ପୁଣି ତେଜିଲା ଟିଟିଲାଗଡ଼କୁ ଜିଲା ମାନ୍ୟତା ଦାବି

ଟିଟିଲାଗଡ,୧୯।୧୧(ଡି.ଏନ.ଏ.): ଟିଟିଲାଗଡକୁ ଜିଲା ଦାବି ତେଜିବାରେ ଲାଗିଥିବା ବେଳେ ଉଭୟ କଂଗ୍ରେସ ଓ ଭାଜପା ଏହି ଦାବିକୁ ସମର୍ଥନ ଜଣାଇଛି। ଶୁକ୍ରବାର ଟିଟିଲାଗଡ ଏକ ଲଜ ସମ୍ମିଳନୀ କକ୍ଷରେ ଉଭୟ ଦଳ ପୃଥକ ଭାବେ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଟିଟିଲାଗଡ କଂଗ୍ରେସ କମିଟି ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ କହିଛନ୍ତି ଯେ, ବହୁ ପ୍ରତିକ୍ଷିତ ଟିଟିଲାଗଡ ଜିଲା ଦାବି ପୂର୍ବରୁ ବିଧାୟକ ଥିବା ବେଳେ ବିଧାନ ସଭାରେ ବି ସ୍ବର ଉଠାଇଥିଲେ ଓ ସମୟ ସମୟରେ ଧାରଣା ଓ ଅନେକ ଆନ୍ଦୋଳନ କରି ଆସିଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରେସ୍‌ମିଟ ଜରିଆରେ ଜଣାଇ ଦେଇଛନ୍ତି ଯେ, ଅତିଶୀଘ୍ର ଟିଟିଲାଗଡକୁ ଜିଲା ଘୋଷଣା ନ କଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ଓ ସରକାରୀ କାର୍ଯ୍ୟକ୍ରମ ବର୍ଜନ କରାଯିବ। କାର୍ଯ୍ୟକ୍ରମରେ ଦେବାନନ୍ଦ ସାହୁ, ଘିନୁଆଡ଼ଯୁଆଡ, ରାଜେନ୍ଦ୍ର ନାରାୟଣ ମିଶ୍ର, ସୁମନ୍ତ ବେହେରା, ତୁଳସୀ ସାହୁ, କୃଷ୍ଣ ସରାଫ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଟିଟିଲାଗଡ ପୌରପରିଷଦ ସମ୍ମିଳନୀ ଗୃହରେ ଟିଟିଲାଗଡ ଭାଜପା ଅଧ୍ୟକ୍ଷ ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ପୌରାଧ୍ୟକ୍ଷା ମମତା ଦେବୀ ଜୈନଙ୍କ ଉପସ୍ଥିତିରେ ଜିଲା ଦାବିକୁ ବି ଦୀର୍ଘ ଦିନ ଧରି ପୂର୍ଣ୍ଣମାତ୍ରରେ ସମର୍ଥନ କରି ଆସୁଛି। ଯେହେତୁ ଟିଟିଲାଗଡ କ୍ରିୟାନୁଷ୍ଠାନ କମିଟି ଜରିଆରେ ସହରର ସମସ୍ତ ସାମାଜିକ ଓ ରାଜନୈତିକ ଦଳ ଏକାଠି ହୋଇ ଜିଲା ଦାବି ପାଇଁ ଲଢ଼ିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରହିଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଉପନିର୍ବାଚନରେ ପଦ୍ମପୁରକୁ ନୂତନ ଜିଲାକୁ ସ୍ବୀକୃତି ଦେବା ପରେ ଟିଟିଲାଗଡର ସମସ୍ତ ଅନୁଷ୍ଠାନ ଜାଗ୍ରତ ହୋଇଛନ୍ତି। ଆଗକୁ ଟିଟିଲାଗଡ କ୍ରିୟାନୁଷ୍ଠାନ କମିଟି ପୁଣି ଆନ୍ଦୋଳନର ଚେତାବନୀ ଦେଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ଆସନ୍ତା ୨o ତାରିଖରେ ବୈଠକ ଡାକିବାରୁ ଆମେ ସମସ୍ତେ ଦଳମତ ନିର୍ବିଶେଷରେ ଆନ୍ଦୋଳନକୁ ସମର୍ଥନ କରିବୁ। ପୌରଧକ୍ଷା ନିଜ ବକ୍ତବ୍ୟରେ ଜିଲା ଦାବିକୁ ସମର୍ଥନ ଜଣାଇ ଦରକାର ପଡ଼ିଲେ ନିଜକୁ ଉତ୍ସର୍ଗ କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ପ୍ରେସ୍‌ମିଟରେ ସୁନିଲ ଆଚାର୍ଯ୍ୟ, ମନୋଜ ଜୈନ, ଯଶୋଦା ବଗର୍ତ୍ତୀ, ସର୍ଯୁ ଥାନପତି ଓ ଆଲୋକ ନାୟକ, ଲିଙ୍ଗରାଜ ନାୟକ, ରାଜେଶ ଅଗ୍ରୱାଲ, ଦୁଖୀଶ୍ୟାମ ଭାଟି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri