ନାଲ୍‌କୋର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୬।୫: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟବସାୟିକ ଉତ୍କର୍ଷ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହାର ସମସ୍ତ ବ୍ୟବସାୟ ୟୁନିଟ୍‌ରେ ଉଚ୍ଚତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି କମ୍ପାନୀ ଏହାର ବାର୍ଷିକ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଗତ ଆର୍ଥିକ ବର୍ଷରେ ନାଲ୍‌କୋ ସର୍ବାଧିକ ୧୪,୧୮୧ କୋଟି ଟଙ୍କା ମୋଟ ଆୟ ଏବଂ ନିଟ୍‌ ଲାଭ ସର୍ବାଧିକ ୨୯୫୨ କୋଟି ଟଙ୍କା କରିଅଛି। କମ୍ପାନୀର ଏହି ଉଲ୍ଲେଖନୀୟ ଫଳାଫଳ ଗତ ଆର୍ଥିକ ବର୍ଷର ବଜାର ପରିସ୍ଥିତିରେ ବହୁମୁଖୀ ଉନ୍ନତି ଏବଂ ପରିବର୍ତ୍ତନ ହେବା ଦ୍ୱାରା ସମ୍ଭବ ହୋଇପାରିଛି। ଗତ ଆର୍ଥିକ ବର୍ଷରେ କମ୍ପାନୀ ନିଜସ୍ବ ବକ୍ସାଇଟ ଖଣିରୁ ୭୫.୧୧ ଲକ୍ଷ ଟନ ବକ୍ସାଇଟ ଉତ୍ପାଦନ କରିଛି। ଏହା କମ୍ପାନୀ ସ୍ଥାପନା ପରଠାରୁ ଏକ ସର୍ବକାଳୀନ ରେକର୍ଡ। ଏଥିସହ ପ୍ରଥମ ଥର ପାଇଁ ଏହାର ସ୍ମେଲଟରରେ ନେମ୍‌ପ୍ଲେଟ କ୍ଷମତା ହାସଲ କରି ୪.୬୦ ଲକ୍ଷ ଟନ୍‌ ଆଲୁମିନିୟମ ଉତ୍ପାଦନ କରିଛି। ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର ଏ ସମ୍ପର୍କରେ କହିଛନ୍ତି, ଏହି ଉଲ୍ଲେଖନୀୟ ଫଳାଫଳ ଦୃଢ଼ ପରିଚାଳନାଗତ ପ୍ରଦର୍ଶନ ତଥା ପ୍ରଭାବଶାଳୀ କଞ୍ଚାମାଲ କ୍ରୟ ଏବଂ ବିକ୍ରୟ ରଣନୀତି, ବ୍ୟୟ ସଞ୍ଚୟ ପଦକ୍ଷେପ, ସକାରାତ୍ମକ ବ୍ୟବସାୟିକ ଦୃଷ୍ଟିକୋଣ, ଅନୁକୂଳ ଏଲ୍‌ଏମ୍‌ଇ ମୂଲ୍ୟ ଏବଂ ବିଶ୍ୱ ବଜାରରେ ଆଲୁମିନିୟମ ଚାହିଦା ବୃଦ୍ଧି ଯୋଗୁ ସମ୍ଭବ ହୋଇପାରିଛି। କୋଭିଡ୍‌ ସମ୍ପର୍କିତ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ନାଲ୍‌କୋ ଏହାର ଉତ୍ପାଦନ ଏବଂ ଉତ୍ପାଦକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲା। କର୍ମଚାରୀମାନଙ୍କ ଦଳଗତ କାର୍ଯ୍ୟ ଏବଂ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଏହି ସଫଳତା ହାସଲ ହୋଇପାରିଥିବା ସେ କହିଛନ୍ତି। ଏହାଛଡ଼ା ପାତ୍ର ନିରବଚ୍ଛିନ୍ନ ସମର୍ଥନ ପାଇଁ ବରିଷ୍ଠ ପରିଚାଳନା ମଣ୍ଡଳୀର ସଦସ୍ୟବୃନ୍ଦ, ସମସ୍ତ କର୍ମଚାରୀ, ୟୁନିୟନ, ଆସୋସିଏସନ ଏବଂ ସମସ୍ତ ହିତାଧିକାରୀଙ୍କୁ ଧନ୍ୟବାଦ ଜଣାଇବା ସହ ନିରନ୍ତର ସହଯୋଗ ପାଇଁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କୁ ପାତ୍ର କୃତଜ୍ଞତା ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri