ଟ୍ରାକ୍ଟର ଚଢ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣା: ବିନା ତଦନ୍ତରେ ଯୁବକ ଗିରଫ ଅଭିଯୋଗ

ଦଶରଥପୁର,୧ା୪(ଡି.ଏନ.ଏ.): ଯାଜପୁର ଜିଲା ଦଶରଥପୁର ତହସିଲ ଅଧୀନ ବୈତରଣୀ ନଦୀର ପଲ୍ଲାସାହି ବାଲିଘାଟରୁ ମଙ୍ଗଳବାର ବେଆଇନ ଭାବେ କେତେକ ଟ୍ରାକ୍ଟର ବାଲି ଉଠାଉଥିଲେ। ଖବର ପାଇ ତହସିଲଦାର ଅବିନାଶ ବିଶ୍ୱଜିତ୍‌ ସେଠୀ ଚଢ଼ାଉ କରିଥିଲେ। ଏହି ସମୟରେ ଏକ ଟ୍ରାକ୍ଟର ନିକଟରେ ଛିଡ଼ା ହୋଇଥିବା ମଙ୍ଗଳପୁର ଥାନା ଅଧୀନ ମଲ୍ଲିକାପୁର ପଞ୍ଚାୟତ ମଲ୍ଲିକାପୁର ଗ୍ରାମର ରାଜେଶ ସାହୁ(ପପି)ଙ୍କୁ ତହସିଲଦାର କାବୁକରି ପୋଲିସ ଜିମା ଦେଇଥିଲେ। ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ନ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ସେ ନିର୍ଦ୍ଦୋଷ ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ତେଣୁ ପପିଙ୍କ ସ୍ତ୍ରୀ ଶୁକ୍ରବାର ଯାଜପୁର ଏସ୍‌ପିଙ୍କୁ ଭେଟି ଏକଥା ଜଣାଇବେ ବୋଲି ଗୁରୁବାର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ଚଢ଼ାଉ ସମୟରେ ପପିଙ୍କୁ ଟ୍ରାକ୍ଟର ଚାଳକ ଭାବି ତହସିଲଦାର କଡ଼ା ଭାଷାରେ ପାଟି କରିଥିଲେ। ପପି ଏହାର ପ୍ରତିବାଦ କରିବା ସହ ସେ ଟ୍ରାକ୍ଟର ଚାଳକ ନୁହନ୍ତି ବୋଲି କହିଥିଲେ। ହେଲେ ତହସିଲଦାର କିଛି ନ ଶୁଣି ତାଙ୍କୁ ବିଭିନ୍ନ ଧମକଚମକ ଦେଇଥିଲେ। ଏହାପରେ ତହସିଲଦାର ପପିଙ୍କ ନାମରେ ମଙ୍ଗଳପୁର ଥାନାରେ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଥିଲେ। ଫଳରେ ପୋଲିସ ତାଙ୍କୁ ଗିରଫ କରିଥିଲା। ମାତ୍ର ତହସିଲଦାର ଦେଇଥିବା ଏତଲାରେ ଟ୍ରାକ୍ଟର ନମ୍ବର ଉଲ୍ଲେଖ କରିନାହାନ୍ତି। ପୋଲିସ ଜବତ କରିଥିବା ଟ୍ରାକ୍ଟରଟି ସଞ୍ଜିତ ସାହୁଙ୍କ ନାମରେ ରହିଛି। ଉକ୍ତ ଗାଡିର ଡ୍ରାଇଭର ତହସିଲଦାରଙ୍କୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ପପିଙ୍କ ସ୍ତ୍ରୀ କହିଛନ୍ତି। ଅପରପକ୍ଷେ ତହସିଲଦାର ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ପପି ଟ୍ରାକ୍ଟର ଚଳାଇ ଆସି ତାଙ୍କ ସରକାରୀ ବୋଲେରୋ ଗାଡ଼ିକୁ ଧକ୍କା ଦେଇଥିଲେ। ହେଲେ ବୋଲେରୋ ଗାଡ଼ିର କୌଣସି ସ୍ଥାନରେ ଧକ୍କା ଚିହ୍ନ ନ ଥିବା ଦେଖାଯାଇଛି। ଘଟଣା ସମ୍ପର୍କରେ ତହସିଲଦାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ମୋ ଗାଡ଼ି ସମ୍ମୁଖକୁ ଏକ ଟ୍ରାକ୍ଟର ମାଡ଼ି ଆସିଥିଲା। ତେଣୁ ସେ ମୋତେ ମାରିଦେବାକୁ ଉଦ୍ୟମ କରିଥିବା ଅନୁଭବ କରି ମୁଁ ଥାନାରେ ଏପରି ଏତଲା ଦେଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ଏନ୍ନାମାମୁଲ ହକ୍‌ କହିଛନ୍ତି, ତହସିଲଦାରଙ୍କ ଏତଲା ଆଧାରରେ ଆମେ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ତଦନ୍ତ ପରେ ଯାହାକିଛି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri