୍ଷା, ନିଶାଦ୍ରବ୍ୟରୁ ଦୂରେଇ ରହିବା ଓ ପୋକ୍ସୋ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। କନଷ୍ଟେବଲ କଳ୍ପନା ମଲ୍ଲିକ, ଜ୍ୟୋତି ପ୍ରଧାନ ଏବଂ ହୋମଗାର୍ଡ ସିଦ୍ଧାର୍ଥ ଶଙ୍କର ପତି, ବିବେକାନନ୍ଦ ନାୟକ, ସାଜେଶ ପ୍ରଧାନ, ସନାତ ନାତନ ନାୟକ, ଦିନେଶ ପ୍ରଧାନ, ସୁନୀଲ ପ୍ରଧାନ ଓ ଆଶାଲତା ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।