ଅଲ୍‌ରାଉଣ୍ଡର ଜଲାଲ୍‌

ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳ ବାସିନ୍ଦା ସେହନାଜ୍‌ ବିବି ଓ ନୁରାଅଲୀ ଖାନ୍‌ଙ୍କ ପୁଅ ଜଲାଲ୍‌ ଖାନ୍‌। ଜଣେ ସମାଜସେବୀ ଏବଂ ବଡିବିଲ୍ଡର ଭାବେ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ସେ ଜଣେ ଜଣାଶୁଣା ନାମ। ଗଞ୍ଜାମ ଲ’ କଲେଜରୁ ବିଏ.ଏଲ୍‌ଏଲ୍‌ବି. ପଢ଼ା ସାରି ସେ ଏବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗଯୋଗ ବିଭାଗର ପ୍ରଥମ ବର୍ଷ ଛାତ୍ର। ପିଲାଟି ଦିନରୁ ପାଠପଢ଼ା ସାଙ୍ଗକୁ ଏନ୍‌ସିସି, ଏନ୍‌ଏସ୍‌ଏସ୍‌ରେ ସକ୍ରିୟ ସଦସ୍ୟ ଭାବେ ସମାଜସେବା କ୍ଷେତ୍ରରେ ସେ ଥିଲେ ସବୁବେଳେ ଆଗଭର। ବର୍ତ୍ତମାନ ସୁଦ୍ଧା ୨୦ ଥର ରକ୍ତଦାନ କରି ସେ ରାଜୀବ ଗାନ୍ଧୀ ସେବା ସମ୍ମାନ ପାଇଛନ୍ତି। ତାଙ୍କର ଫୁଟବଲ ଖେଳ ପ୍ରତି ରୁଚି ଥିବା ସହ ଯୁକ୍ତଦୁଇ ପାଠପଢ଼ା ସମୟରେ ସେ ବିଶ୍ୱବିଦ୍ୟାଳୟ ସ୍ତରରେ ଜଣେ ଭଲ ହକି ଖେଳାଳି ଭାବେ ଜିଲା ଓ ରାଜ୍ୟକୁ ପ୍ରତିନିଧିତ୍ୱ କରିଛନ୍ତି। ବଡ଼ ଭାଇ ବେଲାଲ୍‌ ଖାନ୍‌ଙ୍କୁ ନିଜର ଆଦର୍ଶ ମନେ କରି ୨୦୧୮ ମସିହାରୁ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା କ୍ଷେତ୍ରରେ ଆଗ୍ରହୀ ହୋଇଥିଲେ ଏବଂ ଉକ୍ତ ବର୍ଷ ଗଞ୍ଜାମ ଶ୍ରୀ ପୁରସ୍କାର ପାଇଥିଲେ। ପରେ ମିଷ୍ଟର ଓଡ଼ିଶା, କଳିଙ୍ଗଶ୍ରୀ ପାଇବା ସହ ଜାତୀୟ ସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଅନେକ ପଦକ ହାସଲ କରିଛନ୍ତି। ବର୍ତ୍ତମାନ ସେ ୧୫ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ବଡି ବିଲ୍ଡିଂ ତାଲିମ ପ୍ରଦାନ କରୁଛନ୍ତି। ସେହିପରି ନିଜସ୍ବ ଅଞ୍ଚଳରେ କିଛି ଦୈବୀ ଦୁର୍ବିପାକ ହେଉ ଅବା କାହାର କିଛି ଅସୁବିଧା ହେଲେ ନିଜ ସହଯୋଗୀଙ୍କ ସହ ସେ ପହଞ୍ଚତ୍ୟାଆନ୍ତି ଲୋକଙ୍କ ସହଯୋଗ ନିମନ୍ତେ। ସେହିପରି ନିଜ କ୍ୟାମ୍ପସ୍‌ ହତାରେ ହେଉ ଅବା ନିଜ ଆଖପାଖରେ ସବୁଜ ବନାନୀ ସୃଷ୍ଟି କରିବା ଲାଗି ସେ ବୃକ୍ଷରୋପଣ କରିଥାନ୍ତି। ମହାବିଦ୍ୟାଳୟ ସ୍ତରରୁ ଛାତ୍ର ରାଜନୀତିରେ ଯୋଗ ଦେଇ ଦୁଇ ଦୁଇ ଥର କ୍ରୀଡ଼ା ସମ୍ପାଦକ ଓ ସଭାପତି ଭାବେ କାର୍ଯ୍ୟ କରିସାରିଥିବା ଜଲାଲ୍‌ଙ୍କୁ ସୁଯୋଗ ମିଳିଲେ ଭବିଷ୍ୟତରେ ରାଜନୀତିରେ ଯୋଗଦେଇ ଲୋକଙ୍କ ସେବା କରିବା ସହ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।

– ତନୁଶ୍ରୀ ନାହାକ


Enter your email to get our daily news in your inbox.

All Right Reserved By Dharitri.Com

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା

ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ Sunetra Pawar, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri