ରିଲିଫ୍‌ ପରିଚାଳନାରେ ପ୍ରଶାସନର ତ୍ରୁଟି ଅଭିଯୋଗ

କୁଜଙ୍ଗ,୨୧।୮(ଡି.ଏନ୍‌.ଏ): କୁଜଙ୍ଗ ବ୍ଲକର ୧୦ଟି ପଞ୍ଚାୟତର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକ ୬ ଦିନ ହେବ ବନ୍ୟା ପାଣି ଘେରରେ ରହି ବିଭିନ୍ନ ସମସ୍ୟା ଭୋଗୁଛନ୍ତି। ମାତ୍ର ବ୍ଲକ ପ୍ରଶାସନ ଏପର୍ଯ୍ୟନ୍ତ କେତେକ ପଞ୍ଚାୟତରେ ରିଲିଫ ସାମଗ୍ରୀ ପହଞ୍ଚାଇ ନ ଥିବା ବେଳେ ଆଉ କିଛି ପଞ୍ଚାୟତରେ ରିଲିଫ ସାମଗ୍ରୀ ପରିଚାଳନାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଅପରପକ୍ଷେ କାଠକୋଟ ପଞ୍ଚାୟତକୁ ଶନିବାର ରିଲିଫ ସାମଗ୍ରୀ ପଠାଯାଇଥିବା ସୂଚନା ମିଳିଛି।
ଅଗଷ୍ଟ ୧୬ ରେ ଜିଲାନାସୀ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଥିଲା। ମାତ୍ର ଏଠାରେ ସରପଞ୍ଚଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିବାକୁ ଦିଆ ନ ଯାଇ ଜିଲା ପରିଷଦ ସଭ୍ୟଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ସମ୍ପୃକ୍ତ ଜିଲା ପରିଷଦ ସଭ୍ୟ ଠିକ୍‌ ଭାବେ ରିଲଫ୍‌ ବଣ୍ଟନ ନ କରିବାରୁ ୧୭ ତାରିଖରେ ବ୍ଲକ କାର୍ଯ୍ୟାଳୟରେ ପ୍ରତିବାଦ ହୋଇଥିଲା। ଏହାପରେ ସରପଞ୍ଚଙ୍କୁ ରିଲଫ୍‌ ବଣ୍ଟନ ଦାୟିତ୍ୱ ଦିଆଯାଇଥିଲା। ପୁନର୍ବାର ୧୮ ତାରିଖରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ। ରିଲଫ୍‌ ପରିଚାଳନାରେ ବାରମ୍ବାର ପରବର୍ତ୍ତନ ହେବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିପରି ସାଇଲୋ ପଞ୍ଚାୟତରେ ସରପଞ୍ଚ ସରୋଜ ସେଠିଙ୍କୁ ଅଣଦେଖା କରି ଜଣେ ପୂର୍ବତନ ସରପଞ୍ଚଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏନେଇ ସରପଞ୍ଚ ସେଠୀ ପହଞ୍ଚତ୍ ବ୍ଲକ କାର୍ଯ୍ୟାଳୟରେ ହୋହାଲ୍ଲା କରିଥିଲେ।
ଅପରପକ୍ଷେ ପାଇକା ନଦୀରେ ଘାଇ ହୋଇ କାଠକୋଟ ପଞ୍ଚାୟତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ବି ଏପର୍ଯ୍ୟନ୍ତ ରିଲିଫ ସାମଗ୍ରୀ ପହଞ୍ଚତ୍ ପାରିନାହିଁ ବୋଲି ପୂର୍ବତନ ସରପଞ୍ଚ ମିହିର ପଟ୍ଟନାୟକ କହିଛନ୍ତି। ଏପରିକି ସେଠାରେ ଡଙ୍ଗା ଖଣ୍ଡେ ଯୋଗାଇ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ବିଡିଓଙ୍କ ମତାମତ ନେବାକୁ ଟେଲିଫୋନ କରାଯାଇଥିଲେ ବି ସେ ବାରମ୍ବାର ଟେଲିଫୋନ କାଟି ଦେଇଥିଲେ। ମାତ୍ର ଅତିରିକ୍ତ ବିଡିଓ ଜ୍ଞାନଦା ନାୟକ କହିଛନ୍ତି, ଶନିବାର ଡଙ୍ଗା ଯୋଗେ ରିଲିଫ୍‌ ସାମଗ୍ରୀ ପଠାଯାଇଛି। ଡଙ୍ଗା ଚାଲିବା ସମ୍ପର୍କରେ ଦାୟିତ୍ୱରେ ଥିବା ବ୍ଲକ କ୍ୟାଶିୟର କହିଛନ୍ତି, ବଡବାଲିକଣୀ ପଞ୍ଚାୟତର ସରଳିଠାରୁ କାଠକୋଟ ପର୍ଯ୍ୟନ୍ତ ଡଙ୍ଗା ଚାଲିଛି। ସେହିପିର କୁଜଙ୍ଗ ବ୍ଲକର ରିଲିଫ ସାମଗ୍ରୀ ଗ୍ରହଣ ଓ ବଣ୍ଟନ ଦାୟିତ୍ୱରେ ଯୋଗାଣ ଅଧିକାରୀ ଥିଲେବି ଅନ୍ୟଜଣେ ବେସରକାରୀ ବ୍ୟକ୍ତି ସୂଚନା କେନ୍ଦ୍ରରେ ଏହାର ହିସାବ କିତାବ ରଖୁଛନ୍ତି। ଏପରିକି ସେ ରିଲିଫ ବଣ୍ଟନ ଦାୟିତ୍ୱରେ ଥିବା ଅଭିଯୋଗ ହୋଇଛି। କୌଣସି ଅଧିକାରୀଙ୍କୁ ବନ୍ୟା ପରିସ୍ଥିତି ଓ ରିଲିଫ ସାମଗ୍ରୀ ବଣ୍ଟନ ସମ୍ପର୍କରେ ପଚାରିବାରେ ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ପଠାଉଛନ୍ତି ା ପ୍ରଶାସନ ପକ୍ଷରୁ ୨୪ଟା ଡଙ୍ଗା ଯୋଗାଇ ଦିଆଯାଇଥିବା କୁହାଯାଉଥିବାବେଳେ ବାସ୍ତବରେ ଏତେ ପରିମାଣର ଡଙ୍ଗା ଯୋଗାଇ ଦିଆଯାଇନାହିଁ। ବ୍ଲକ ପ୍ରଶାସନର ମନମୁଖି କାର୍ଯ୍ୟ ଯୋଗୁ ବନ୍ୟା ବିପନ୍ନମାନଙ୍କ ଦୁର୍ଦ୍ଦଶା ବଢ଼ିଥିବା ଅଭିଯୋଗ ହୋଇଛି।
ଏସମ୍ପର୍କରେ ଏବିଡିଓ ନାୟକ କହିଛନ୍ତି, ଯୋଗାଣ ଅଧିକାରୀ ବିବେକାନନ୍ଦ ମହାନ୍ତିଙ୍କୁ ରିଲଫ ଦାୟିତ୍ୱ ଦିଆଯାଇଛି। ମାତ୍ର ଲୋକପ୍ରତିନିଧିଙ୍କ ଗଣ୍ଡଗୋଳ ପ୍ରସଙ୍ଗ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଏସମ୍ପର୍କରେ ଯୋଗାଣ ଅଧିକାରୀ ମହାନ୍ତି କହିଛନ୍ତି, ରିଲିଫ୍‌ କାର୍ଯ୍ୟରେ ସହାୟତା କରିବା ପାଇଁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri