୩୬୦ କୋଟି ସମ୍ପତ୍ତିର ମାଲିକ ଏହି ସୁପରଷ୍ଟାର, ୧୦ ବର୍ଷ ପୂର୍ବେ ସ୍ନେହାଙ୍କୁ କରିଥିଲେ ବିବାହ

ସାଉଥ୍‌ ଫିଲ୍ମର ଲୋକପ୍ରିୟ ଅଭିନେତା ଆଲୁ ଅର୍ଜୁନ ଇତିମଧ୍ୟରେ ୩୮ ବର୍ଷର ହୋଇଛନ୍ତି। ୮ ଅପ୍ରେଲ, ୧୯୮୩ରେ ଚେନ୍ନାଇରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୩ରେ ଫିଲ୍ମ ‘ଗଙ୍ଗୋତ୍ରୀ’ରୁ ଲିଡ୍‌ ରରିତ୍ରରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୫ ଫିଲ୍ମରେ କାମ କରିସାରିଥିବା ଆଲୁ ଏବେ ୩୬୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ଗୋଟିଏ ଫିଲ୍ମ ପାଇଁ ସେ ୧୬ରୁ ୧୮ କୋଟି ଟଙ୍କା ଚାର୍ଜ କରିଥାନ୍ତି। ତେବେ ଅଭିନୟ ସାଙ୍ଗକୁ ନୃତ୍ୟ ଏବଂ ଜୀବନଶୈଳୀ ପାଇଁ ସେ ବେଶ୍‌ ଚର୍ଚ୍ଚାରେ ରୁହନ୍ତି।
ହାଇଦ୍ରାବାଦରେ ଥିବା ଆଲୁଙ୍କର ଏକ ବଙ୍ଗଳାର ମୂଲ୍ୟ ହେଉଛି ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା। ଜୁବଲୀ ହିଲ୍‌ସ୍‌ସ୍ଥିତ ଏହି ଘରକୁ ଆଲୁ ଲୋକପ୍ରିୟ ଡିଜାଇନର ଆମିର ଏବଂ ହାମିଦାଙ୍କ ଦ୍ୱାରା ଡେକୋରେଟ୍‌ କରିଛନ୍ତି।
୬ ମାର୍ଚ୍ଚ, ୨୦୧୧ରେ ହାଇଦ୍ରାବାଦର ସ୍ନେହା ରେଡ୍ଡିଙ୍କୁ ସେ ବିବାହ କରିଥିଲେ। ଏକ ବିବାହ ଉତ୍ସବରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ଆଲୁ ସ୍ନେହାଙ୍କୁ ଭଲପାଇ ବସିଥିଲେ। ବିବାହରେ ୩ ବର୍ଷ ପରେ ଅର୍ଥାତ୍‌ ୩ ଅପ୍ରେଲ ୨୦୧୪ରେ ତାଙ୍କର ପୁଅ ଆଲୁ ଅୟାନ ଜନ୍ମଗ୍ରହଣ କରିଥିଲେ। ଏହାର ୨ ବର୍ଷ ପରେ ଅର୍ଥାତ୍‌ ୨୦୧୬ରେ ସେ ଏକ କନ୍ୟା ସନ୍ତାନ ଆଲୁ ଆରହାଙ୍କ ବାପା ହୋଇଥିଲେ। ଆଲୁ ହେଉଛନ୍ତି ଭେଟେରାନ ଅଭିନେତା ଚିରଞ୍ଜିବୀଙ୍କ ଭଣଜା। ଅର୍ଥାତ୍‌ ତାଙ୍କ ମା’ ନିର୍ମଳା ଚିରଞ୍ଜିବୀଙ୍କ ଭଉଣୀ। ଏହିପରି ଭାବେ ଆଲୁ ଚିରଞ୍ଜିବୀଙ୍କ ପୁଅ ରାମଚରଣ ତେଜାଙ୍କ ଭାଇ। ଆଲୁ ଅର୍ଜୁନଙ୍କ ଭାଇଙ୍କ ନାମ ହେଉଛି ଆଲୁ ଶିରିଷ ଏବଂ ସେ ମଧ୍ୟ ଜଣେ କଳାକାର।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri