ରିଲିଫ୍‌ ପରିଚାଳନାରେ ପ୍ରଶାସନର ତ୍ରୁଟି ଅଭିଯୋଗ

କୁଜଙ୍ଗ,୨୧।୮(ଡି.ଏନ୍‌.ଏ): କୁଜଙ୍ଗ ବ୍ଲକର ୧୦ଟି ପଞ୍ଚାୟତର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକ ୬ ଦିନ ହେବ ବନ୍ୟା ପାଣି ଘେରରେ ରହି ବିଭିନ୍ନ ସମସ୍ୟା ଭୋଗୁଛନ୍ତି। ମାତ୍ର ବ୍ଲକ ପ୍ରଶାସନ ଏପର୍ଯ୍ୟନ୍ତ କେତେକ ପଞ୍ଚାୟତରେ ରିଲିଫ ସାମଗ୍ରୀ ପହଞ୍ଚାଇ ନ ଥିବା ବେଳେ ଆଉ କିଛି ପଞ୍ଚାୟତରେ ରିଲିଫ ସାମଗ୍ରୀ ପରିଚାଳନାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଅପରପକ୍ଷେ କାଠକୋଟ ପଞ୍ଚାୟତକୁ ଶନିବାର ରିଲିଫ ସାମଗ୍ରୀ ପଠାଯାଇଥିବା ସୂଚନା ମିଳିଛି।
ଅଗଷ୍ଟ ୧୬ ରେ ଜିଲାନାସୀ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଥିଲା। ମାତ୍ର ଏଠାରେ ସରପଞ୍ଚଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିବାକୁ ଦିଆ ନ ଯାଇ ଜିଲା ପରିଷଦ ସଭ୍ୟଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ସମ୍ପୃକ୍ତ ଜିଲା ପରିଷଦ ସଭ୍ୟ ଠିକ୍‌ ଭାବେ ରିଲଫ୍‌ ବଣ୍ଟନ ନ କରିବାରୁ ୧୭ ତାରିଖରେ ବ୍ଲକ କାର୍ଯ୍ୟାଳୟରେ ପ୍ରତିବାଦ ହୋଇଥିଲା। ଏହାପରେ ସରପଞ୍ଚଙ୍କୁ ରିଲଫ୍‌ ବଣ୍ଟନ ଦାୟିତ୍ୱ ଦିଆଯାଇଥିଲା। ପୁନର୍ବାର ୧୮ ତାରିଖରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ। ରିଲଫ୍‌ ପରିଚାଳନାରେ ବାରମ୍ବାର ପରବର୍ତ୍ତନ ହେବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିପରି ସାଇଲୋ ପଞ୍ଚାୟତରେ ସରପଞ୍ଚ ସରୋଜ ସେଠିଙ୍କୁ ଅଣଦେଖା କରି ଜଣେ ପୂର୍ବତନ ସରପଞ୍ଚଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏନେଇ ସରପଞ୍ଚ ସେଠୀ ପହଞ୍ଚତ୍ ବ୍ଲକ କାର୍ଯ୍ୟାଳୟରେ ହୋହାଲ୍ଲା କରିଥିଲେ।
ଅପରପକ୍ଷେ ପାଇକା ନଦୀରେ ଘାଇ ହୋଇ କାଠକୋଟ ପଞ୍ଚାୟତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ବି ଏପର୍ଯ୍ୟନ୍ତ ରିଲିଫ ସାମଗ୍ରୀ ପହଞ୍ଚତ୍ ପାରିନାହିଁ ବୋଲି ପୂର୍ବତନ ସରପଞ୍ଚ ମିହିର ପଟ୍ଟନାୟକ କହିଛନ୍ତି। ଏପରିକି ସେଠାରେ ଡଙ୍ଗା ଖଣ୍ଡେ ଯୋଗାଇ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ବିଡିଓଙ୍କ ମତାମତ ନେବାକୁ ଟେଲିଫୋନ କରାଯାଇଥିଲେ ବି ସେ ବାରମ୍ବାର ଟେଲିଫୋନ କାଟି ଦେଇଥିଲେ। ମାତ୍ର ଅତିରିକ୍ତ ବିଡିଓ ଜ୍ଞାନଦା ନାୟକ କହିଛନ୍ତି, ଶନିବାର ଡଙ୍ଗା ଯୋଗେ ରିଲିଫ୍‌ ସାମଗ୍ରୀ ପଠାଯାଇଛି। ଡଙ୍ଗା ଚାଲିବା ସମ୍ପର୍କରେ ଦାୟିତ୍ୱରେ ଥିବା ବ୍ଲକ କ୍ୟାଶିୟର କହିଛନ୍ତି, ବଡବାଲିକଣୀ ପଞ୍ଚାୟତର ସରଳିଠାରୁ କାଠକୋଟ ପର୍ଯ୍ୟନ୍ତ ଡଙ୍ଗା ଚାଲିଛି। ସେହିପିର କୁଜଙ୍ଗ ବ୍ଲକର ରିଲିଫ ସାମଗ୍ରୀ ଗ୍ରହଣ ଓ ବଣ୍ଟନ ଦାୟିତ୍ୱରେ ଯୋଗାଣ ଅଧିକାରୀ ଥିଲେବି ଅନ୍ୟଜଣେ ବେସରକାରୀ ବ୍ୟକ୍ତି ସୂଚନା କେନ୍ଦ୍ରରେ ଏହାର ହିସାବ କିତାବ ରଖୁଛନ୍ତି। ଏପରିକି ସେ ରିଲିଫ ବଣ୍ଟନ ଦାୟିତ୍ୱରେ ଥିବା ଅଭିଯୋଗ ହୋଇଛି। କୌଣସି ଅଧିକାରୀଙ୍କୁ ବନ୍ୟା ପରିସ୍ଥିତି ଓ ରିଲିଫ ସାମଗ୍ରୀ ବଣ୍ଟନ ସମ୍ପର୍କରେ ପଚାରିବାରେ ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ପଠାଉଛନ୍ତି ା ପ୍ରଶାସନ ପକ୍ଷରୁ ୨୪ଟା ଡଙ୍ଗା ଯୋଗାଇ ଦିଆଯାଇଥିବା କୁହାଯାଉଥିବାବେଳେ ବାସ୍ତବରେ ଏତେ ପରିମାଣର ଡଙ୍ଗା ଯୋଗାଇ ଦିଆଯାଇନାହିଁ। ବ୍ଲକ ପ୍ରଶାସନର ମନମୁଖି କାର୍ଯ୍ୟ ଯୋଗୁ ବନ୍ୟା ବିପନ୍ନମାନଙ୍କ ଦୁର୍ଦ୍ଦଶା ବଢ଼ିଥିବା ଅଭିଯୋଗ ହୋଇଛି।
ଏସମ୍ପର୍କରେ ଏବିଡିଓ ନାୟକ କହିଛନ୍ତି, ଯୋଗାଣ ଅଧିକାରୀ ବିବେକାନନ୍ଦ ମହାନ୍ତିଙ୍କୁ ରିଲଫ ଦାୟିତ୍ୱ ଦିଆଯାଇଛି। ମାତ୍ର ଲୋକପ୍ରତିନିଧିଙ୍କ ଗଣ୍ଡଗୋଳ ପ୍ରସଙ୍ଗ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଏସମ୍ପର୍କରେ ଯୋଗାଣ ଅଧିକାରୀ ମହାନ୍ତି କହିଛନ୍ତି, ରିଲିଫ୍‌ କାର୍ଯ୍ୟରେ ସହାୟତା କରିବା ପାଇଁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri