ବିକଳ୍ପ ଯୋଜନା

Dillip Cherian

ଗତବର୍ଷ କୋଭିଡ୍‌-୧୯ ସଂକ୍ରମଣ ଶୀର୍ଷକୁ ଛୁଇଁବା ସମୟରେ ଗୁଜରାଟ ସରକାର ସବୁଠୁ ବେଶି ପ୍ରଭାବିତ ଅଞ୍ଚଳରେ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ମେଡିକାଲ ସାଇନ୍ସ ଡିଗ୍ରୀଧାରୀ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିଲେ। ରାଜ୍ୟରେ ସୃଷ୍ଟି ହୋଇଥିବା ଜରୁରିକାଳୀନ ଭଳି ସ୍ଥିତିକୁ କାବୁ କରିବା ସକାଶେ ଉଭୟ ଚିକିତ୍ସା ତଥା ପ୍ରଶାସନିକ ଦକ୍ଷତାସମ୍ପନ୍ନ ଅଧିକାରୀମାନଙ୍କୁ କାର୍ଯ୍ୟରେ ଲଗାଇବା ଦ୍ୱାରା ରାଜ୍ୟକୁ ବି ଲାଭ ମିଳିଥିଲା। ତେବେ ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ରାଜ୍ୟରେ ୧୩ଟି ମେଡ଼ିକାଲ କଲେଜକୁ ଚଳାଇବା ଲାଗି ଆଇଏଏସ୍‌ ଅଧିକାରୀମାନଙ୍କୁ ନିଯୁକ୍ତି ଦେବା ଲାଗି ଏକ ଯୋଜନା କରିଛନ୍ତି। ଏହାକୁ ଡାକ୍ତରମାନେ ସ୍ବାଗତ କରିନାହାନ୍ତି ଓ ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଟ ବାବୁମାନେ ଅସ୍ବୀକାର କରିଛନ୍ତି। ରାଜ୍ୟ ମେଡ଼ିକାଲ ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ସତର୍କତାର ସହ ମାପିଚୁପି କହିଛନ୍ତି, ପ୍ରାସ୍ତବ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି ଏବଂ ଭାବିଚିନ୍ତି ନିଷ୍ପତ୍ତି ନିଆଯିବ। ନିକଟରେ ଭୋପାଳ ହସ୍ପିଟାଲ୍‌ ଅଗ୍ନିକାଣ୍ଡରେ ୪ ଶିଶୁଙ୍କ ମୃତ୍ୟୁ ଘଟିବା ପରେ ଏହା ରାଜ୍ୟ ହସ୍ପିିଟାଲ ପ୍ରଶାସନର ଧ୍ୟାନ ଆକର୍ଷଣ କରିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ ବାଧ୍ୟ ହୋଇ ରାଜ୍ୟର ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଅଗ୍ନି ସୁରକ୍ଷା ଉପରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ମହମ୍ମଦ ସୁଲେମାନ ଏହା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରୁଛନ୍ତି। ସେ ଖୁବ୍‌ ଶୀଘ୍ର ଏ ସଂକ୍ରନ୍ତୀୟ ରିପୋର୍ଟ ମୁଖ୍ୟ ଶାସନ ସଚିବ ଇକ୍‌ବାଲ ସିଂ ବେନ୍ସଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଏଭଳି ନିଯୁକ୍ତି ଦ୍ୱାରା ମେଡ଼ିକାଲ କଲେଜର ସ୍ଥିତିରେ କୌଣସି ଉନ୍ନତି ହେବ ନାହିଁ, ବରଂ ଆହୁରି ଖରାପ ହେବ ବୋଲି ମେଡିକାଲ ଗୋଷ୍ଠୀ ଆଶଙ୍କା ପ୍ରକାଶ କରିଛନ୍ତି।
କୋର୍ଟରେ ସମୟ କଟୁଛି
ଉତ୍ତରାଖଣ୍ଡର ହ୍ବିସିଲ ବ୍ଲୋୟର ବାବୁ ସଞ୍ଜୀବ ଚତୁର୍ବେଦୀ। ୨୦୦୨ ବ୍ୟାଚ୍‌ର ଏହି ଇଣ୍ଡିଆନ ଫରେଷ୍ଟ ସର୍ଭିସ( ଆଇଏଫ୍‌ଏସ୍‌) ଅଧିକାରୀଙ୍କୁ ସବୁବେଳେ ଚାରିପାଖରୁ ଶତ୍ରୁ ଘେରି ରହିଛନ୍ତି ଓ ସେ ଲଢିବାକୁ ମଧ୍ୟ ପ୍ରସ୍ତୁତ। ନିକଟରେ ତାଙ୍କୁ ହଲ୍‌ଦଓ୍ବାନିରେ ମୁଖ୍ୟ ବନ ସଂରକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ(ସିଏଟି) ଗତବର୍ଷ ଡିସେମ୍ବରରେ ଦେଇଥିବା ଅର୍ଡରକୁ ଉତ୍ତରାଖଣ୍ଡ ହାଇକୋର୍ଟ ଖାରଜ କରିବା ପରେ କେନ୍ଦ୍ର ସହ ଲାଗିଥିବା ଦୀର୍ଘଦିନର ଲଢ଼େଇରେ ସେ ବିଜୟୀ ହୋଇଛନ୍ତି। ଚତୁର୍ବେଦୀ ମାଗାସେସେ ପୁରସ୍କାର ପାଇଛନ୍ତି ଓ ଦୁର୍ନୀତି ବିରୋଧରେ ସଂଗ୍ରାମ କରୁଛନ୍ତି। ସେ ଗତ ବର୍ଷ ସିଏଟିର ନୈନିତାଲ ବେଞ୍ଚରେ ପିଟିଶନ ଦାୟର କରିଥିଲେ। ଯୁଗ୍ମ ସଚିବ ସ୍ତରୀୟ ପଦବୀର ଚୁକ୍ତିଭିତ୍ତିକ ଲାଟେରାଲ ନିଯୁକ୍ତିରେ କୌଣସି ଆଧାର ନ ଥାଇ ମନଇଚ୍ଛା କାର୍ଯ୍ୟ କରାଯିବା ଓ ସମ୍ପୂର୍ଣ୍ଣ ଅନିୟମିତତା ହୋଇଥିବା ପିଟିଶନରେ ଦର୍ଶାଇଥିଲେ। ଏହାର ତଦନ୍ତ ହେବା ଦରକାର ବୋଲି କହିଥିଲେ। ଟ୍ରିବ୍ୟୁନାଲ ପିଟିଶନର ଶୁଣାଣିକୁ ନୈନିତାଲ ବେଞ୍ଚରୁ ଦିଲ୍ଲୀର ପ୍ରନ୍ସିପାଲ ବେଞ୍ଚକୁ ସ୍ଥାନାନ୍ତର କରିଥିଲେ। ହେଲେ ହାଇକୋର୍ଟ ଏହାକୁ ନାପସନ୍ଦ କରିଛନ୍ତି। ଯେହେତୁ ସବୁ ବେଞ୍ଚ ସମାନ ସେଥିପାଇଁ ଦିଲ୍ଲୀ ବେଞ୍ଚକୁ କେସ୍‌ ସ୍ଥାନାନ୍ତର କରିବାର କୌଣସି କାରଣ ନ ଥିତ୍ତ୍ଲା ବୋଲି କୋର୍ଟ କହିଛନ୍ତି। ଚତୁର୍ବେଦୀଙ୍କ କ୍ୟାରିୟରର ଅଧିକାଂଶ ସମୟ କୋର୍ଟରେ କଟିଆସୁଛି କିମ୍ବା କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ସରକାରଙ୍କ ସହ ଲଢ଼େଇରେ ବିତୁଛି। ହରିୟାଣାରେ ବନ ବିଭାଗ ମାମଲାରେ ସେ ଜଣେ ହ୍ବିସିଲ ବ୍ଲୋୟର ଥିଲେ ଏବଂ ପରେ କେନ୍ଦ୍ରରେ ଏଆଇଆଇଏମ୍‌ଏସ୍‌ର ଚିଫ୍‌ ଭିଜିଲାନ୍ସ ଅଫିସର ହୋଇଥିଲେ। ସେହି ସମୟରେ ସେ ଅନେକ ଆର୍ଥିକ ହେରଫେର୍‌ର ପର୍ଦ୍ଦାଫାଶ କରିଥିଲେ। ଏବେ ସେ ଜିମ୍‌ କର୍ବେଟ ବ୍ୟାଘ୍ର ଅଭୟାରଣ୍ୟରେ ଗଛକଟା ଏବଂ ବେଆଇନ ନିର୍ମାଣ ଅଭିଯୋଗରେ ଅଧିକାରୀମାନଙ୍କ ଭୂମିକା ସମ୍ପର୍କରେ ତଦନ୍ତ କରୁଛନ୍ତି। ତାଙ୍କର ଏଭଳିି ଲଢେଇ ମଧ୍ୟ ଆଗକୁ ଜାରି ରହିବ।
ନୂଆ ନିଯୁକ୍ତି
ଆସନ୍ତା ବର୍ଷ ପ୍ରାରମ୍ଭରେ ବିଦେଶ ସଚିବ ହର୍ଷ ଶ୍ରିଙ୍ଗଲା ଅବସର ନେବେ। ଏହା ପୂର୍ବରୁ ଏବେ କୂଟନୀତିକ ନୂତନ ନିଯୁକ୍ତିରେ ବଡ଼ଧରଣର ଅଦଳବଦଳରେ ବୈଦେଶିକ ମନ୍ତ୍ରଣାଳୟ (ଏମ୍‌ଇଏ)ବେଶ୍‌ ଉତ୍ସାହୀ ରହିଛି। ତେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହିତ ଦୀର୍ଘଦିନ ଧରି ସଫଳତାର ସହ କାର୍ଯ୍ୟ କରିଥିବା ଶ୍ରିଙ୍ଗଲା ଅବସର ଗ୍ରହଣ କରିବେ ନା ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ତାହା ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ପଷ୍ଟ ହୋଇନାହିଁ। ଶ୍ରିଙ୍ଗଲାଙ୍କ ପରେ ବରିଷ୍ଠତା ଦୃଷ୍ଟିକୋଣରୁ ଇଂଲଣ୍ଡରେ ଥିବା ହାଇକମିଶନର ଗାୟତ୍ରୀ ଇସାର କୁମାରଙ୍କ ନାମ ଆଗକୁ ଆସୁଛି। କିନ୍ତୁ ଜୟଶଙ୍କର ଏସବୁ ବିଷୟରେ ଭଲ ଭାବେ ଅବଗତ ଥିତ୍ବାରୁ ଏବେ କୌଣସି କଥାକୁ ହାଲୁକା ଭାବେ ନିଆଯାଇପାରିବ ନାହିଁ। ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ନିଯୁକ୍ତି ଉପରେ ଧ୍ୟାନ ଦିଆଯାଇଛି। ୟୁଏଇ ଆମ୍ବାସାଡର ପବନ କପୁର ରୁଷିଆରେ ଆମର ଆମ୍ବାସାଡର ହେବେ ଓ କପୁରଙ୍କ ଜାଗାରେ ସଞ୍ଜୟ ସୁଧୀରଙ୍କୁ ଅବପସ୍ଥାପିତ କରାଯାଇଛି। ସୁଧୀର ମାଳଦ୍ୱୀପର ହାଇ କମିଶନର ଥିଲେ ଓ ତାଙ୍କ ସ୍ଥାନରେ ଓମାନ୍‌ରେ ଥିତ୍ବା ଆମ୍ବାସାଡର ମୁନୁ ମାହାଶ୍ୱର ଅବସ୍ଥାପିତ ହୋଇଛନ୍ତି। ଏହି ସମୟରେ ଇଣ୍ଡିଆନ କାଉନ୍‌ସିଲ ଫର୍‌ କଲ୍‌ଚରାଲ ରିଲେସନ(ଆଇସିସିଆର) ମହାନିର୍ଦ୍ଦେଶକ ଦିନେଶ ପଟ୍ଟନାୟକ ସ୍ପେନ୍‌ରେ ଆମ୍ବାସାଡର ଭାବେ ନିଯୁକ୍ତି ପାଇଛନ୍ତି। ଏହାବାଦ୍‌ ସେକ୍ରେଟାରି କନସୁଲର ପାସ୍‌ପୋର୍ଟ ଭାବେ କାର୍ଯ୍ୟରତ ବିକାଶ ସଞ୍ଜୟ ଭଟ୍ଟାଚାର୍ଯ୍ୟ ସୁଇଜରଲାଣ୍ଡରେ ଆମ୍ବାସାଡର ହେବା ସମ୍ଭାବନା ରହିଛି। ଆଗାମୀ ଦିନରେ ଏମ୍‌ଇଏରେ ଆହୁରି କିଛି ମନ୍ଥନ ଦେଖିବାକୁ ମିଳିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri