ପ୍ରାର୍ଥିପତ୍ରରେ ତ୍ରୁଟି ଅଭିଯୋଗ: ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓ , ଏବିଡିଓଙ୍କ ସହ ଅଧିକାରୀଙ୍କୁ ତାଲା

ବାଲେଶ୍ୱର ଅଫିସ,୨।୨: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତର ଜଣେ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ମଙ୍ଗଳବାର ପ୍ରାର୍ଥିପତ୍ର ଯାଞ୍ଚ କରାଯାଉଥିବା ବେଳେ ଓ୍ବାର୍ଡ ମେମ୍ବର ପ୍ରାର୍ଥୀଙ୍କର ବୟସ କମ୍‌ ଥିବାନେଇ ଅପର ପକ୍ଷ ଅଭିଯୋଗ କରିଥିଲେ। କିନ୍ତୁ ଯାଞ୍ଚ କରୁଥିବା ନିର୍ବାଚନ ଅଧିକାରୀ ଉକ୍ତ ନାମାଙ୍କନ ପତ୍ରକୁ ଖାରଜ ନ କରିବା ଯୋଗୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଭୋଗରାଇ ବିଡିଓ ଶଙ୍କର ପଟ୍ଟନାୟକ, ଭୋଗରାଇ ଏବିଡିଓ ଶରତ କୁମାର ମୁଦୁଲି, ଘଟଣାସ୍ଥଳରେ ପହଞ୍ଚି ସେ ମଧ୍ୟ ସମାନ ଉତ୍ତର ରଖିଥିଲେ। ଯାହାକୁ ନେଇ ଲୋକ ଉକ୍ତ କାର୍ଯ୍ୟାଳୟରେ ଉଭୟ ଅଧିକାରୀଙ୍କ ସହ ଯାଞ୍ଚ କରୁଥିବା ଅଧିକାରୀ ବିରାଜ କୁମାର ନାୟକଙ୍କୁ ଗେଟ୍‌ରେ ତାଲା ପକାଇ ଅଟକ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଦିବସରେ ମା’ଙ୍କ ଯାତ୍ରା: ପ୍ରବଳ ଜନସମାଗମ

ଦିଗପହଣ୍ଡି,୫ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସାହିସ୍ଥିତ ଅସ୍ଥାୟୀ ମଣ୍ଡପରେ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ଚତୁର୍ଥ ଦିବସରେ ପହଞ୍ଚିଛି। ପୀଠରେ ମୁଖ୍ୟ ପୁରୋହିତ...

ପାଣି ଯୋଗୁ ଚାଷକାମ ବାଧାପ୍ରାପ୍ତ

ପଟ୍ଟାମୁଣ୍ଡାଇ୨୯ା୬(ସ୍ବ.ପ୍ର.): ଚଳିତ ଖରିଫ ଚାଷ ସମୟ ହୋଇଯାଇଛି। ହେଲେ ପାଣି ବିନା ଚାଷକାମ ବିଳମ୍ବ ହୋଇଛି। ଅକ୍ଷୟତୃତୀୟାଠାରୁ ଖରିଫ ଧାନଚାଷ ଆରମ୍ଭ ହୋଇଥାଏ। ଚଳିତବର୍ଷ ମଧ୍ୟ...

ରୂପ୍‌ସାରେ ଲୁଟେରା ସକ୍ରିୟ: ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ

ରୂପ୍‌ସା, ୨୮।୬(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସାସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ନେଇ ଥାନାରେ ଅଭିଯୋଗ ହୋଇଛି। ଶୁକ୍ରବାର ରୂପ୍‌ସା ଥାନାଧିକାରୀ ସୁଚନ୍ଦ୍ର...

ମିଳୁନି ଶଯ୍ୟା, ଦୁର୍ଦ୍ଦଶାରେ ରୋଗୀ

ରାୟଗଡ଼ା,୩୧।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି। ବର୍ଷା ଦିନେ ଶିଶୁଠାରୁ ଆରମ୍ଭ କରି ବୟସ୍କ ସମସ୍ତେ...

ପାଇପ୍‌ ବିଛାଇ ମରାମତି କରୁନି ଠିକାସଂସ୍ଥା

କେନ୍ଦୁଝର,୨୬ା୧୨(ସ୍ବ.ପ୍ର.):କେନ୍ଦୁଝର ସହରରେ ବିଭିନ୍ନ ସାହି ଓ ଓ୍ବାର୍ଡରେ ଜଳ ଯୋଗାଣ ନିମନ୍ତେ ପାଇପ ବିଛା କାମ ଚାଲିଛି। ଏଥିପାଇଁ କାମ ନେଇଥିବା ଠିକାସଂସ୍ଥା ରାସ୍ତା ଖୋଳି...

ବାଲୁକାକଳାରେ ଦ୍ରୌପଦୀଙ୍କୁ ଶୁଭେଚ୍ଛା

ପୁରୀ ଅଫିସ,୨୧।୭: ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ହେଁ ଚୂଡ଼ାନ୍ତ ଫଳାଫଳ ପ୍ରକାଶକୁ ଅପେକ୍ଷା...

ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ

ପାଟଣା,୨୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ର ଶ୍ରୀକୃଷ୍ଣଙ୍କ ବେଶରେ...

କାଦୁଅ ରାସ୍ତାରେ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଲୋଇସିଂହା,୨୩।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବକଟି ପଞ୍ଚାୟତ ଅନ୍ତର୍ଗତ ବଡଖଲିଆପଲି ଗାଁର ପିଲାମାନେ କାଦୁଅ ରାସ୍ତାରେ ସ୍କୁଲକୁ ଯାଉଛନ୍ତି। ସ୍କୁଲ ରାସ୍ତାର ଉନ୍ନତୀକରଣ ପାଇଁ...

Advertisement
Archives

Model This Week