ଭାରତର ଏହି ଶତ୍ରୁ ଦେଶରେ ରହିଛି ଦେବୀ ଶକ୍ତିପୀଠ, ହିନ୍ଦୁ ସହିତ ମୁସ୍‌ଲିମ ବି କରନ୍ତି ପୂଜା

ଇସ୍‌ଲାମାବାଦ,୨୪ା୧୦: ଚଳିତବର୍ଷ କରୋନା ମହାମାରୀ ପୂଜାପାର୍ବଣ ଉପରେ ପ୍ରଭାବ ପକାଇଛି। ତେଣୁ ପାର୍ବଣ ଫିକା ପଡ଼ିଛି। ମାତ୍ର ଲୋକଙ୍କ ମନରୁ ଭକ୍ତିଭାବ ଦୂରେଇ ନାହିଁ। ଲୋକେ ଘରେ ରହି ମା’ଙ୍କୁ ଆରାଧନା କରୁଛନ୍ତି। ଏହି ସ୍ବତନ୍ତ୍ର ଉତ୍ସବରେ ଜାଣନ୍ତୁ କିଛି ଭିନ୍ନ କଥା। ଯାହା କେବେ ଆଗରୁ ଜାଣି
ଭାରତରେ ଅନେକ ଶକ୍ତିପୀଠ ଥିବା ବେଳେ ଦେଶ ବାହାରେ ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାକିସ୍ତାନରେ ମଧ୍ୟ ରହିଛି ଶକ୍ତିପୀଠ। ଏହି ମନ୍ଦିରରେ କେବଳ ହିନ୍ଦୁ ନୁହନ୍ତି, ମୁସ୍‌ଲିମ୍‌ ଭଉଣୀଭାଇମାନେ ମଧ୍ୟ ଏହି ମନ୍ଦିରରେ ପୂଜା କରିଥାନ୍ତି। ପାକିସ୍ତାନର ବ୍ଲୁଚିସ୍ତାନସ୍ଥିତ ଏହି ପବିତ୍ର ମନ୍ଦିର ହିଙ୍ଗୁଳା ମାତାଙ୍କ ମନ୍ଦିର।
ପୌରାଣିକ ଅନୁଯାୟୀ, ଯେତେବେଳେ ଭଗବାନ ଶିବ ମାତା ସତୀଙ୍କ ମୃତ ଶରୀର ନିଜ କୋଳକୁ ନେଇଥିଲେ, ଏହି ସମୟରେ ବିଷ୍ଣୁ ଭଗବାନ ସତୀ ମାତାଙ୍କ ମୁଣ୍ଡ କାଟିବା ପାଇଁ ଚକ୍ର ପକାଇଥିଲେ। ଏହି ଚକ୍ର ସିଧା ଯାଇ ସତୀ ମାତାଙ୍କ ମୁଣ୍ଡ କାଟି ଦେଇଥିଲା। ମୁଣ୍ଡ କଟିବା ପରେ ମାତା ସତୀଙ୍କ ମୁଣ୍ଡ ସିଧା ପଡ଼ିଥିଲା ପୃଥିବୀ ଉପରେ। କୁହାଯାଏ, ପୃଥିବୀରେ ମାତାଙ୍କ ମୁଣ୍ଡ ଏହି ସ୍ଥାନରେ ପଡ଼ିଥିଲା। ପରେ ହିଙ୍ଗୁଳା ମାତାଙ୍କ ମନ୍ଦିର ନାମରେ ନାମିତ ହୋଇଥିଲା।
ହିଙ୍ଗୁଳା ମନ୍ଦିର ପାକିସ୍ତାନର ବ୍ଲୁଚିସ୍ତାନରୁ ୧୨୦ କିଲୋମିଟର ଦୂର ହିଙ୍ଗୁଳ ନଦୀ କୂଳରେ ଅବସ୍ଥିତ। ପ୍ରାୟ ୫ଟି ଶକ୍ତିପୀଠ ମଧ୍ୟରେ ଏହି ସ୍ଥାନର ନାମ ସାମିଲ ରହିଛି। ପାକିସ୍ତାନ ବିଭାଜନ ପୂର୍ବରୁ ଭାରତର ପଶ୍ଚିମ ସୀମା ଆଫଗାନିସ୍ତାନ ଏବଂ ଇରାନ ପର୍ଯ୍ୟନ୍ତ ଥିଲା। ସେତେବେଳେ ହିଙ୍ଗଲାଜ ମନ୍ଦିର ହିନ୍ଦୁମାନଙ୍କର ଏକ ପ୍ରମୁଖ ତୀର୍ଥସ୍ଥାନ ଥିଲା। ଖାଲି ଏତିକି ନୁହେଁ, ଏଠାକାର ମୁସ୍‌ଲିମ ସମ୍ପଦ୍ରାୟର ଲୋକମାନେ ମଧ୍ୟ ମା’ ହିଙ୍ଗୁଳା ଦେବୀଙ୍କ ପୂଜା କରୁଥିଲେ। ଏହି ସମ୍ପ୍ରଦାୟର ଲୋକମାନେ ହିଙ୍ଗୁଳା ମାତାଙ୍କୁ ନାନି କହି ଲାଲ କପଡ଼ା, ଧୂପ, ମହମବତୀ ଆଦି ଦେଇ ପୂଜାର୍ଚ୍ଚନା କରିଥାନ୍ତି। ଏହି ସ୍ଥାନକୁ ‘ନାନି ପୀର’ ମଧ୍ୟ କୁହାଯାଏ। ନବରାତ୍ରି ସମୟରେ ଏଠାରେ ବିରାଟ ମେଳାର ଆୟୋଜନ ହୋଇଥାଏ। ମାତ୍ର ଚଳିତବର୍ଷ କରୋନା ପାଇଁ ଏହା ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୧ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୨ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri