କୁଳସମାଜରୁ ବାସନ୍ଦ, ପୋଲିସର ଅସଦ ବ୍ୟବହାର ଅଭିଯୋଗ

ପୁରୁଷୋତ୍ତମପୁର,୯ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୋଲସରା ଥାନା ପୋଲିସ ଜଣେ ସାମାଜିକ ବାସନ୍ଦ ଦିବ୍ୟାଙ୍ଗ ପରିବାରକୁ ନ୍ୟାୟ ପ୍ରଦାନ କରିବା ବଦଳରେ ଅସଦ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ପୋଲସରା ଥାନା ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର ଦିବ୍ୟାଙ୍ଗ ଅଭିମନ୍ୟୁ ସାହୁ ତାଙ୍କ ପତ୍ନୀ, ପୁଅ, ବୋହୁଙ୍କୁ ନେଇ ପୁରୁଷୋତ୍ତମପୁର ଏସଡିପିଓଙ୍କ ଠାରେ ଶୁକ୍ରବାର ଫେରାଦ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ଏସଡିପିଓ ରଜନିକାନ୍ତ ସାମଲ ନିଜେ ପୋଲସରା ଯାଇ ଘଟଣାର ତଦନ୍ତ କରି ତୁରନ୍ତ ନ୍ୟାୟ ପ୍ରଦାନ କରିବାଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଡିମ୍ବିରିଆର ଅଭିମନ୍ୟୁ ସାହୁ ଓ ସ୍ତ୍ରୀ କସ୍ତୁରୀ, ପୁଅ ପରିକ୍ଷିତ ଝିଅ ପ୍ରତିମା ସମସ୍ତେ ଦିବ୍ୟାଙ୍ଗ ଶ୍ରେଣୀର ଅଟନ୍ତି। ଗତ ୮ ବର୍ଷ ତଳେ ବୋହୁ ସୁନିତା କୁଣ୍ଡୁ ଓ ପୁଅ ପରିକ୍ଷିତଙ୍କ ମଧ୍ୟରେ ପାରିବାରିକ ମନୋମାଳିନ୍ୟ ଘଟିଥିଲା। ଏହାକୁ ନେଇ ବୋହୁ ସୁନିତା ଗ୍ରାମ ସଭାପତିଙ୍କୁ ଜଣାଇଥିଲେ। ସ୍ତ୍ରୀଙ୍କୁ ଫେରାଇ ଘରକୁ ଆଣିବା ଲାଗି ପରକ୍ଷିତ ସେତେବେଳେ ପୋଲିସକୁ ଅନୁରୋଧ କରିଥିଲେ। ଆଉ ପୋଲିସ ମଧ୍ୟ ତାଙ୍କ ସ୍ତ୍ରୀକୁ ବୁଝାଇ ଘରକୁ ଫେରାଇ ଆଣିଥିଲେ। ମାତ୍ର ପୋଲିସକୁ ଜଣାଇବାକୁ ନେଇ ତାଙ୍କ ପରିବାରକୁ ବଳାସୀଜାତି କୁଳ ସମାଜ ପକ୍ଷରୁ ବାସନ୍ଦ କରିଥିବା ନେଇ ପରକ୍ଷିତ ଅଭିଯୋଗ କରିଛନ୍ତି। ଏପରିକି ପୁଅ ବୋହୁ ଓ ପରିବାରର ସମସ୍ତଙ୍କୁ ନେଇ ଅଭିମନ୍ୟୁ ସୁଖ ଶାନ୍ତିରେ ଏକତ୍ର ରହୁଥିଲେ ମଧ୍ୟ ତାଙ୍କ ପରିବାରକୁ କୁଳ ସମାଜରୁ ବାସନ୍ଦ ରଖାଯାଇଛି। ଯାହାଦ୍ୱାରା ତାଙ୍କର ଝିଅ ବିବାହ କରିପାରୁ ନାହାନ୍ତି। ଏହି ଘଟଣାକୁ ନେଇ ଦୀର୍ଘ ଦିନ ହେଲା ଥାନାକୁ ଦୌଡି ଦୌଡି ନିରାଶ ହେବା ସହ ଗଞ୍ଜାମ ଏସପି ଓ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ମଧ୍ୟ ଭେଟି ଗୁହାରି ଜଣାଇଛନ୍ତି। ଏପରିକି ୪ ତାରିଖରେ ସମ୍ପୂର୍ଣ୍ଣ ପରିବାର ଛତ୍ରପୁର ଯାଇ ସେଠାରେ ଜିଲାପାଳ ଦିବ୍ୟଜୋତି ପରିଡା ଓ ଏସପି ଜଗମୋହନ ମିନାଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଗୁହାରି ଜଣାଇ ତାଙ୍କ ପରିବାର ଉପରେ ହୋଇଥିବା ସାମାଜିକ ବାସନ୍ଦ ଉଠାଇବା ଲାଗି ନିବେଦନ କରିଥିଲେ। ଏସପିଙ୍କ ପରାମର୍ଶ ପ୍ରକାରେ ପୋଲସରା ଥାନାକୁ ଆସିଥିଲେ। ମାତ୍ର ପୋଲସରା ପୋଲିସ ତାଙ୍କୁ ନ୍ୟାୟଦେବା ବଦଳରେ ଅସଦ ବ୍ୟବହାର କରିଥିବା ନେଇ ଦିବ୍ୟାଙ୍ଗ ପରିବାର ଅଭିଯୋଗ କରି ଏସଡିପିଓଙ୍କ ଠାରେ ଫେରାଦ ହୋଇ ଗୁହାରି କରିଛନ୍ତି। ନ୍ୟାୟ ନ ମିଳିଲେ ପୂରା ପରିବାର ସଦସ୍ୟ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri