ପଞ୍ଚାୟତର ବିକାଶ ଲାଗି କାର୍ଯ୍ୟ କରିବାକୁ ସଂକଳ୍ପ

ପୁରୁଷୋତ୍ତମପୁର,୧୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ସରପଞ୍ଚ ସଂଘ ସଭାପତି ଓ ପୂର୍ବତନ ପଞ୍ଚାୟତ ଜନପ୍ରତିନିଧିମାନଙ୍କ ବୌଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଗୁରୁବାର ସଭାପତି ରାଜେନ୍ଦ୍ର ପ୍ରସାଦ ଶତପଥୀ ସଂଯୋଜନାରେ ହିଣ୍ଡୁଳାଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ଜନପ୍ରତିନିଧିମାନଙ୍କ ସହ ବର୍ତ୍ତମାନର ବହୁଜନ ପ୍ରତିନିଧି ଯୋଗଦେଇଥିଲେ। ପୂର୍ବବର୍ଷମାନଙ୍କର ସ୍ମୃତିକୁ ମନେ ପକେଇବା ସହିତ ଆଗାମୀ ଦିନରେ ସମସ୍ତେ ଏକତ୍ରିତ ହୋଇ ରହି ମିଳିମିଶି କାର୍ଯ୍ୟ କରି ଯେପରି ପଞ୍ଚାୟତର ବିକାଶ ହେବା ସହ ଜନସାଧାରଣଙ୍କ ରହିଥିବା ସମସ୍ୟାମାନ ସମାଧାନ ହୋଇପାରିବ ସେଥିନେଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସଭାପତି ତଥା ରାଇପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ଶତପଥୀ, ପାଣ୍ଡିଆ ପୂର୍ବତନ ସରପଞ୍ଚ ତଥା ସମ୍ପାଦକ ଗୋପାଳ ସେଠୀ, ସିଏଚ ନୂଆଗାଁ ପୂର୍ବତନ ସମିତିସଭ୍ୟ ନିର୍ମଳ ଚନ୍ଦ୍ର ସାହୁ, କେଏନ ପୁର ପୂର୍ବତନ ସରପଞ୍ଚ କୈଳାସ ଗୌଡ଼, ପ୍ରତାପୁର ପୂର୍ବତନ ସମିତିସଭ୍ୟ ଗୌରୀ ଶଙ୍କର ରାଉଳ, ଷୋଳଘର ସମିତିସଭ୍ୟ ପ୍ରମୋଦ ମହାନ୍ତି, ଚିଙ୍ଗୁଡ଼ି ଘାଇ ପ୍ରଶାନ୍ତ ପ୍ରଧାନ, ଟଙ୍କା ଛାଇ ଚିରଞ୍ଜୀବ ବିଷୋୟୀ, ରଣ ଝାଲି ରମେଶ ବେହେରା, ଶିକୁଳା ରବୀନ୍ଦ୍ର ବେହେରା, ଟଙ୍କା ଛାଇ ଅମର ସ୍ବାଇଁ, ଭୀମପୁର ନାରାୟଣ ପାଣିଗ୍ରାହୀ, ସମା ଗୋବର୍ଦ୍ଧନ ବିଷୋୟୀ, ପ୍ରତାପୁର କାହ୍ନୁ ଚରଣ ନାୟକ, ଜଗନ୍ନାଥପୁର ସତ୍ୟନାରାୟଣ ଗୌଡ଼, ସୁନାଥର ମୁନା ବସନ୍ତିଆ, ବଡ଼ ବଗାଁ ହରିକୃଷ୍ଣ ବେହେରା ପ୍ରମୁଖ ଜନ ପ୍ରତିନିଧିମାନେ ଯୋଗଦେଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri