ଭିମ୍‌ସାରରୁ ଆସିଲା ପୁଣି ରାଗିଙ୍ଗ ଅଭିଯୋଗ

ସମ୍ବଲପୁର,୧୨ା୩(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରରେ ପୁଣି ରାଗିଙ୍ଗ ଓ ମାର୍‌ପିଟ କରାଯାଇଥିବା ନେଇ କିଛି ଛାତ୍ର ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ଆଣ୍ଟି ରାଗିଙ୍ଗ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ସମ୍ପର୍କରେ ଡିନ୍‌ ଡ. ଜୟଶ୍ରୀ ଡୋରା କହିଛନ୍ତି, ରାଗିଙ୍ଗ ନା ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଛି ତାହା ତଦନ୍ତରୁ ଜଣାପଡିବ।
ମିଳିଥିବା ସୂଚନା ଅନୁଯାୟୀ, ଭିମ୍‌ସାରରେ ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କୁ ଚତୁର୍ଥବର୍ଷ ଛାତ୍ରମାନେ ମାର୍ଚ୍ଚ ୧୦ ତାରିଖରେ ବାସ୍କେଟବଲ ପଡିଆକୁ ଡାକିଥିଲେ। ହେଲେ ଦ୍ୱିତୀୟ ବର୍ଷର ଛାତ୍ରମାନେ ଆସି ନ ଥିଲେ। ଏହାକୁ କେନ୍ଦ୍ର କରି ରାତିରେ ଦ୍ୱିତୀୟ ବର୍ଷ ଛାତ୍ର ରହୁଥିବା ହଷ୍ଟେଲକୁ ସେମାନେ ଯାଇ ରାଗିଙ୍ଗ କରିଥିଲେ। ଏପରି କି ମାରପିଟ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଦ୍ୱିତୀୟବର୍ଷ ଛାତ୍ରମାନେ ଦିଲ୍ଲୀସ୍ଥିତ ଆଣ୍ଟି ରାଗିଙ୍ଗ ସେଲ୍‌ରେ ଅଭିଯୋଗ କରିଛନ୍ତି। ପୂର୍ବରୁ ୨୦୧୯ ସେପ୍ଟେମ୍ବର ୫ରେ ଭିମ୍‌ସାରରେ ରାଗିଙ୍ଗ ନେଇ ଅଭିଯୋଗ ହୋଇଥିଲା। ଜଣେ ଦ୍ୱିତୀୟବର୍ଷ ଏମ୍‌ବିବିଏସ୍‌ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ମାରପିଟ କରିବା ସହ ରାଗିଙ୍ଗ କରିଥିଲେ। ସେହିପରି ୨୦୧୮ ଅକ୍ଟୋବର ୯ରେ ଏମ୍‌ବିବିଏସ୍‌ ଜୁନିୟର ଛାତ୍ରଙ୍କୁ ରାଗିଙ୍ଗ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଭିମସାର କର୍ତ୍ତୃପକ୍ଷ ୨୩ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଣଙ୍କୁ ଦଳିଦେଲା ହାତୀ

ବାଲେଶ୍ୱର,୩ା୩(ଡି.ଏନ୍‌.ଏ.): ବସ୍ତା ବ୍ଲକ ଅନ୍ତର୍ଗତ କରଞ୍ଜିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନାନୁସାରେ, ଗୁରୁବାର ବିଳମ୍ବିତ ରାତିରେ ୫-୬...

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମୋହନା,୨ା୧(ଡି.ଏନ୍‌.ଏ.) – ଗଜପତି ଜିଲା ଅଡବା ଥାନାଠାରୁ ୨ଶହ ମିଟର ଦୂର ଶ୍ମଶାନଘାଟ ନିକଟରେ ବୁଧବାର ଜଣେ ଯୁବକଙ୍କ ମୃତଦେହ ପଡିଥିବା କେତେଜଣ ଲୋକ ଦେଖି...

ଝଲସୁଛି ଗାଁଠୁ ସହର

ଭୁବନ,୨।୯(ଡି.ଏନ.ଏ.) ଆଜି ଧରାବତରଣ କରିବେ ବିଦ୍ୟାଦାତା ଗଜାନନ। ଏହାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ଭୁବନ। ସୁଉଚ୍ଚ ତୋରଣ, ଉଜ୍ଜ୍ୱଳ ଆଲୋକମାଳାରେ ସହର ଝଲସି ଉଠିଥିବାବେଳେ...

ତୋରାଣିପଦାରୁ ଜବରଦଖଲ ଉଚ୍ଛେଦ

ଖଇରା, ୨୯।୬(ଡି.ଏନ.ଏ.)-ଖଇରା ତହସିଲ ଓ ପୋଲିସର ମିଳିତ ସହଯୋଗରେ ଖଇରା ବ୍ଲକ ତୋରାଣିପଦା ଗ୍ରାମରୁ ଶୁକ୍ରବାର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ...

ଅଳିଆ ଆବର୍ଜନାରେ ଭରପୂର ମେଡିକାଲ ପରିସର

ଗଞ୍ଜାମ,୨୦।୧୧(ଡି.ଏନ୍‌.ଏ.): ସହରକୁ ସ୍ବଚ୍ଛ ଓ ସୁନ୍ଦର ନିମନ୍ତେ ସ୍ବଚ୍ଛ ଭାରତ ମିଶନରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ କିଛି ସ୍ଥାନରେ...

ବାଉରୀଯୋର ପୋଲ ଉପରେ ୭ଫୁଟ ପାଣି: ବୀରମହାରାଜପୁରରୁ ରେଢ଼ାଖୋଲ, ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୧୩।୮(ଡି.ଏନ.ଏ.): ବୀରମହାରାଜପୁର-ରେଢ଼ାଖୋଲ ରାସ୍ତାର ପିତାମହୁଲ ନିକଟ ବାଉରୀଯୋର ପୋଲ ଉପରେ ପ୍ରାୟ ୭ଫୁଟ ପାଣି ଜମି ପ୍ରବାହିତ ହେଉଥିବାରୁ ଉକ୍ତ ବାଟ ଦେଇ ଯାତାୟତ...

ମାଟ୍ରିକ୍‌ ପରୀକ୍ଷା ଆରମ୍ଭ: ୫ ଲକ୍ଷ ୬୦ ହଜାର ୯୦୫ ଛାତ୍ରୀଛାତ୍ର ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର,୧୯।୨(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ସକାଳୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ...

ରାଜଧାନୀରେ ଆଜିଠାରୁ ଖୋଲିଲା ପାର୍କ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜଧାନୀରେ ରବିବାରଠାରୁ ପରୀକ୍ଷାମୂଳକ ଭାବେ କିଛି ପ୍ରମୁଖ ପାର୍କ ଖୋଲିଛି। ଦୀର୍ଘ ୬୪ ଦିନ ପରେ ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କକୁ ଆଜିଠାରୁ...

Advertisement
Archives

Model This Week