ଡ୍ରେନ୍‌ ସଫେଇରେ ଦୁର୍ନୀତି ଅଭିଯୋଗ

ବିଞ୍ଝାରପୁର,୨୮ା୪(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅଧୀନ ସୟଦପୁର ପଞ୍ଚାୟତର ବିଭିନ୍ନ ଗାଁରେ ଡ୍ରେନ୍‌ ସଫେଇରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବ୍ଲକ୍‌ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ସୟଦପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିବଦ୍ଧତା ଅନୁଯାୟୀ ପଞ୍ଚାୟତର ବିଭିନ୍ନ ଡ୍ରେନ୍‌ ସଫେଇ ପାଇଁ ୨୦୨୨ ସେପ୍ଟେମ୍ବର ୩୦ରେ ପଞ୍ଚାୟତ ଅର୍ଥରୁ ୧ ଲକ୍ଷ ୭୬ ହଜାର ୪୦୦ ଟଙ୍କା ମଞ୍ଜୁର କରାଯାଇଥିଲା। ଭେଣ୍ଡର ଗୋରାଚାନ୍ଦ ଦାସଙ୍କ ଜରିଆରେ କନିଷ୍ଠ ଯନ୍ତ୍ରୀ ଶିଶିର ଶେଖର ନାୟକ ଓ ପିଇଓ ରାଜେଶ କୁମାର ଦାସଙ୍କ ଦ୍ୱାରା ଟଙ୍କା ଉଠାଣକରି ସରପଞ୍ଚ ଖର୍ଚ୍ଚ କରିଥିଲେ। ଅନ୍ୟପଟେ ପଞ୍ଚାୟତରେ ଥିବା ଡ୍ରେନ୍‌ ଆଦୌ ସଫେଇ ହୋଇ ନ ଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।
ସୟଦପୁର ପଞ୍ଚାୟତ ୧୧ ନମ୍ବର ୱାର୍ଡର ହୋସେନି ମହଲ୍ଲା ଏବଂ ସର୍ଦାରି ମହଲ୍ଲା କହିଛନ୍ତି, ରାସ୍ତା କଡ଼ରେ ଥିବା ଡ୍ରେନ୍‌ ଏବେ ଗ୍ରାମର ପ୍ରାୟ ୨୦୦ ପରିବାରଙ୍କ ଦୁର୍ଦ୍ଦଶାର କାରଣ ପାଲଟିଛି। ଦୀର୍ଘଦିନ ଧରି ଡ୍ରେନ ପାଣିରେ ପୁରିରହିଛି। ନିଷ୍କାସନ ନ ହେବା କାରଣରୁ ଡ୍ରେନ ପାଣି ରାସ୍ତା ଉପରେ ଲହଡ଼ି ମାରୁଛି। କେବଳ ବଡ଼ ମଣିଷ ନୁହନ୍ତି ଛୋଟ ପିଲାମାନେ ମଧ୍ୟ ଅପରିଷ୍କାର ପାଣିରେ ପଶି ଯିବାଆସିବା କରୁଛନ୍ତି। ଅପରିଷ୍କାର ପାଣିରେ ଯିବାଆସିବା ଦ୍ୱାରା ବିଭିନ୍ନ ରୋଗ ହେଉଛି। ଏନେଇ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ସେମାନେ କହିଛନ୍ତି। ତେବେ ଆଗମୀ ଦିନରେ କୌଣସି ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ଜୁଲଫୁକାର ଅଲ୍ଲୀ ଖାନ, ସେକ୍‌ ଜଲାଲୁଦ୍ଦିନ, ସେକ୍‌ ରଫିଉଦ୍ଦିନ, ସେକ୍‌ ନସିରୁଦ୍ଦିନ, ସଲମା ବିବି, ମୁନେରା ବିବି ଓ ଅବୁବକର ଖାନଙ୍କ ସମେତ ବହୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସରପଞ୍ଚ ସେକ୍‌ ମହମ୍ମଦ ସବୀରଙ୍କୁ ପଚାରିବାରୁ ସେ କହିଛନ୍ତି, ୨ ବର୍ଷ ହେଲା ପଞ୍ଚାୟତରେ ଡ୍ରେନ୍‌ ସଫା କରାଯାଉଛି। ମାତ୍ର ସଚେତନତା ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଘରର ଟ୍ୟୁବ୍‌ୱେଲ ପାଣି ରାସ୍ତାରେ ଛାଡୁଥିବାରୁ ତାହା ଜମି ରହୁଛି। ଲୋକେ ସଚେତନ ହେଲେ ଏହି ସମସ୍ୟାର ସମାଧାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri