ପ୍ରଥମେ ଚାକରାଣୀଙ୍କ ସହ ଝଗଡ଼ା, ପରେ ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼…ପୋଲିସ କଲା ବଡ଼ ଖୁଲାସା!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ ବଡ଼ ଖୁଲାସା। ଛୁରାମାଡ଼ କରିବା ପୂର୍ବରୁ ଘରେ କାମ କରୁଥିବା ଚାକରାଣୀଙ୍କ ସହ ଆକ୍ରମଣକାରୀଙ୍କ ବଚସା ହୋଇଥିଲା। ଅଭିନେତା ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବା ବେଳେ ସେ ଉତକ୍ଷିପ୍ତ ହୋଇଯାଇ ତାଙ୍କୁ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ ସେ ଚାକରାଣୀଙ୍କୁ ମଧ୍ୟ ଛୁରାମାଡ଼ କରିଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି। ଏବେ ତାଙ୍କର ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି।

ଚାକରାଣୀଙ୍କ ସମ୍ପୃକ୍ତିକୁ ନେଇ ପୋଲିସ ସନ୍ଦେହ ପ୍ରକାଶ କରିଛି। ସେ ସମ୍ପୃକ୍ତ ଯୁବକଙ୍କୁ ଏଣ୍ଟ୍ରି କରାଇଛନ୍ତି କି ନାହିଁ ସେ ନେଇ ପୋଲିସ ତାଙ୍କୁ ପଚରାଉଚରା କରିପାରେ। ଏବେ ତାଙ୍କର ଚିକିିତ୍ସା ଜାରି ରହିଥିବାରୁ ଅପେକ୍ଷା କରାଯାଉଛି।

ଗୁରୁବାର ସକାଳ ୩ଟାରେ ଆକ୍ରମଣ କରି ଦୁର୍ବୃତ୍ତଜଣଙ୍କ ଫେରାର ହୋଇଯାଇଥିଲେ। ପରେ ଅଭିନେତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ପୋଲିସ ଏବେ ମାମଲାର ଯାଞ୍ଚ କରୁଛି। କ୍ରାଇମବ୍ରାଞ୍ଚ ଟିମ୍‌ ସୈଫଙ୍କ ଘରେ କାମ କରୁଥିବା ୩ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନେକ କର୍ମଚାରୀଙ୍କ ମୋବାଇଲ ଫୋନ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତିରେ ପ୍ରବଳ ଯନ୍ତ୍ରଣା ପରେ AR Rahman ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ,୧୬।୩: ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଖ୍ୟାତନାମା ସଂଗୀତକାର ଏ.ଆର୍‌. ରେହମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଉଛି। ରବିବାର ସକାଳେ...

ରାନ୍ୟା ରାଓ କେମିତି ପାଲଟିଲେ Gold Smuggler? କ’ଣ ଥିଲା ସୁନା ଚାଲାଣ ରୁଟ୍‌, କିଏ ଦେଲା ସାଥ୍‌

ମୁମ୍ବାଇ,୧୫ା୩: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁନା ଚୋରା ଚାଲାଣ ପାଇଁ ରାନ୍ୟା...

OTTରେ ରିଲିଜ ହେଲା କଙ୍ଗନାଙ୍କ ଫିଲ୍ମ‘ଏମରଜେନ୍ସି’, ଜାଣନ୍ତୁ କେଉଁଠି ଦେଖିପାରିବେ

ମୁମ୍ବାଇ: ବହୁ ବିବାଦ ପରେ ଚଳିତ ବର୍ଷ ଜାନୁଆରୀରେ କଙ୍ଗନାଙ୍କ ‘ଏମରଜେନ୍ସି’ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ମଧ୍ୟ ବହୁତ ପସନ୍ଦ ଆସିଥିଲା।...

ଜେଲରେ ରହିବେ ରାନ୍ୟା ରାଓ, ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

ମୁମ୍ବାଇ,୧୫।୩: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଜେଲରେ ରହିବାକୁ ପଡିବ। ଶୁକ୍ରବାର ଆର୍ଥିକ ଅପରାଧ ଅଦାଲତ ତାଙ୍କ ଜାମିନ...

ରବୀନ୍ଦ୍ର ମଣ୍ଡପରେ ହେମାମାଳିନୀଙ୍କ ଭାରତନାଟ୍ୟମ ନୃତ୍ୟରେ ଦର୍ଶକ ବିମୋହିତ, ହେମା କହିଲେ…

ଭୁବନେଶ୍ୱର,୧୫।୩:(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ବୃନ୍ଦାବନ ମହୋତ୍ସବ ଶୁକ୍ରବାର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ...

ଆମିର ଖାନଙ୍କ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟ କିଏ? ଯାହାଙ୍କୁ ବାହାହେବାକୁ କଲେ ଖୁଲାସା

ମୁମ୍ବାଇ: ଗୌରୀ ସ୍ପ୍ରେଟ ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ ମହିଳା ଯାହାଙ୍କ ବାପା ତାମିଲ-ବ୍ରିଟିଶ ବଂଶୋଦ୍ଭବ ଏବଂ ମାଆ ପଞ୍ଜାବୀ-ଆରିଶ ବଂଶୋଦ୍ଭବ। ସେ ବାଙ୍ଗାଲୋରରେ ରୁହନ୍ତି ଏବଂ ଆମିର...

ପ୍ରେମିକା ଗୌରୀଙ୍କ ସହ ସମ୍ପର୍କକୁ ନିଶ୍ଚିତ କଲେ ଆମିର ଖାନ: “କହିଲେ- ଶାହରୁଖ, ସଲମାନ…”

ନୂଆ ଦିଲ୍ଲୀ: ଗୁରୁବାର (୧୩ ମାର୍ଚ୍ଚ) ଥିଲା ବଲିଉଡ ଅଭିନେତା ଆମିର ଖାନଙ୍କ ଜନ୍ମଦିନ। ଏହି ବିଶେଷ ଅବସରରେ, ଅଭିନେତା ଗଣମାଧ୍ୟମ ସହିତ ଏକ ସାକ୍ଷାତକାର...

ଦୁଇ ସନ୍ତାନର ମା’ ହେବେ କାର୍ତ୍ତିକଙ୍କ ଜୀବନସାଥୀ! ଜବାବ ଶୁଣି ସମସ୍ତେ ଚକିତ

ମୁମ୍ବାଇ: ଏକାଧିକ ଅଭିନେତ୍ରୀଙ୍କୁ ଡେଟ୍‌ କରିବା ପରେ ବ୍ରେକ୍‌ଅପ୍‌ କରିନେଇଥିଲେ ଅଭିନେତା କାର୍ତ୍ତିକ ଆର୍ୟନ। ଏଣୁ ଫିଲ୍ମରେ ସଫଳ ହେଲେ ହେଁ ପ୍ରେମ ଜୀବନରେ ସେତେଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri