Posted inଭଦ୍ରକ

ସକ୍‌ପିଟ୍‌ ନିର୍ମାଣରେ ଅନିୟମିତତା ଅଭିଯୋଗ

ଭଣ୍ଡାରିପୋଖରୀ,୨୨ା୫: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଞ୍ଚାୟତରେ ସକ୍‌ପିଟ୍‌ ନିର୍ମାଣରେ ଅନିୟମିତତା ନେଇ ଅଭିଯୋଗ ହେଉଛି। ଜଳ ଓ ପରିମଳ ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିର୍ମାଣ ହୋଇଥିବା ବେଳେ ଏହା ଦାୟିତ୍ୱରେ ଥିବା ଅଧିକାରୀ ଠିକ୍‌ ଭାବେ ତଦାରଖ କରୁ ନ ଥିବା କହି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପଞ୍ଚାୟତର ଜଗନ୍ନାଥପ୍ରସାଦ ଗ୍ରାମର ଆନିକଟ ନିକଟସ୍ଥ ଲୋକନାଥ ମନ୍ଦିର ସମ୍ମୁଖରେ ସକ୍‌ପିଟ୍‌ ନିର୍ମାଣ ଯୋଗୁ ବଜାରର ସମସ୍ତ ଜଳ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ବଜାର ରାସ୍ତାରେ ଅପରିଷ୍କାର ପାଣି ଜମି ରହୁଛି। ଏହାବ୍ୟତୀତ ଠିକ୍‌ ସ୍ଥାନରେ ସକ୍‌ପିଟ୍‌ ନିର୍ମାଣ କରାଯାଇ ନାହିଁ। ଏଣୁ ବିଭାଗ ପକ୍ଷରୁ ତଦନ୍ତ କରାଯିବାକୁ ଦୁର୍ଯ୍ୟୋଧନ ବାରିକ, ପ୍ରକାଶ ମହାପାତ୍ର ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଆର୍‌ସି (ବ୍ଲକ ରିସର୍ଚ୍ଚ କୋଅର୍ଡିନେଟର) ଉଦୟ ନାଥ ବେଜଙ୍କୁ ପଚାରିବାରୁ ଅଭିଯୋଗ ଆସିଛି, ଖୁବ୍‌ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?