ଅଲ୍‌ବିଦା ଅଭିଜିତ୍‌: ଜାଣନ୍ତୁ କେମିତି ପାଇଥିଲେ ସଂଘର୍ଷରୁ ସଫଳତା

ଅଲ୍‌ବିଦା ଅଭିଜିତ୍‌। ଓଡ଼ିଆ ଚଳଚ୍ଚିତ୍ର ହେଉ କି ଆଲବମ୍‌ ଅବା ଷ୍ଟେଜ୍‌ ଶୋ’-ସେ ସତେଯେମିତି ତାଙ୍କର ଆଧିପତ୍ୟ ବିସ୍ତାର କରି ରହିଥିଲେ। ଗୀତ ଯେଉଁଭଳି ହେଉନା କାହିଁକି ତାକୁ ସେ ଏଭଳି ସ୍ବରାୟିତ କରୁଥିଲେ, ଯାହା ଶ୍ରୋତାଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହେଉଥିଲା। ନିଜ ସଙ୍ଗୀତ ଜୀବନର ପ୍ରାରମ୍ଭରେ ସେ ବେଶ୍‌ ସଂଘର୍ଷ କରି ପରବର୍ତ୍ତୀ ସମୟରେ ନିଜକୁ ଜଣେ ଆଗଧାଡ଼ିର ସ୍ବର ସଂଯୋଜକ ଭାବେ ପରିଚିତ କରାଇଥିଲେ। ତାଙ୍କ ଗୀତରେ ଭରିରହିଥିଲା ଏଭଳି ଯାଦୁ, ଯେଉଁ ଗୀତ ଶୁଣିବାକୁ ଅନେକ ଶ୍ରୋତା ପାଗଳପ୍ରାୟ ହୋଇଯାଉଥିଲେ। ବିଶେଷଭାବରେ ବରଯାତ୍ରୀ ପ୍ରସେସନ ହେଉ ଅବା ଭସାଣି-ତାଙ୍କ ଗୀତର ଚାହିଦା କେତେ ଥିଲା ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତାଙ୍କ ସ୍ବର ସଂଯୋଜନାରେ ‘ବାଳୁଙ୍ଗା ଟୋକା’ର ଟାଇଟଲ ଗୀତକୁ ଏବେ ବି ଅନେକେ ଗୁଣୁଗୁଣେଇ ଥାଆନ୍ତି। ଗତବର୍ଷ ରଜରେ ପରଦା ଉପରକୁ ଆସିଥିବା ‘ଅନନ୍ତା’ ଫିଲ୍ମରେ ଅଭିଜିତ୍‌ଙ୍କ ଗୀତ କେତେ ମେଲୋଡିୟସ୍‌ ହୋଇଥିଲା, ତାହା ପ୍ରାୟ ସମସ୍ତେ ଜାଣନ୍ତି। ସିନେପ୍ରେମୀଙ୍କ ନିକଟରେ ସେ ‘ଦାଦା’ ଭାବେ ପରିଚିତ ଥିଲେ। ସେ ଥିଲେ ଜଣେ ମେଳାପି ଏବଂ ଅମାୟିକ ବ୍ୟକ୍ତିତ୍ୱ। ସବୁବେଳେ ହସ ହସ ମୁହଁ ଆଉ ତାଙ୍କର କଥାରେ ଭରିରହିଥିଲା ମଧୁରତା। ଆଉ ଆମେ ଅଭିଜିତ୍‌ଙ୍କ ଲାଇଭ୍‌ କର୍ନ୍‌ସଟ ଦେଖିପାରିବା ନାହିଁ କି ତାଙ୍କ ସ୍ବରାୟିତ ଗୀତ ଶୁଣିପାରିବା ନାହିଁ। ଗୀତ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଏହି ସଙ୍ଗୀତ ନିର୍ଦ୍ଦେଶକ ମାତ୍ର ୫୪ ବର୍ଷ ବୟସରେ ବାହୁଡ଼ି ଯାଇଛନ୍ତି ସେହି ଅଫେରା ରାଇଜକୁ, ଯେଉଁଠିକୁ ଜଣେ ଗଲେ ଆଉ ଫେରି ଆସେନା।

ସମ୍ବଲପୁରୀ ଆଲ୍‌ବମ୍‌ରୁ ଆରମ୍ଭ
ଅଭିଜିତ୍‌ ମଜୁମ୍‌ଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଜୀବନ ଆରମ୍ଭ ହୋଇଥିଲା ଏକ ସମ୍ବଲପୁରୀ ଆଲବମ୍‌ରୁ। ଏହାର ଟାଇଟଲ ଥିଲା ‘ଧସ୍‌କିଗଲା’। ପ୍ରାରମ୍ଭରୁ ସଫଳତା ହାସଲ କରିବା ପରେ ସେ ଏହାକୁ ନିଜ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିନେଇଥିଲେ।
ଓଲିଉଡ୍‌ ପ୍ରବେଶ
୨୦୦୦ ମସିହାରେ ଅଭିଜିତ୍‌ ମଜୁମ୍‌ଦାର ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ। ତାଙ୍କ ସ୍ବର ସଂଯୋଜିତ ପ୍ରଥମ ସିନେମା ଥିଲା ‘କାଶିଆ କପିଳା’। ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ଏହି ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଜିତେନ୍ଦ୍ର ମହାପାତ୍ର। ଶ୍ରୀତମ୍‌ ଦାସ, ପ୍ରିୟଙ୍କା ମହାପାତ୍ର, ଅଶ୍ରୁମୋଚନ ମହାନ୍ତି, ଉଷସୀ ମିଶ୍ର ପ୍ରମୁଖ କଳାକାର ଏଥିରେ ଅଭିନୟ କରିଥିଲେ।
ସଂଘର୍ଷରୁ ସଫଳତା
୧୯୭୧ ସେପ୍ଟେମ୍ବର ୧୧ରେ କଟକଠାରେ ଜନ୍ମଗ୍ରହଣ କରିଥିବା ଅଭିଜିତ୍‌ ପାଠପଢ଼ା ସମୟରୁ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ। ସେତେବେଳେ ସେ ମେଲୋଡିରେ ଗୀତ ଗାଇବା ସହ ଏକ ମ୍ୟୁଜିକ୍‌ ସ୍କୁଲ ସ୍ଥାପନା କରି ଗୀତ ଶିଖାଉଥିଲେ। କିନ୍ତୁ ଲକ୍ଷ୍ୟ ଥିଲା, ଦିନେନା ଦିନେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ସାଜିବେ। ପରିଶ୍ରମ କେବେ ବୃଥା ଯାଏନା। ଆଲବମ୍‌ରୁ ନିଜର ସଙ୍ଗୀତ ଜୀବନ ଆରମ୍ଭ କରିବା ପରେ ସେ ଦୃଢ଼ ଆତ୍ମବିଶ୍ୱାସର ସହ ଆଗକୁ ଆଗେଇଥିଲେ। ଆଉ ଶେଷରେ ତାଙ୍କ ସ୍ବପ୍ନ ସାକାର ହୋଇଥିଲା।
ମନେରହିବ ‘ବାଳୁଙ୍ଗା ଟୋକା’
ଅନୁଭବ ମହାନ୍ତିଙ୍କ ଅଭିନୀତ ‘ବାଳୁଙ୍ଗା ଟୋକା’ର ଟାଇଟଲ ଗୀତକୁ ଆଜି ବି ଅନେକେ ଗୁଣୁଗୁଣେଇ ଥାଆନ୍ତି। ବିଶେଷକରି ମେଲୋଡି ହେଉ ଅବା ପ୍ରସେସନ୍‌ରେ ଏହାର ଚାହିଦା ଏବେ ମଧ୍ୟ ରହିଛି। ମୋଟ୍‌ ଉପରେ କହିବାକୁ ଗଲେ ଏହି ଫିଲ୍ମ ପୂର୍ବରୁ ଅଭିଜିତ୍‌ ‘ତୋ ବିନା ଭଲ ଲାଗେନା’, ‘ଶୁଭ ବିବାହ’, ‘ଶଶୁର ଘର ଜିନ୍ଦାବାଦ୍‌’ ଭଳି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇ ନିଜ ଦକ୍ଷତା ଦେଖାଇ ସାରିଥିଲେ। କିନ୍ତୁ ବାଳୁଙ୍ଗା ଟୋକା ଗୀତ ଏବଂ ଏହାର କୋରିଓଗ୍ରାଫି ସେ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଡା. ନିର୍ମଳ ନାୟକଙ୍କ ରଚିତ ଏହି ଗୀତର କୋରିଓଗ୍ରାଫି କରିଥିଲେ ଉକ୍ତ ସିନେମାର ନିର୍ଦ୍ଦେଶକ ସୁଧାକର ବସନ୍ତ। ସେତେବେଳେ ବିବାହ ପାର୍ଟିରୁ ଆରମ୍ଭକରି ମେଲୋଡି ପର୍ଯ୍ୟନ୍ତ ଏହି ଗୀତ ନିଜର କାୟା ବିସ୍ତାର କରିଥିଲା। ଆଉ ରାତାରାତି ଅଭିଜିତ୍‌ ମଜୁମ୍‌ଦାରଙ୍କୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ କେତେ ସହାୟକ ହୋଇଥିଲା ତାହା ବର୍ଣ୍ଣନା କରିବା ଧୃଷ୍ଟତା ହେବ।
ଆରମ୍ଭ କରିଥିଲେ ଓଡ଼ିଆ ସଙ୍ଗୀତରେ ନୂଆ ଟ୍ରେଣ୍ଡ୍‌
ଜଣେ ସ୍ବରକାର ଗୀତଟିକୁ ସ୍ବର ଦେବା ସମୟରେ ଅନେକ ଦିଗ ପ୍ରତି ଦୃଷ୍ଟି ଦେଇଥାଏ। ଆଉ ଏଥିରୁ ବା ଅଭିଜିତ ବାଦ୍‌ପଡ଼ନ୍ତେ କିପରି! ଭଜନ, ଆଲ୍‌ବମ ହେଉ ଅବା ଚଳଚ୍ଚିତ୍ର, ଗୀତଗୁଡ଼ିକୁ ସେ ଏଭଳି ସ୍ବର ଦେଇଥିଲେ ଯେ, ତାହା ଶ୍ରୋତାଙ୍କ ହୃଦୟକୁ ଛୁଇଁପାରିଥିଲା। ସେହି ସମୟରେ ସେ ଯୁବପିଢ଼ିଙ୍କୁ ଫୋକସ୍‌ କରି ଗୀତଗୁଡ଼ିକୁ ସ୍ବର ଦେଉଥିଲେ। ଆଉ ନିଜ ସ୍ବର ସଂଯୋଜନାର ମହକ ଯୁବପିଢ଼ିଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ସେ ଏଭଳି ସ୍ବର ସଂଯୋଜନା କରୁଥିଲେ, ଯଦ୍ଦ୍ବାରା ସେହି ଗୀତଗୁଡ଼ିକ ସହଜରେ ଶ୍ରୋତାଙ୍କ ମନକୁ ଛୁଇଁ ପାରୁଥିଲା। ବିଶେଷଭାବରେ ତାଙ୍କର ଏହି ‘ଇଜି କ୍ୟାଚ୍‌ ସଙ୍ଗ୍‌’ ଯୋଜନା ସଫଳ ହୋଇଥିଲା। ତାଙ୍କର ଏହି ନୂଆ ଟ୍ରେଣ୍ଡ୍‌ ଓଡ଼ିଆ ସଙ୍ଗୀତ ଜଗତରେ ଏକ ନୂଆ ଧାରା ସୃଷ୍ଟି ହେଲା। ତାଙ୍କ ସଂଯୋଜିତ ଗୀତଗୁଡ଼ିକୁ ନେଇ ପ୍ରସ୍ତୁତ ଆଲ୍‌ବମ ହେଉ କି ଚଳଚ୍ଚିତ୍ର କମର୍ସିଆଲ ଭାବରେ ମଧ୍ୟ ସଫଳ ହୋଇଥିଲା।
ମେଲୋଡି କିଙ୍ଗ୍‌ ଅଭିଜିତ୍‌
ମଞ୍ଚ ଉପରେ ସଙ୍ଗୀତ ପରିବେଷଣରେ ଅଭିଜିତ ସୃଷ୍ଟି କରିଥିଲେ ଏକ ନୂଆ ଟ୍ରେଣ୍ଡ୍‌। କେବଳ ସ୍ବର ସଂଯୋଜନା ନୁହେଁ, ଅନେକ ଗୀତ ପାଇଁ ସେ ମଧ୍ୟ କଣ୍ଠଦାନ କରିଛନ୍ତି। ଆଜି ବି ସେହି ଓଡ଼ିଆ ଆଲ୍‌ବମ୍‌ ‘ତୋର କଞ୍ଚା ହଳଦୀ ଦେହଟା ଗୋରୀ ଲୋ’, ‘ରିବନ ଫିତା’ ଏବଂ ‘ତୁ ସେହି ନୀଳ ନୟନା’ ଆଦି ଶତାଧିକ ଗୀତର ଚାହିଦା ଏବେ ମଧ୍ୟ ରହିଛି। ସେ ମଞ୍ଚ ଉପରେ ପାଦ ଦେବା ମାତ୍ରେ ସେଠାରେ ଉପସ୍ଥିତ ଶ୍ରୋତାଙ୍କ ମନରେ ସୃଷ୍ଟି ହୋଇଥାଏ ଭିନ୍ନ ଧରଣର ଉନ୍ମାଦନା। ନୃତ୍ୟର ତାଳେ ତାଳେ ତାଙ୍କର ସଙ୍ଗୀତ ପରିବେଷଣ ବେଶ୍‌ ସମୟ ଧରି ମତୁଆଲା କରିଥାଏ ଦର୍ଶକଙ୍କୁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?