ଯୁବକଙ୍କ ଅପହରଣ ନେଇ ଥାନାରେ ଅଭିଯୋଗ

ବଲାଙ୍ଗୀର ଅଫିସ/ ଲାଠୋର, ୧୯ା୯ (ଡି.ଏନ୍‌.ଏ.): ଜଣେ ଯୁବକଙ୍କୁ ଘରୁ ଅପହରଣ କରାଯାଇଥିବା ନେଇ ବଲାଙ୍ଗୀର ଜିଲା ଲାଠୋର ଥାନାରେ ଲିଖିତ ଅଭିଯୋଗ ହେବାପରେ ଜିଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ଅଭିଯୋଗକାରିଣୀ ୩ଜଣଙ୍କ ନଁାରେ ଏବଂ ଜଣେ ଅଜଣା ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଜଣେ ଏନଏସି ଅଧ୍ୟକ୍ଷଙ୍କ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ହେବା ପରେ ଘଟଣାଟି ଆଲୋଡନ ଖେଳାଇ ଦେଇଛି। ଲାଠୋର ଥାନା ପୋଲିସ ଏହି ଘଟଣା ସମ୍ପର୍କରେ ୪ଜଣଙ୍କ ନଁାରେ ମାମଲା ରୁଜୁ କରିଥିଲେ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ଘଟଣାକୁ ନେଇ ପାଟି ଖୋଲୁନାହିଁ।
ଲାଠୋର ନିବାସୀ କୌଶଲ୍ୟାଦେବୀ ଅଗ୍ରୱାଲ(୪୬) ଥାନାରେ ରବିବାର ତାଙ୍କ ପୁଅ ଦୀନଦୟାଲ ଅଗ୍ରୱାଲ(୨୮)ଙ୍କୁ ୪ ଜଣ ବ୍ୟକ୍ତି ଅପହରଣ କରିନେଇଥିବା ଅଭିଯୋଗ କରିଥିଲେ। ଅଭିଯୋଗପତ୍ରରେ ସେ ଉଲ୍ଳେଖ କରିଥିଲେ ଯେ, ରବିବାର ମଧ୍ୟାହ୍ନ ୧୨ଟା ୩୦ରେ ତାଙ୍କ ଘରକୁ ରାୟପୁରର ସୁନୀଲ ଅଗ୍ରୱାଲ, ଅଜୟ ଅଗ୍ରୱାଲ, କଣ୍ଟାବାଞ୍ଜିର ନାଗୁ ସିଂ ସାଲୁଜା ଏବଂ ଅନ୍ୟ ଜଣେ ବ୍ୟକ୍ତି ଆସି ତାଙ୍କ ପୁଅ ଦୀନଦୟାଲଙ୍କୁ ମାଡ ମାରି ଜୋର ଜବରଦସ୍ତି ଏକ କାରରେ ଉଠାଇ ନେଇଥିଲେ। ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଧକ୍କା ଦେଇଥିବା କୌଶଲ୍ୟାଦେବୀ ଅଭିଯୋଗ କରିଥିଲେ। ତାଙ୍କ ପୁଅକୁ ଜୀବନରେ ମାରିଦେବାର ଧମକ ଦିଆଯାଇଥିବା କହିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଲାଠୋର ଥାନାରେ ଏକ ମାମଲା (୧୦୮/୨୨) ରୁଜୁ କରିଥିଲା। ଅପହରଣ ପଛର କାରଣ ସମ୍ପର୍କରେ ଅଭିଯୋଗପତ୍ରରେ କିଛି ଲେଖାଯାଇନାହିଁ। ତେବେ ପୋଲିସ ଦଫା ୩୪୧, ୩୬୫, ୩୨୩, ୫୦୬, ୩୪ରେ ମାମଲା ରୁଜୁ କରିଛି। ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଗଣମାଧ୍ୟମକୁ କିଛି ବି ସୂଚନା ଦେଇନାହିଁ। ଅନ୍ୟପକ୍ଷେ ଏହି ମାମଲାରେ ଜଣେ ଏନ୍‌ଏସି ନଗରପାଳଙ୍କ ସମ୍ପୃକ୍ତି ଚର୍ଚ୍ଚା ପ୍ରଚାରିତ ହେବା ପରେ ଘଟଣାଟି ରାଜନୈତିନ ନଁା ବ୍ୟବସାୟିକ ତାକୁ ନେଇ ସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୭୯୦୬୦୬୦ରେ ଯୋଗାଯୋଗ କରାଯାଇଥିଲା। ହେଲେ ରିଙ୍ଗ୍‌ ହେବା ସେତ୍ତ୍ୱ ସେ ଫୋନ୍‌ ରିସିଭ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଲାଠୋର ଥାନାଧିକାରୀ ଏନେଇ କିଛି କହିବାକୁ ମନା କରିଦେଇଛନ୍ତି। ତେବେ ଅସମର୍ଥିତ ସୂତ୍ରରୁ ମିଳିଥିବା ଖବର ମୁତାବକ ପୋଲିସ ଅପହୃତ ଯୁବକଙ୍କୁ ଉଦ୍ଧାର କରି ଘରେ ଛାଡିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri