ଭତ୍ତା, ୫ କିଲୋ ଚାଉଳ ଭରସାରେ କଟୁଛି ଜୀବନ

ନବରଙ୍ଗପୁର, ୨୩।୫(ବି.ପ୍ର.): କଚ୍ଚା ଘର ରହିବ ନାହିଁ। ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ମିଳିବ ପକ୍କା ଘର। ରାଜ୍ୟ ସରକାର ଜନସାଧାରଣଙ୍କୁ ଏଭଳି ଆଶ୍ୱାସନା ଦେଉଥିବାବେଳେ ନବରଙ୍ଗପୁର ଜିଲାରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରତ୍ୟେକ ପଞ୍ଚାୟତରେ ମଧ୍ୟସ୍ଥଙ୍କ ଯୋଗୁ ଅନେକ ବୃଦ୍ଧାବୃଦ୍ଧ ହିତାଧିକାରୀଙ୍କ ଆବାସ ଗୃହ ନିର୍ମାଣ ହେଇପାରୁନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଚିର୍ମା ପଞ୍ଚାୟତର ଜାଗନିଗୁଡା ଗାଁରେ।
ଜାଗନିଗୁଡା ଗାଁର ସ୍ବର୍ଗତ ପୁରନ ଭାତନାୟକଙ୍କ ସ୍ତ୍ରୀ ସୁନାମଣୀ ଭାତନାୟକ (୮୦)। ୨୦୧୯-୨୦ବର୍ଷରେ ଆବାସ ହିତାଧିକାରୀ ଚୟନ ପରେ କାର୍ଯ୍ୟାଦେଶ ସହ ଘର ନିର୍ମାଣ ପାଇଁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ୧ଲକ୍ଷ ଟଙ୍କା ଅନୁଦାନ ପାଇଲେ। ତେବେ ବାର୍ଦ୍ଧକ୍ୟବସ୍ଥା ଯୋଗୁ କର୍ଚାମାଳ ଗାଁର ବିନୋଦ ମାଳି ସୁନାମଣୀଙ୍କ ଘର ନିର୍ମାଣ କରିଦେବାକୁ କହିଲେ। ଏହାପରେ ବିନୋଦ ସୁନାମଣୀଙ୍କ ପାସବୁକ୍‌, ଆଧାର କାର୍ଡ ଓ ଭୋଟ ପରିଚୟପତ୍ର ନେଇ ନିଜ ପାଖରେ ରଖି ଘର କାମ ଆରମ୍ଭ କଲେ। ମୂଳଦୁଆ ସହ ଝରକା ଲେବଲ ପର୍ଯ୍ୟନ୍ତ ଘର କାମ କରି ଛାଡି ଦେଲେ। ୨ ବର୍ଷ ପରେ ମଧ୍ୟ ଘର କାମ ଆଉ ଆଗଉ ନାହିଁ। କାମ ପାଇଁ ରଖାଯାଇଥିବା ସିମେଣ୍ଟ ପଥର ବାନ୍ଧି ଦେଲାଣି। ବିନୋଦଙ୍କ ଦେଖା ମିଳୁନାହିଁ ବୋଲି ସୁନାମଣୀ କହିଛନ୍ତି। ସୁନାମଣୀଙ୍କ ନିଜସ୍ବ ଘର ନ ଥିବାରୁ ଦୀର୍ଘ ୨୦ ବର୍ଷ ହେବ ବାରଦ୍ୱାରରେ ରହୁଛନ୍ତି। ଦୁଇ ବର୍ଷ ତଳେ ସୁନାମଣୀଙ୍କ ଅବସ୍ଥା ଦେଖି ଗାଁର ଲମ୍ବୋଦର କୁମଝରିଆ ନିଜ ଘରେ ଆଶ୍ରୟ ଦେଇଛନ୍ତି। ସୁନାମଣୀଙ୍କ ବାର୍ଦ୍ଧକ୍ୟ ଭତ୍ତା ୫ଶହ ଟଙ୍କା, ରାଶନ କାର୍ଡର ୫କିଲୋ ଚାଉଳ ସରକାରୀ ସହାୟତା ଜୀବନ ଭରସା ହୋଇ ରହିଛି। ଆବାସ ଘର ସ୍ବପ୍ନ ମଉଳି ଯାଉଛି। ସରକାର ପର୍ଯ୍ୟାୟ କ୍ରମେ ଅନୁଦାନ ଜିଓ ଟ୍ୟାଗ ପରେ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ସ୍ଲାପ ଲେବଲ ପର୍ଯ୍ୟନ୍ତ କାମ ହୋଇଥିଲେ ତୃତୀୟ ପର୍ଯ୍ୟାୟ ଅନୁଦାନ ମିଳିବା କଥା। କିନ୍ତୁ ଚଞ୍ଚକତା କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ହିତାଧିକାରୀଙ୍କ ଖାତାକୁ ଯାଇଛି। ତେବେ ହିତାଧିକାରୀ ନିଜ ପାଖରେ ପାସବୁକ ନ ଥିବାରୁ ତାହା ମଧ୍ୟ ଜାଣିପାରୁନାହାନ୍ତି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଡମ୍ବୁରୁ ଭତ୍ରାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ବିନୋଦ ମାଳିଙ୍କ ସହ ଆଲୋଚନା ହୋଇଛି। ଖୁବ୍‌ ଶୀଘ୍ର ତାଙ୍କ ଘର କାମ ଆରମ୍ଭ କରିବେ। ନଚେତ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ଦଶମୀ ଚାଲାଣ କହିଛନ୍ତି। ବିନୋଦ ମାଳିଙ୍କ ସହ ଯୋଗାଯୋଗ କରିବାରୁ ଜଲଦି କାମ ଆରମ୍ଭ କରି ଅତି ଶୀଘ୍ର ଶେଷ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri