ଅଲ୍‌ବିଦା ଅଭିଜିତ୍‌: ଜାଣନ୍ତୁ କେମିତି ପାଇଥିଲେ ସଂଘର୍ଷରୁ ସଫଳତା

ଅଲ୍‌ବିଦା ଅଭିଜିତ୍‌। ଓଡ଼ିଆ ଚଳଚ୍ଚିତ୍ର ହେଉ କି ଆଲବମ୍‌ ଅବା ଷ୍ଟେଜ୍‌ ଶୋ’-ସେ ସତେଯେମିତି ତାଙ୍କର ଆଧିପତ୍ୟ ବିସ୍ତାର କରି ରହିଥିଲେ। ଗୀତ ଯେଉଁଭଳି ହେଉନା କାହିଁକି ତାକୁ ସେ ଏଭଳି ସ୍ବରାୟିତ କରୁଥିଲେ, ଯାହା ଶ୍ରୋତାଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହେଉଥିଲା। ନିଜ ସଙ୍ଗୀତ ଜୀବନର ପ୍ରାରମ୍ଭରେ ସେ ବେଶ୍‌ ସଂଘର୍ଷ କରି ପରବର୍ତ୍ତୀ ସମୟରେ ନିଜକୁ ଜଣେ ଆଗଧାଡ଼ିର ସ୍ବର ସଂଯୋଜକ ଭାବେ ପରିଚିତ କରାଇଥିଲେ। ତାଙ୍କ ଗୀତରେ ଭରିରହିଥିଲା ଏଭଳି ଯାଦୁ, ଯେଉଁ ଗୀତ ଶୁଣିବାକୁ ଅନେକ ଶ୍ରୋତା ପାଗଳପ୍ରାୟ ହୋଇଯାଉଥିଲେ। ବିଶେଷଭାବରେ ବରଯାତ୍ରୀ ପ୍ରସେସନ ହେଉ ଅବା ଭସାଣି-ତାଙ୍କ ଗୀତର ଚାହିଦା କେତେ ଥିଲା ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତାଙ୍କ ସ୍ବର ସଂଯୋଜନାରେ ‘ବାଳୁଙ୍ଗା ଟୋକା’ର ଟାଇଟଲ ଗୀତକୁ ଏବେ ବି ଅନେକେ ଗୁଣୁଗୁଣେଇ ଥାଆନ୍ତି। ଗତବର୍ଷ ରଜରେ ପରଦା ଉପରକୁ ଆସିଥିବା ‘ଅନନ୍ତା’ ଫିଲ୍ମରେ ଅଭିଜିତ୍‌ଙ୍କ ଗୀତ କେତେ ମେଲୋଡିୟସ୍‌ ହୋଇଥିଲା, ତାହା ପ୍ରାୟ ସମସ୍ତେ ଜାଣନ୍ତି। ସିନେପ୍ରେମୀଙ୍କ ନିକଟରେ ସେ ‘ଦାଦା’ ଭାବେ ପରିଚିତ ଥିଲେ। ସେ ଥିଲେ ଜଣେ ମେଳାପି ଏବଂ ଅମାୟିକ ବ୍ୟକ୍ତିତ୍ୱ। ସବୁବେଳେ ହସ ହସ ମୁହଁ ଆଉ ତାଙ୍କର କଥାରେ ଭରିରହିଥିଲା ମଧୁରତା। ଆଉ ଆମେ ଅଭିଜିତ୍‌ଙ୍କ ଲାଇଭ୍‌ କର୍ନ୍‌ସଟ ଦେଖିପାରିବା ନାହିଁ କି ତାଙ୍କ ସ୍ବରାୟିତ ଗୀତ ଶୁଣିପାରିବା ନାହିଁ। ଗୀତ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଏହି ସଙ୍ଗୀତ ନିର୍ଦ୍ଦେଶକ ମାତ୍ର ୫୪ ବର୍ଷ ବୟସରେ ବାହୁଡ଼ି ଯାଇଛନ୍ତି ସେହି ଅଫେରା ରାଇଜକୁ, ଯେଉଁଠିକୁ ଜଣେ ଗଲେ ଆଉ ଫେରି ଆସେନା।

ସମ୍ବଲପୁରୀ ଆଲ୍‌ବମ୍‌ରୁ ଆରମ୍ଭ
ଅଭିଜିତ୍‌ ମଜୁମ୍‌ଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଜୀବନ ଆରମ୍ଭ ହୋଇଥିଲା ଏକ ସମ୍ବଲପୁରୀ ଆଲବମ୍‌ରୁ। ଏହାର ଟାଇଟଲ ଥିଲା ‘ଧସ୍‌କିଗଲା’। ପ୍ରାରମ୍ଭରୁ ସଫଳତା ହାସଲ କରିବା ପରେ ସେ ଏହାକୁ ନିଜ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିନେଇଥିଲେ।
ଓଲିଉଡ୍‌ ପ୍ରବେଶ
୨୦୦୦ ମସିହାରେ ଅଭିଜିତ୍‌ ମଜୁମ୍‌ଦାର ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ। ତାଙ୍କ ସ୍ବର ସଂଯୋଜିତ ପ୍ରଥମ ସିନେମା ଥିଲା ‘କାଶିଆ କପିଳା’। ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ଏହି ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଜିତେନ୍ଦ୍ର ମହାପାତ୍ର। ଶ୍ରୀତମ୍‌ ଦାସ, ପ୍ରିୟଙ୍କା ମହାପାତ୍ର, ଅଶ୍ରୁମୋଚନ ମହାନ୍ତି, ଉଷସୀ ମିଶ୍ର ପ୍ରମୁଖ କଳାକାର ଏଥିରେ ଅଭିନୟ କରିଥିଲେ।
ସଂଘର୍ଷରୁ ସଫଳତା
୧୯୭୧ ସେପ୍ଟେମ୍ବର ୧୧ରେ କଟକଠାରେ ଜନ୍ମଗ୍ରହଣ କରିଥିବା ଅଭିଜିତ୍‌ ପାଠପଢ଼ା ସମୟରୁ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ। ସେତେବେଳେ ସେ ମେଲୋଡିରେ ଗୀତ ଗାଇବା ସହ ଏକ ମ୍ୟୁଜିକ୍‌ ସ୍କୁଲ ସ୍ଥାପନା କରି ଗୀତ ଶିଖାଉଥିଲେ। କିନ୍ତୁ ଲକ୍ଷ୍ୟ ଥିଲା, ଦିନେନା ଦିନେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ସାଜିବେ। ପରିଶ୍ରମ କେବେ ବୃଥା ଯାଏନା। ଆଲବମ୍‌ରୁ ନିଜର ସଙ୍ଗୀତ ଜୀବନ ଆରମ୍ଭ କରିବା ପରେ ସେ ଦୃଢ଼ ଆତ୍ମବିଶ୍ୱାସର ସହ ଆଗକୁ ଆଗେଇଥିଲେ। ଆଉ ଶେଷରେ ତାଙ୍କ ସ୍ବପ୍ନ ସାକାର ହୋଇଥିଲା।
ମନେରହିବ ‘ବାଳୁଙ୍ଗା ଟୋକା’
ଅନୁଭବ ମହାନ୍ତିଙ୍କ ଅଭିନୀତ ‘ବାଳୁଙ୍ଗା ଟୋକା’ର ଟାଇଟଲ ଗୀତକୁ ଆଜି ବି ଅନେକେ ଗୁଣୁଗୁଣେଇ ଥାଆନ୍ତି। ବିଶେଷକରି ମେଲୋଡି ହେଉ ଅବା ପ୍ରସେସନ୍‌ରେ ଏହାର ଚାହିଦା ଏବେ ମଧ୍ୟ ରହିଛି। ମୋଟ୍‌ ଉପରେ କହିବାକୁ ଗଲେ ଏହି ଫିଲ୍ମ ପୂର୍ବରୁ ଅଭିଜିତ୍‌ ‘ତୋ ବିନା ଭଲ ଲାଗେନା’, ‘ଶୁଭ ବିବାହ’, ‘ଶଶୁର ଘର ଜିନ୍ଦାବାଦ୍‌’ ଭଳି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇ ନିଜ ଦକ୍ଷତା ଦେଖାଇ ସାରିଥିଲେ। କିନ୍ତୁ ବାଳୁଙ୍ଗା ଟୋକା ଗୀତ ଏବଂ ଏହାର କୋରିଓଗ୍ରାଫି ସେ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଡା. ନିର୍ମଳ ନାୟକଙ୍କ ରଚିତ ଏହି ଗୀତର କୋରିଓଗ୍ରାଫି କରିଥିଲେ ଉକ୍ତ ସିନେମାର ନିର୍ଦ୍ଦେଶକ ସୁଧାକର ବସନ୍ତ। ସେତେବେଳେ ବିବାହ ପାର୍ଟିରୁ ଆରମ୍ଭକରି ମେଲୋଡି ପର୍ଯ୍ୟନ୍ତ ଏହି ଗୀତ ନିଜର କାୟା ବିସ୍ତାର କରିଥିଲା। ଆଉ ରାତାରାତି ଅଭିଜିତ୍‌ ମଜୁମ୍‌ଦାରଙ୍କୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ କେତେ ସହାୟକ ହୋଇଥିଲା ତାହା ବର୍ଣ୍ଣନା କରିବା ଧୃଷ୍ଟତା ହେବ।
ଆରମ୍ଭ କରିଥିଲେ ଓଡ଼ିଆ ସଙ୍ଗୀତରେ ନୂଆ ଟ୍ରେଣ୍ଡ୍‌
ଜଣେ ସ୍ବରକାର ଗୀତଟିକୁ ସ୍ବର ଦେବା ସମୟରେ ଅନେକ ଦିଗ ପ୍ରତି ଦୃଷ୍ଟି ଦେଇଥାଏ। ଆଉ ଏଥିରୁ ବା ଅଭିଜିତ ବାଦ୍‌ପଡ଼ନ୍ତେ କିପରି! ଭଜନ, ଆଲ୍‌ବମ ହେଉ ଅବା ଚଳଚ୍ଚିତ୍ର, ଗୀତଗୁଡ଼ିକୁ ସେ ଏଭଳି ସ୍ବର ଦେଇଥିଲେ ଯେ, ତାହା ଶ୍ରୋତାଙ୍କ ହୃଦୟକୁ ଛୁଇଁପାରିଥିଲା। ସେହି ସମୟରେ ସେ ଯୁବପିଢ଼ିଙ୍କୁ ଫୋକସ୍‌ କରି ଗୀତଗୁଡ଼ିକୁ ସ୍ବର ଦେଉଥିଲେ। ଆଉ ନିଜ ସ୍ବର ସଂଯୋଜନାର ମହକ ଯୁବପିଢ଼ିଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ସେ ଏଭଳି ସ୍ବର ସଂଯୋଜନା କରୁଥିଲେ, ଯଦ୍ଦ୍ବାରା ସେହି ଗୀତଗୁଡ଼ିକ ସହଜରେ ଶ୍ରୋତାଙ୍କ ମନକୁ ଛୁଇଁ ପାରୁଥିଲା। ବିଶେଷଭାବରେ ତାଙ୍କର ଏହି ‘ଇଜି କ୍ୟାଚ୍‌ ସଙ୍ଗ୍‌’ ଯୋଜନା ସଫଳ ହୋଇଥିଲା। ତାଙ୍କର ଏହି ନୂଆ ଟ୍ରେଣ୍ଡ୍‌ ଓଡ଼ିଆ ସଙ୍ଗୀତ ଜଗତରେ ଏକ ନୂଆ ଧାରା ସୃଷ୍ଟି ହେଲା। ତାଙ୍କ ସଂଯୋଜିତ ଗୀତଗୁଡ଼ିକୁ ନେଇ ପ୍ରସ୍ତୁତ ଆଲ୍‌ବମ ହେଉ କି ଚଳଚ୍ଚିତ୍ର କମର୍ସିଆଲ ଭାବରେ ମଧ୍ୟ ସଫଳ ହୋଇଥିଲା।
ମେଲୋଡି କିଙ୍ଗ୍‌ ଅଭିଜିତ୍‌
ମଞ୍ଚ ଉପରେ ସଙ୍ଗୀତ ପରିବେଷଣରେ ଅଭିଜିତ ସୃଷ୍ଟି କରିଥିଲେ ଏକ ନୂଆ ଟ୍ରେଣ୍ଡ୍‌। କେବଳ ସ୍ବର ସଂଯୋଜନା ନୁହେଁ, ଅନେକ ଗୀତ ପାଇଁ ସେ ମଧ୍ୟ କଣ୍ଠଦାନ କରିଛନ୍ତି। ଆଜି ବି ସେହି ଓଡ଼ିଆ ଆଲ୍‌ବମ୍‌ ‘ତୋର କଞ୍ଚା ହଳଦୀ ଦେହଟା ଗୋରୀ ଲୋ’, ‘ରିବନ ଫିତା’ ଏବଂ ‘ତୁ ସେହି ନୀଳ ନୟନା’ ଆଦି ଶତାଧିକ ଗୀତର ଚାହିଦା ଏବେ ମଧ୍ୟ ରହିଛି। ସେ ମଞ୍ଚ ଉପରେ ପାଦ ଦେବା ମାତ୍ରେ ସେଠାରେ ଉପସ୍ଥିତ ଶ୍ରୋତାଙ୍କ ମନରେ ସୃଷ୍ଟି ହୋଇଥାଏ ଭିନ୍ନ ଧରଣର ଉନ୍ମାଦନା। ନୃତ୍ୟର ତାଳେ ତାଳେ ତାଙ୍କର ସଙ୍ଗୀତ ପରିବେଷଣ ବେଶ୍‌ ସମୟ ଧରି ମତୁଆଲା କରିଥାଏ ଦର୍ଶକଙ୍କୁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିୟମିତ ଖାଆନ୍ତୁ ଅମୃତଭଣ୍ଡା: ଫାଇଦା ଜାଣିଲେ ଉଡ଼ିଯିବ ହୋଶ୍‌

ଅମୃତଭଣ୍ଡାରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ହଜମ କ୍ରିୟାକୁ ଆହୁରି ସକ୍ରିୟ କରାଇଥାଏ। ଏଥିରେ ଭିଟାମିନ୍‌-ସି ଭରି ରହିଛି।…

ସାଧାରଣତନ୍ତ୍ର ଦିବସରେ ମୋଦିଙ୍କୁ ନେଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ

କଟକ,୨୬।୧: ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା…

ଏଣିକି ଶସ୍ତା ହୋଇଯିବ କାର୍‌: EU-ଭାରତ ମଧ୍ୟରେ ବଡ଼ ଡିଲ୍‌

ନୂଆଦିଲ୍ଲୀ,୨୬।୧: EU ଏବଂ ଭାରତ ମଧ୍ୟରେ ଚାଲିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଆଲୋଚନା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ସୂତ୍ର ଅନୁଯାୟୀ, ଭାରତ ୟୁରୋପୀୟ ସଂଘରୁ…

ଗାନ୍ଧି ମାର୍ଗରେ ତ୍ରିରଙ୍ଗା ଉଡ଼ାଇଲେ ରାଜ୍ୟପାଳ

ଭୁବନେଶ୍ବର,୨୬।୧: ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧି ମାର୍ଗରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ଭବ୍ୟ…

କେବେ ଘୁଞ୍ଚିବ କୋଟିଆ ଦୁଃଖ: ୭୮ ବର୍ଷ ପରେ ବି ଚିହ୍ନଟ ହୋଇନି ୩ ଭାଗ ରାଜସ୍ବ ଅଞ୍ଚଳ

ଭୁବନେଶ୍ୱର,୨୬ା୧(ରବିନାରାୟଣ ଜେନା):ଦେଶ ସ୍ବାଧୀନ ହେବାର ୭୮ ବର୍ଷ ବିତିଥିଲେ ହେଁ ଏବେ ବି କୋରାପୁଟ ଜିଲା କୋଟିଆ ଅଞ୍ଚଳର ୩ ଭାଗ ସୀମା ଚିହ୍ନଟ ହୋଇପାରିନାହିଁ। କୋଟିଆର…

କ୍ରିକେଟ୍‌ରେ ହଇଚଇ କଲେ ଅଭିଷେକ ଶର୍ମା: କଲେ ବିଶ୍ୱରେକର୍ଡ

ଗୌହାଟୀ,୨୬।୧: ଟିମ ଇଣ୍ଡିଆର ଷ୍ଟାର ଓପନର ଅଭିଷେକ ଶର୍ମା ଆଜିକାଲି ଚମତ୍କାର ଫର୍ମରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

ସାଧାରଣତନ୍ତ୍ର ଦିବସରେ ବଡ଼ କଥା କହିଦେଲେ ମୋଦି: ଜୀବନରେ…

ନୂଆଦିଲ୍ଲୀ,୨୬ା୧: ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ଏହି ବିଶେଷ ଅବସରକୁ ପାଳନ କରିବା ପାଇଁ ଦିଲ୍ଲୀର କର୍ତ୍ତବ୍ୟ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri