ଲଟେରି ମାଧ୍ୟମରେ ଫଳ ବ୍ୟବସାୟୀଙ୍କୁ ପିଣ୍ଡି ଆବଣ୍ଟନ

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ମୁଖ୍ୟରାସ୍ତା କଡରେ ବ୍ୟବସାୟୀମାନେ ଦୀର୍ଘଦିନରୁ ଫଳ ବ୍ୟବସାୟ କରିଆସୁଥିଲେ। ଏଥିଯୋଗୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଟ୍ରାଫିକ ଜାମ୍‌ ହେଉଥିଲା। ଫଳରେ ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧା ହେଉଥିଲା। ଏହି ସମସ୍ୟାର ସମାଧାନ ପାଇଁ କଳାହାଣ୍ଡି ଜିଲାପାଳ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏନ୍‌ଏସି ସଦ୍‌ଭାବନା ସଭାଗୃହରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ଫଳ ବ୍ୟବସାୟୀଙ୍କ ଉପସ୍ଥିତିରେ ମଙ୍ଗଳବାର ଆଲୋଚନା ହୋଇ ପିଣ୍ଡି ବଣ୍ଟନ ପାଇଁ ଲଟେରି କରାଯାଇଥିଲା। ଲଟେରିରେ ଗଜିନ୍ଦ୍ର ସାହୁ ପ୍ରଥମ, ହୃଷୀକେଶ ସାହୁ ଦ୍ୱିତୀୟ ଓ ଅଚ୍ୟୁତ ସାହୁ ତୃତୀୟ ଏହିପରି ଫଳ ବ୍ୟବସାୟ କରୁଥିବା ୨୨ଜଣଙ୍କୁ ୱାର୍ଡ ନମ୍ବର ୩ ଅମ୍ବାଜି ମନ୍ଦିରରେ ନିକଟରେ ଥିବା ପିଣ୍ଡି ଆବଣ୍ଟନ କରାଯାଇଛି। ଆସନ୍ତା ଜାନୁଆରୀ ୩ରେ ଅମ୍ବାଜି ମନ୍ଦିର ନିକଟକୁ ଯିବା ପାଇଁ ସମସ୍ତ ଫଳ ଦୋକାନୀ ସ୍ବ ଇଚ୍ଛାରେ ରାଜି ହୋଇଛନ୍ତି। ଏଥିରେ ଫଳ ଦୋକାନି ବ୍ୟତିକ୍ରମ କଲେ ନିୟମ ଅନୁସାରେ ଦଣ୍ଡନୀୟ ହେବେ ବୋଲି ଚୁକ୍ତିନାମାରେ ସ୍ବାକ୍ଷରିତ କରିଛନ୍ତି। ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦଙ୍କୁ ପଚାରିବାରୁ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଫଳ ଦୋକାନି ଓ ପନିପରିବା ଦୋକାନୀଙ୍କୁ ରାଜରାସ୍ତାରୁ ହଟାଯାଇ ଜାଗା ଦେବାପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬ରେ ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ: ତାଲିକାରେ ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ

ମୁମ୍ବାଇ,୨୮ା୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିସିସିଆଇ ପକ୍ଷରୁ ‘ରେଜିଷ୍ଟର୍ଡ ଆଭେଲେବଲ୍ ପ୍ଲେୟାର…

ଯୋଗାଣ ମନ୍ତ୍ରୀଙ୍କ କଡ଼ା ତାଗିଦ, ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ ଦେଢ଼ଗୁଣା…

ଭୁବନେଶ୍ବର,୨୮ା୧:  ମୃତକଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କୁ କଡ଼ା ତାଗିଦ କଲେ ଯୋଗାଣ ମନ୍ତ୍ରୀ । ମୃତକଙ୍କ ନାଁରେ ଚାଉଳ ଉଠାଉଥିଲେ ଆକ୍ସନ୍ ହେବ କହିଛନ୍ତି କୃଷ୍ଣଚନ୍ଦ୍ର…

୩୦ ବର୍ଷ ପରେ ଅସ୍ତ ହେବେ ଶନି, ହୋଲି ପରେ ଖୋଲିବ ଏହି ୩ ରାଶିର ଭାଗ୍ୟ

ନଅଟି ଗ୍ରହ ମଧ୍ୟରୁ ଗୋଟିଏ ଶନି ମହାରାଜଙ୍କୁ ନ୍ୟାୟ, ଶୃଙ୍ଖଳା ଏବଂ ଦାୟିତ୍ୱର କାରକ ବୋଲି ବିବେଚନା କରାଯାଏ। ଏହା ବ୍ୟକ୍ତିର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ…

“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri