ଡ୍ରେନ୍‌ ସଫେଇରେ ଦୁର୍ନୀତି ଅଭିଯୋଗ

ବିଞ୍ଝାରପୁର,୨୮ା୪(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅଧୀନ ସୟଦପୁର ପଞ୍ଚାୟତର ବିଭିନ୍ନ ଗାଁରେ ଡ୍ରେନ୍‌ ସଫେଇରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବ୍ଲକ୍‌ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ସୟଦପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିବଦ୍ଧତା ଅନୁଯାୟୀ ପଞ୍ଚାୟତର ବିଭିନ୍ନ ଡ୍ରେନ୍‌ ସଫେଇ ପାଇଁ ୨୦୨୨ ସେପ୍ଟେମ୍ବର ୩୦ରେ ପଞ୍ଚାୟତ ଅର୍ଥରୁ ୧ ଲକ୍ଷ ୭୬ ହଜାର ୪୦୦ ଟଙ୍କା ମଞ୍ଜୁର କରାଯାଇଥିଲା। ଭେଣ୍ଡର ଗୋରାଚାନ୍ଦ ଦାସଙ୍କ ଜରିଆରେ କନିଷ୍ଠ ଯନ୍ତ୍ରୀ ଶିଶିର ଶେଖର ନାୟକ ଓ ପିଇଓ ରାଜେଶ କୁମାର ଦାସଙ୍କ ଦ୍ୱାରା ଟଙ୍କା ଉଠାଣକରି ସରପଞ୍ଚ ଖର୍ଚ୍ଚ କରିଥିଲେ। ଅନ୍ୟପଟେ ପଞ୍ଚାୟତରେ ଥିବା ଡ୍ରେନ୍‌ ଆଦୌ ସଫେଇ ହୋଇ ନ ଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।
ସୟଦପୁର ପଞ୍ଚାୟତ ୧୧ ନମ୍ବର ୱାର୍ଡର ହୋସେନି ମହଲ୍ଲା ଏବଂ ସର୍ଦାରି ମହଲ୍ଲା କହିଛନ୍ତି, ରାସ୍ତା କଡ଼ରେ ଥିବା ଡ୍ରେନ୍‌ ଏବେ ଗ୍ରାମର ପ୍ରାୟ ୨୦୦ ପରିବାରଙ୍କ ଦୁର୍ଦ୍ଦଶାର କାରଣ ପାଲଟିଛି। ଦୀର୍ଘଦିନ ଧରି ଡ୍ରେନ ପାଣିରେ ପୁରିରହିଛି। ନିଷ୍କାସନ ନ ହେବା କାରଣରୁ ଡ୍ରେନ ପାଣି ରାସ୍ତା ଉପରେ ଲହଡ଼ି ମାରୁଛି। କେବଳ ବଡ଼ ମଣିଷ ନୁହନ୍ତି ଛୋଟ ପିଲାମାନେ ମଧ୍ୟ ଅପରିଷ୍କାର ପାଣିରେ ପଶି ଯିବାଆସିବା କରୁଛନ୍ତି। ଅପରିଷ୍କାର ପାଣିରେ ଯିବାଆସିବା ଦ୍ୱାରା ବିଭିନ୍ନ ରୋଗ ହେଉଛି। ଏନେଇ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ସେମାନେ କହିଛନ୍ତି। ତେବେ ଆଗମୀ ଦିନରେ କୌଣସି ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ଜୁଲଫୁକାର ଅଲ୍ଲୀ ଖାନ, ସେକ୍‌ ଜଲାଲୁଦ୍ଦିନ, ସେକ୍‌ ରଫିଉଦ୍ଦିନ, ସେକ୍‌ ନସିରୁଦ୍ଦିନ, ସଲମା ବିବି, ମୁନେରା ବିବି ଓ ଅବୁବକର ଖାନଙ୍କ ସମେତ ବହୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସରପଞ୍ଚ ସେକ୍‌ ମହମ୍ମଦ ସବୀରଙ୍କୁ ପଚାରିବାରୁ ସେ କହିଛନ୍ତି, ୨ ବର୍ଷ ହେଲା ପଞ୍ଚାୟତରେ ଡ୍ରେନ୍‌ ସଫା କରାଯାଉଛି। ମାତ୍ର ସଚେତନତା ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଘରର ଟ୍ୟୁବ୍‌ୱେଲ ପାଣି ରାସ୍ତାରେ ଛାଡୁଥିବାରୁ ତାହା ଜମି ରହୁଛି। ଲୋକେ ସଚେତନ ହେଲେ ଏହି ସମସ୍ୟାର ସମାଧାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?