ମୋତେ ଚାଲାକି କରି ଆସେନି…ଆଦାନୀ ଗ୍ରୁପକୁ ଦୋହଲାଇ ଦେଇଥିବା ହିଣ୍ଡେନବର୍ଗ କମ୍ପାନୀ ବନ୍ଦ

ନୂଆଦିଲ୍ଲୀ,୧୬।୧: ଆଦାନୀ ଗ୍ରୁପର ବଡ଼ ଖୁଲାସା କରିଥିବା ଏବଂ ଆମେରିକୀୟ ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଏବେ ନିଜ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ହିଣ୍ଡେନବର୍ଗ ରିସର୍ଚ୍ଚର ପ୍ରତିଷ୍ଠାତା ନାଥନ ଆଣ୍ଡରସନ କମ୍ପାନୀକୁ ବନ୍ଦ କରିବା ପାଇଁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ଇଏ ହେଉଛି ସେହି କମ୍ପାନୀ ଯାହାର ରିପୋର୍ଟ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା ଏବଂ ଗୌତମ ଆଦାନୀ ଗ୍ରୁପକୁ ବହୁତ କ୍ଷତି ପହଞ୍ଚାଇଥିଲା। ହିଣ୍ଡେନବର୍ଗ ରିସର୍ଚ୍ଚର ପ୍ରତିଷ୍ଠାତା ନାଥନ ଆଣ୍ଡରସନ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟରେ କମ୍ପାନୀ ବନ୍ଦ ହେବାର ଘୋଷଣା କରିଛନ୍ତି।

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ସେ ସ୍ମାର୍ଟ ହେବା ଜାଣିନାହାଁନ୍ତି, ତେଣୁ ସେ ତାଙ୍କ କମ୍ପାନୀକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏହି ନିଷ୍ପତ୍ତି ସହିତ, ଐତିହାସିକ ଆର୍ଥିକ ତଦନ୍ତ ଯୁଗର ମଧ୍ୟ ଅନ୍ତ ଘଟିଛି। ଆଦାନୀ ଗ୍ରୁପକୁ ବିପୁଳ କ୍ଷତି ପହଞ୍ଚାଇଥିବା ଆମେରିକାର ଏକ ସର୍ଟ-ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚର ପ୍ରତିଷ୍ଠାତା ନାଥନ ଆଣ୍ଡରସନ ଏକ୍ସ’ରେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ତାଙ୍କର ଯାତ୍ରା, ସଂଘର୍ଷ ଏବଂ ସଫଳତା ବାଣ୍ଟିଛନ୍ତି। ଆଣ୍ଡରସନ ପୋଷ୍ଟରେ ଲେଖିଛନ୍ତି, ଆମେ ଯେଉଁ ଧାରଣା ଉପରେ କାମ କରୁଥିଲୁ ତାହା ସମାପ୍ତ କରିବା ପରେ ଏହାକୁ ବନ୍ଦ କରିବାର ଯୋଜନା ଥିଲା। ତେଣୁ ଆଜି ସେହି ଦିନ ଆସିଯାଇଛି।

ସେ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ମୁଁ ମୋର ଅଧିକାଂଶ ଚାକିରିରେ ଜଣେ ଭଲ କର୍ମଚାରୀ ଥିଲି କିନ୍ତୁ ଅଧିକାଂଶ ସମୟରେ ମୋତେ ଅଣଦେଖା କରାଯାଉଥିଲା, ମୁଁ ଚାଲାକ ଥିଲି, ଯେତେବେଳେ ମୁଁ ଏହି ଚାକିରି ଆରମ୍ଭ କରିଥିଲି ସେତେବେଳେ ମୋ ପାଖରେ ଏତେ ଟଙ୍କା ନ ଥିଲା। ଚାକିରି ଛାଡିବା ପରେ, ମୋ ବିରୋଧରେ ରୁଜୁ ହୋଇଥିବା ତିନୋଟି ମାମଲାରେ ମୋର ବଳକା ସଞ୍ଚୟ ମଧ୍ୟ ଶେଷ ହୋଇଗଲା। ସେହି ସମୟରେ, ଯଦି ମୁଁ ବିଶ୍ୱ ପ୍ରସିଦ୍ଧ ହୱିସିଲବ୍ଲୋୟର ଓକିଲ ବ୍ରାଏନ ଉଡଙ୍କୁ ସମର୍ଥନ ପାଇ ନ ଥାନ୍ତି, ତେବେ ମୁଁ ପ୍ରଥମ ପଦକ୍ଷେପରେ ହିଁ ବିଫଳ ହୋଇଥାନ୍ତି। ମୁଁ ଛୋଟ ପିଲା ପରି ଡରିଯାଉଥିଲି, କିନ୍ତୁ ମୁଁ ଏହା ମଧ୍ୟ ଜାଣିଥିଲି ଯେ ଯଦି ମୁଁ ଆଗକୁ ନ ବଢିବି ତେବେ ମୁଁ ଭାଙ୍ଗି ପଡ଼ିବି। ମୋ ପାଖରେ ଆଗକୁ ବଢ଼ିବାର ବିକଳ୍ପ ଥିଲା।

ସୂଚନାଥାଉ କି,୨୦୧୭ରେ ହିଣ୍ଡେନବର୍ଗର ପ୍ରତିଷ୍ଠା ପରଠାରୁ, ଏହି ଗବେଷଣା ସଂସ୍ଥା ଶିଳ୍ପରେ ଠକେଇ, ଦୁର୍ନୀତି ଏବଂ କୁପରିଚାଳନା ପର୍ଦ୍ଦାଫାସ କରିବା ପାଇଁ ଏକ ଖ୍ୟାତି ଅର୍ଜନ କରିଛି। ଆଣ୍ଡରସନ ତାଙ୍କର ସଫଳତାକୁ କିଛି ବଡ଼ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିବା ଭାବରେ ବର୍ଣ୍ଣନା କରିଥିଲେ ଯାହାକୁ ଦୋହଲାଇ ଦେବା ଆବଶ୍ୟକ ବୋଲି ସେ ଅନୁଭବ କରିଥିଲେ। ହିଣ୍ଡେନବର୍ଗ ରିପୋର୍ଟ ଦ୍ୱାରା ଆଦାନୀ ଏବଂ ବ୍ଲକ ଇନକର୍ପୋରେଟେଡ , ସେବି ସମେତ ଅନେକ କୋଟିପତି ଭୟଭୀତ ହୋଇ ଯାଇଥିଲେ। ୨୦୨୩ ମସିହାରେ ହିଣ୍ଡେନବର୍ଗ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ଉପରେ ଠକେଇ ଓ ଦୂର୍ନୀତିର ଅଭିଯୋଗ ଆଣି ଏକ ରିପୋର୍ଟ ପ୍ରକାଶ କରିଥିଲେ। ବ୍ଲୁମବର୍ଗ ବିଲିୟନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଗୌତମ ଆଦାନୀ ସେହି ସମୟରେ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ଥିଲେ। କିନ୍ତୁ ରିପୋର୍ଟ ଆସିବା ପରେ, ଆଦାନୀ ସେହି ବର୍ଷ ୯୯ବିଲିୟନ ଡଲାରର କ୍ଷତି ସହିଥିଲେ। ଅନ୍ୟପକ୍ଷେ, ତାଙ୍କର ସାର୍ବଜନୀନ ଭାବରେ ବ୍ୟବସାୟ କରୁଥିବା କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ୧୭୩ ବିଲିୟନ ଡଲାର ହ୍ରାସ ପାଇଥିଲା।

ହିଣ୍ଡେନବର୍ଗର ପ୍ରତିଷ୍ଠାତା ଆଣ୍ଡରସନ, ଫାର୍ମକୁ ବନ୍ଦ କରିବାର ନିଷ୍ପତ୍ତିକୁ ନେଇ କହିଛନ୍ତି ଯେ ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ଏବଂ ସେ ଯାହା କରିବାକୁ ଚାହୁଁଥିଲେ ତାହା କରିସାରିଛନ୍ତି। କମ୍ପାନୀ ବନ୍ଦ କରିବା ପଛରେ କୌଣସି ର୍ନିଦ୍ଦିଷ୍ଟ ଉଦ୍ଦେଶ୍ୟ ନାହିଁ, କିମ୍ବା କୌଣସି ବିପଦ ନାହିଁ, କୌଣସି ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ନାହିଁ। ତେବେ ହିଣ୍ଡେନବର୍ଗ ଫାର୍ମ ବନ୍ଦ କରିବା ପରେ ଆଣ୍ଡରସନ କଣ କରିବେ ଏବଂ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ଏବେ ତାକୁ ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri