ଧାର, କରଜ ବଢ଼ିଲାଣି ସେଲୁନ ଖୋଲିବାକୁ ଅନୁମତି ଦିଅ

ବଡଗାଁ,୧୭ା୬: ସୁନ୍ଦରଗଡ଼ ଜିଲା ବଡଗାଁ ବାରିକ ସମାଜ ପକ୍ଷରୁ ଗୁରୁବାର ବୈଠକ କରି ସେଲୁନ ଖୋଲିବାକୁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି । ବୈଠକରେ ଉପସ୍ଥିତ ହରେକୃଷ୍ଣ ବାରିକ, ସନ୍ତୋଷ ବାରିକ, ବୁଲୁ ବାରିକ, ଗୋବର୍ଦ୍ଧନ ପଶାଏତ, ଅମିତ ପଶାଏତ, ସୁମିତ ପଶାଏତ, ଅବିନାଶ ପଶାଏତ, ଅନିଲ ପଶାଏତ ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। କରୋନା ମହାମାରୀ ଯୋଗୁ ଅନେକ ସମୟରେ ଲକ୍‌ଡାଉନ, ଶଟଡାଉନ ହେବାରୁ ଅର୍ଥ ଉପାର୍ଜନ ବନ୍ଦ ହୋଇଯାଇଛି। ଆର୍ଥିକ ଅନାଟନ ମଧ୍ୟରେ ପରିବାର ପ୍ରତିପୋଷଣ କଷ୍ଟକର ହେଉଛି। ଧାର, କରଜ ବଢ଼ି ଚାଲିଛି । ସ୍ଥିତି ଜଟିଳ ହେବା ପୂର୍ବରୁ ସେଲୁନ ଖୋଲିବାକୁ ଦେଲେ ପିଲାଛୁଆଙ୍କ ମୁହଁରେ ଆହାର ଦେଇପାରିବୁ ବୋଲି ବୈଠକରେ ଉପସ୍ଥିତ ସେଲୁନ ଦୋକାନୀମାନେ କହିଛନ୍ତି । ପ୍ରଶାସନ ଏହା ଉପରେ ବିଚାର କରିବାକୁ ଦାବି ହେଉଛି ।