ପୁଣି ୨୫ ପେଟ୍ରୋଲ ପମ୍ପ ମାଲିକଙ୍କୁ ନୋଟିସ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଯୋଗାଣ ବିଭାଗ ପକ୍ଷରୁ ଆଉ ୨୫ ଜଣ ପେଟ୍ରୋଲ ପମ୍ପ ମାଲିକଙ୍କୁ ଚିଠି କରି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ମିଳିଥିବା ନୋ ଅବଜେକ୍ସନ ସାର୍ଟିଫିକେଟ (ଏନ୍‌ଏଓସି) ଦାଖଲ କରିବାକୁ ଆଦେଶ କରିଛନ୍ତି। ଖିଲାପ କଲେ ବିକ୍ରି ଲାଇସେନ୍ସ ବାତିଲ ହେବ ବୋଲି ଚେତାବନୀ ଦିଆଯାଇଛି। ଏହାକୁ ମିଶାଇ ସପ୍ତାହକ ମଧ୍ୟରେ ୪୭ଟି ତେଲପମ୍ପ ମାଲିକଙ୍କୁ ନୋଟିସ୍‌ କରାଯାଇଛି। ଫଳରେ ତେଲପମ୍ପ ମାଲିକମାନେ କିଭଳି ନିର୍ଦ୍ଧାରିତ ସମୟରେ ଏନଓସି ଆଣିବେ ସେ ନେଇ ଚିନ୍ତା ବଢ଼ିଯାଇଛି। ଅନ୍ୟପକ୍ଷରେ ବିନା ଏନ୍‌ଏଚ୍‌ଆଇଇ ବିଭାଗର ଏନ୍‌ଓସିରେ କିଭଳି ବେଆଇନ ଭାବେ ତେଲ ପମ୍ପ ଚାଲିଆସୁଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜିଲାରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଜିଲା ରାସ୍ତା ତଥା ସହର ମଧ୍ୟରେ ଶତାଧିକ ତେଲ ପମ୍ପ ଚାଲିଛି। ତେଲ କମ୍ପାନୀ ପକ୍ଷରୁ ନିର୍ଦ୍ଧାରିତ ନୀତିନିୟମକୁ ଅନେକ ତେଲ ପମ୍ପ ମାଲିକ ମାନୁ ନ ଥିବା ବେଳେ ପ୍ରଶାସନ ପକ୍ଷରୁ ନିୟମିତ ତଦାରଖ କରାଯାଉନାହିଁ। ଫଳରେ ତେଲ ପକାଇବାକୁ ଆସୁଥିବା ଗ୍ରାହକ ମାଗଣା ପାନୀୟଜଳ, ପ୍ରେସର ଚେକ ଭଳି ସୁବିଧା ପାଉନାହାନ୍ତି। ଏହାର ତଦାରଖ କରିବାକୁ ଥିବା ବିଭିନ୍ନ କମ୍ପାନୀର ସେଲ୍ସ ଅଫିସରମାନେ ନିୟମିତ ତେଲ ପମ୍ପକୁ ଯାଇ ଯାଞ୍ଚ ନ କରି ସଲାସୁତୁରା କରି ଚୁପ ବସୁଥିବାରୁ ଅନେକ ପମ୍ପ ବ୍ୟାପକ ଅବ୍ୟବସ୍ଥା ଘେରରେ ରହିଛି। ସେହିପରି ଏନ୍‌ଏଚ୍‌ ବା ଅନ୍ୟ ରାସ୍ତା କଡରେ ନିର୍ମାଣ ହୋଇଥିଲେ ହେଁ ସୁରକ୍ଷିତ ଯାତାୟାତ ପାଇଁ ସର୍ଭିସ ରୋଡ ଏବଂ ଟ୍ରାଫିକ ସମସ୍ୟା ଯେଭଳି ନ ଉପୁ ଯେ ସେ ନେଇ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ। ବିଳମ୍ବରେ ହେଉ ପଛେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ମତପ୍ରକାଶ ପାଇଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ଠିକ୍‌ ଭାବରେ ଯାଞ୍ଚ କରାଯାଇ ଏନ୍‌ଓସି ଦେବାକୁ ସଚେତନ ନାଗରିକମାନେ ଦାବି କରିଛନ୍ତି। ଜିଲା ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ ଅଜୟ କୁମାର ରଥ କହିଛନ୍ତି, ଏନ୍‌ଓସି ଜମା ନ କଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିକ୍ରି ଲାଇସେନ୍ସ ରଦ୍ଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri