ଏଣିକି ମାଗଣାରେ ଅନ୍‌ଲାଇନ୍‌ ସାର୍ଟିଫାଏଡ୍‌ କପି

କଟକ ଅଫିସ,୧୫ା୫: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଡିଜିଟାଲ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଆଉ ପାଦେ ଆଗକୁ ଯାଇଛି ପେପରଲେସ୍‌ କୋର୍ଟ। ହାଇକୋର୍ଟରେ ଫଇସଲା ହେଉଥିବା ମାମଲାଗୁଡ଼ିକର ରାୟ ଓ ନିର୍ଦ୍ଦେଶନାମା ଡିଜିଟାଲ୍‌ ସାଇନ୍‌ ହୋଇ ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି। ଲୋକମାନେ ଏହି ରେକର୍ଡଗୁଡ଼ିକୁ ମାଗଣାରେ ଡାଉନ୍‌ଲୋଡ୍‌ କରିପାରିବେ। ଏହା ସେମାନଙ୍କ ପାଇଁ ଉପଯୋଗୀ ହେବ ବୋଲି ରବିବାର ହାଇକୋର୍ଟ ପକ୍ଷରୁ ପ୍ରେସ୍‌ ଇସ୍ତାହାରରେ ସୂଚନା ଦିଆଯାଇଛି।
୨୦୨୧ରୁ ହାଇକୋର୍ଟରେ ପେପରଲେସ୍‌ କୋର୍ଟ ସହ ରେକର୍ଡ ଡିଜିଟାଇଜେଶନ୍‌ ଓ ମାମଲା ଇ-ଫାଇଲିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ବିଚାରାଧୀନ ପୁରୁଣା ମାମଲା ସହ ନୂଆ ମାମଲାଗୁଡ଼ିକୁ ମଧ୍ୟ ଡିଜିଟାଇଜ୍‌ କରାଯାଉଛି। ଏଥିପାଇଁ ଆଇନଜୀବୀ ଓ ସେମାନଙ୍କ କାର୍ଯ୍ୟାଳୟର ସହାୟକମାନଙ୍କୁ ତାଲିମ ଦିଆଯାଇ ନୂଆ ମାମଲା ଇ-ଫାଇଲିଂକୁ ପ୍ରୋତ୍ସାହିତ କରାଯାଉଛି। ମାଗଣାରେ ଅନ୍‌ଲାଇନ୍‌ ସାର୍ଟିଫାଏଡ୍‌ କପି ମିଳିବା ବ୍ୟବସ୍ଥାକୁ ରେକର୍ଡ ଡିଜିଟାଇଜେଶନ ବହୁ ଭାବେ ସହାୟକ ହୋଇଛି। ଅନ୍‌ଲାଇନ୍‌ରେ ଏକ ଡିଜିଟାଲ୍‌ ପ୍ଲାଟଫର୍ମ ତିଆରି କରାଯାଇଛି। ଯଦ୍ଦ୍ବାରା ଲୋକେ ଅଦାଲତକୁ ନ ଆସି ଅନ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍କ ମାମଲାର ସାର୍ଟିଫାଏଡ୍‌ କପି ପାଇଁ ସ୍ବଳ୍ପ ସମୟରେ ଆବେଦନ କରିପାରିବେ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସାର୍ଟିଫାଏଡ୍‌ କପି ପ୍ରଦାନ ପାଇଁ ରହିଥିବା ନିୟମରେ ହାଇକୋର୍ଟ ଗତ ୧ ତାରିଖରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ସେହିଦିନଠାରୁ ହାଇକୋର୍ଟର ସମସ୍ତ ରାୟ ଓ ନିର୍ଦ୍ଦେଶନାମାର ନକଲ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ କରାଯାଇଆସୁଛି। ଏହି ରେକର୍ଡଗୁଡ଼ିକୁ ବୈଧ କରିବା ପାଇଁ ଅପଲୋଡ୍‌ ପୂର୍ବରୁ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଡିଜିଟାଲ୍‌ ସାଇନ କରାଯାଉଛି। ଏଥିରେ ଅଧିକାରୀଙ୍କ ଦସ୍ତଖତ ସହିତ ତାରିଖ ଓ ନିର୍ଦ୍ଦିଷ୍ଟ ସମୟ ରହୁଛି। ତେଣୁ ଆଇନଜୀବୀ, ପକ୍ଷ ବା କୌଣସି ଅଧିକାରୀଙ୍କ ନିକଟରେ ପ୍ରଦାନ କରାଯାଇଥିବା କାଗଜାତଗୁଡ଼ିକର ବୈଧତାକୁ ଅନ୍‌ଲାଇନ୍‌ରେ ଉପଲବ୍ଧ ସାର୍ଟିଫାଏଡ୍‌ କପି ସହ ପରଖିବା ସହଜ ହୋଇପାରିବ। ଏହି ପରଖିବା ପ୍ରଣାଳୀର କ୍ଷୁଦ୍ର ଭିଡିଓ ଖୁବ୍‌ଶୀଘ୍ର ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ। ସାର୍ଟିଫାଏଡ୍‌ କପି ପ୍ରଦାନର ନୂଆ ବ୍ୟବସ୍ଥା ସହ ଫିଜିକାଲ କପି ପ୍ରଦାନର ପୁରୁଣା ବ୍ୟବସ୍ଥା ମଧ୍ୟ ପ୍ରଚଳିତ ରହିଛି। ତେବେ ଏହାକୁ ସୁଗମ କରିବା ପାଇଁ ବ୍ୟକ୍ତିଗତ କ୍ଷେତ୍ରରେ ପକ୍ଷଙ୍କ ପାଇଁ ଇଚ୍ଛାଧୀନ ରଖାଯାଇଛି। ମାତ୍ର କେନ୍ଦ୍ର ସରକାର, ରାଜ୍ୟ ସରକାର, ପବ୍ଲିକ ସେକ୍ଟର ଅଣ୍ଡରଟେକିଂ, ଅର୍ବାନ ଓ ରୁରାଲ ଲୋକାଲ ବଡିଗୁଡ଼ିକ ପାଇଁ ଅନ୍‌ଲାଇନ୍‌ ଆବେଦନ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ଆଇନଜୀବୀ ଓ ପକ୍ଷମାନେ ବହୁ ଭାବେ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri