୩୬୦ କୋଟି ସମ୍ପତ୍ତିର ମାଲିକ ଏହି ସୁପରଷ୍ଟାର, ୧୦ ବର୍ଷ ପୂର୍ବେ ସ୍ନେହାଙ୍କୁ କରିଥିଲେ ବିବାହ

ସାଉଥ୍‌ ଫିଲ୍ମର ଲୋକପ୍ରିୟ ଅଭିନେତା ଆଲୁ ଅର୍ଜୁନ ଇତିମଧ୍ୟରେ ୩୮ ବର୍ଷର ହୋଇଛନ୍ତି। ୮ ଅପ୍ରେଲ, ୧୯୮୩ରେ ଚେନ୍ନାଇରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୩ରେ ଫିଲ୍ମ ‘ଗଙ୍ଗୋତ୍ରୀ’ରୁ ଲିଡ୍‌ ରରିତ୍ରରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୫ ଫିଲ୍ମରେ କାମ କରିସାରିଥିବା ଆଲୁ ଏବେ ୩୬୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ଗୋଟିଏ ଫିଲ୍ମ ପାଇଁ ସେ ୧୬ରୁ ୧୮ କୋଟି ଟଙ୍କା ଚାର୍ଜ କରିଥାନ୍ତି। ତେବେ ଅଭିନୟ ସାଙ୍ଗକୁ ନୃତ୍ୟ ଏବଂ ଜୀବନଶୈଳୀ ପାଇଁ ସେ ବେଶ୍‌ ଚର୍ଚ୍ଚାରେ ରୁହନ୍ତି।
ହାଇଦ୍ରାବାଦରେ ଥିବା ଆଲୁଙ୍କର ଏକ ବଙ୍ଗଳାର ମୂଲ୍ୟ ହେଉଛି ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା। ଜୁବଲୀ ହିଲ୍‌ସ୍‌ସ୍ଥିତ ଏହି ଘରକୁ ଆଲୁ ଲୋକପ୍ରିୟ ଡିଜାଇନର ଆମିର ଏବଂ ହାମିଦାଙ୍କ ଦ୍ୱାରା ଡେକୋରେଟ୍‌ କରିଛନ୍ତି।
୬ ମାର୍ଚ୍ଚ, ୨୦୧୧ରେ ହାଇଦ୍ରାବାଦର ସ୍ନେହା ରେଡ୍ଡିଙ୍କୁ ସେ ବିବାହ କରିଥିଲେ। ଏକ ବିବାହ ଉତ୍ସବରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ଆଲୁ ସ୍ନେହାଙ୍କୁ ଭଲପାଇ ବସିଥିଲେ। ବିବାହରେ ୩ ବର୍ଷ ପରେ ଅର୍ଥାତ୍‌ ୩ ଅପ୍ରେଲ ୨୦୧୪ରେ ତାଙ୍କର ପୁଅ ଆଲୁ ଅୟାନ ଜନ୍ମଗ୍ରହଣ କରିଥିଲେ। ଏହାର ୨ ବର୍ଷ ପରେ ଅର୍ଥାତ୍‌ ୨୦୧୬ରେ ସେ ଏକ କନ୍ୟା ସନ୍ତାନ ଆଲୁ ଆରହାଙ୍କ ବାପା ହୋଇଥିଲେ। ଆଲୁ ହେଉଛନ୍ତି ଭେଟେରାନ ଅଭିନେତା ଚିରଞ୍ଜିବୀଙ୍କ ଭଣଜା। ଅର୍ଥାତ୍‌ ତାଙ୍କ ମା’ ନିର୍ମଳା ଚିରଞ୍ଜିବୀଙ୍କ ଭଉଣୀ। ଏହିପରି ଭାବେ ଆଲୁ ଚିରଞ୍ଜିବୀଙ୍କ ପୁଅ ରାମଚରଣ ତେଜାଙ୍କ ଭାଇ। ଆଲୁ ଅର୍ଜୁନଙ୍କ ଭାଇଙ୍କ ନାମ ହେଉଛି ଆଲୁ ଶିରିଷ ଏବଂ ସେ ମଧ୍ୟ ଜଣେ କଳାକାର।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri