ତାଳଚେର,୨୪ା୩ (ନି.ପ୍ର.): ଏନ୍ଟିପିସି ପରିଚାଳନାଧୀନ ଅନୁଗୋଳ ଜିଲା ତାଳଚେର ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍)ର ସମସ୍ତ ୟୁନିଟ୍କୁ ସୋମବାର ରାତିରୁ ହଠାତ୍ ବନ୍ଦ ରଖାଯାଇଛି। ଫଳରେ ମଙ୍ଗଳବାର ପ୍ଲାଣ୍ଟରୁ ବିଦ୍ୟୁତ୍ ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସୋମବାର ଶ୍ରମିକମାନେ କାମକୁ ଆସି ନ ଥିବାରୁ ୟୁନିଟ୍ଗୁଡ଼ିକୁ ବନ୍ଦ ରଖାଯାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଶ୍ରମିକ ଏକତା ମଞ୍ଚ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଦେଶ କାର୍ଯ୍ୟକାରୀ କରି ନ ଥିବା ଏନ୍ଟିପିସି କର୍ତ୍ତୃପକ୍ଷ ମାର୍ଚ୍ଚ ୩୧ ପରେ ଟିଟିପିଏସ୍ ବନ୍ଦ କରିବା ନେଇ ପୂର୍ବରୁ ଯେଉଁ ଆଶଙ୍କା କରାଯାଉଥିଲା, ସପ୍ତାହେ ପୂର୍ବରୁ ସେପରି କରାଯାଇଛି ବୋଲି ଶ୍ରମିକ ଏକତା ମଞ୍ଚ ପକ୍ଷରୁ କୁହାଯାଇଛି। ଯଦି ପ୍ଲାଣ୍ଟ ଚାଲୁ କରା ନ ଯାଏ ତା’ହେଲେ ଓଡ଼ିଶାକୁ ଦୈନିକ ୪୬୦ ମେଗାଓ୍ବାଟ୍ ବିଦ୍ୟୁତ୍ କ୍ଷତି ସହିବାକୁ ପଡ଼ିବ। ତେବେ ଏ ନେଇ ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିବା ତାଳଚେରବାସୀଙ୍କୁ ଚକିତ କରିଛି।
ପ୍ରକାଶ ଯେ, ପ୍ରଦୂଷଣ ନିରାକରଣ ସମ୍ପର୍କିତ ଆଦେଶ କାର୍ଯ୍ୟକାରୀ କରି ନ ଥିବାରୁ ଓଡ଼ିଶାକୁ ୪୬୦ ମେଗାୱାଟ୍ ବିଦ୍ୟୁତ୍ ଯୋଗାଉଥିବା ଟିଟିପିଏସ୍ ୩୧ ଡିସେମ୍ବର ୨୦୨୦ ଠାରୁ ବିଦ୍ୟୁତ୍ ଉପତ୍ାଦନ କରିପାରିବ ନାହିଁ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ପ୍ଲାଣ୍ଟ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଚାଲୁ ରହିବାକୁ ଅନୁମତି ଦେଇଥିବା କୁହାଯାଉଥିଲା। ଫଳରେ ଟିଟିପିଏସ୍ ଏପ୍ରିଲ ୧ ଠାରୁ ବନ୍ଦ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ଗତ ସୋମବାର ଠାରୁ ପ୍ଲାଣ୍ଟର ୟୁନିଟ୍ଗୁଡିକ ପର୍ଯ୍ୟାୟକ୍ରମେ ବନ୍ଦ କରାଯାଇଛି। ୬ଗୋଟି ୟୁନିଟ୍ରୁ ୬ ନମ୍ବର ୟୁନିଟ୍ ପୂର୍ବରୁ ବନ୍ଦ ରହିଥିବା ବେଳେ ୧ ନମ୍ବର ୟୁନିଟ୍ ସୋମବାର ଅପରାହ୍ନ ୧ଟା ୧୩, ୨ୟ ୟୁନିଟ୍ ରାତି ୧୨ଟା ୩୯, ୩ୟ ୟୁନିଟ୍ ୧୨ଟା ୧୪, ୪ର୍ଥ ୟୁନିଟ୍ ୧୨ଟା ୩୦ ଏବଂ ୫ମ ୟୁନିଟ୍ ଭୋର୍ ୫ଟା ୦୫ରେ ବନ୍ଦ ହୋଇଛି। ଫଳରେ ମଙ୍ଗଳବାର ପ୍ଲାଣ୍ଟରୁ ଆଦୌ ବିଦ୍ୟୁତ୍ ଉପତ୍ାଦନ ହୋଇନାହିଁ। ଶ୍ରମିକମାନଙ୍କ କହିବା ଅନୁଯାୟୀ, ପ୍ଲାଣ୍ଟ ବନ୍ଦ କରିବାକୁ ଯୋଜନା ହୋଇଥିବାରୁ ଗତ ୧ ମାସ ହେଲା ଟ୍ରେନ୍ ଯୋଗେ କୋଇଲା ଆସୁ ନ ଥିଲା। କନଭେୟର ବେଲ୍ଟରେ ଅଳ୍ପ କିଛି ଆସୁଥିବାରୁ ଷ୍ଟକ ଖାଲି ହୋଇଯାଇଥିଲା। ଚଳିତ ମାସର ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ପୂରଣ ହୋଇଯାଇଥିବାରୁ କର୍ତ୍ତୃପକ୍ଷ ପ୍ଲାଣ୍ଟ ବନ୍ଦ କରି ଦେଇଛନ୍ତି। କୋଇଲା ଯୋଗାଣ ନେଇ ଏବେ ସମସ୍ୟା ନ ଥିବାବେଳେ କିଭଳି ପ୍ଲାଣ୍ଟ ବନ୍ଦ କରାଗଲା ବୋଲି ଶ୍ରମିକ ଏକତା ମଞ୍ଚ ପକ୍ଷରୁ ପ୍ରଶ୍ନ କରାଯାଇଛି। ପ୍ଲାଣ୍ଟ ବନ୍ଦ ସମ୍ପର୍କରେ ଜଣାପଡ଼ିବା ପରେ ଶ୍ରମିକମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଟିଟିପିଏସ୍ ମୁଖ୍ୟ ଫାଟକ ସମ୍ମୁଖରେ ପୋଲିସ ଓ ସିଆଇଏସ୍ଏଫ୍ ମୁତୟନ କରାଯାଇଛି। ଏ ସମ୍ପର୍କରେ ଗ୍ରୁପ୍ ଜେନେରାଲ ମ୍ୟାନେଜର ଡି .ଏନ. ତିୱାରୀ କହିଛନ୍ତି, ସୋମବାର ଶ୍ରମିକମାନେ କାମ ନ କରିବାରୁ କୋଇଲା ଫିଡିଙ୍ଗ ହୋଇପାରି ନ ଥିଲା ଓ ବଙ୍କର ଖାଲି ହୋଇଯାଇଥିଲା। ଫଳରେ ୟୁନିଟ୍ଗୁଡିକ ବନ୍ଦ ରହିଛି। ମଙ୍ଗଳବାର ସକାଳେ ଶ୍ରମିକମାନଙ୍କ ସହ ଆଲୋଚନା କରାଯାଇଛି। ସେମାନେ କାମକୁ ଆସିଲେ ୟୁନିଟ୍ ପୁଣି ଚାଲିବ। ତାଳଚେର ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ କହିଛନ୍ତି, ମାର୍ଚ୍ଚ ୩୧ ପରେ ପ୍ଲାଣ୍ଟ ବନ୍ଦ ହେବ ବୋଲି ଶୁଣାଯାଉଥିଲା। କିନ୍ତୁ ମଙ୍ଗଳବାରଠାରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରଖାଯାଇଥିବା ସମ୍ପର୍କରେ ଟିଟିପିଏସ୍ ପକ୍ଷରୁ ପ୍ରଶାସନକୁ କୌଣସି ସୂଚନା ଦିଆଯାଇ ନାହିଁ।
Posted inଅନୁଗୋଳ, ଆମ ଜିଲା ଖବର View All
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ
ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…
ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…
ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…
ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …
ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…
ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ
ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…
ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…
ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…
ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…
ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍ ଡ୍ୟାମ…
ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…
ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…
ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…
ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…
Archives

