ନାଲ୍‌କୋର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୬।୫: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟବସାୟିକ ଉତ୍କର୍ଷ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହାର ସମସ୍ତ ବ୍ୟବସାୟ ୟୁନିଟ୍‌ରେ ଉଚ୍ଚତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି କମ୍ପାନୀ ଏହାର ବାର୍ଷିକ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଗତ ଆର୍ଥିକ ବର୍ଷରେ ନାଲ୍‌କୋ ସର୍ବାଧିକ ୧୪,୧୮୧ କୋଟି ଟଙ୍କା ମୋଟ ଆୟ ଏବଂ ନିଟ୍‌ ଲାଭ ସର୍ବାଧିକ ୨୯୫୨ କୋଟି ଟଙ୍କା କରିଅଛି। କମ୍ପାନୀର ଏହି ଉଲ୍ଲେଖନୀୟ ଫଳାଫଳ ଗତ ଆର୍ଥିକ ବର୍ଷର ବଜାର ପରିସ୍ଥିତିରେ ବହୁମୁଖୀ ଉନ୍ନତି ଏବଂ ପରିବର୍ତ୍ତନ ହେବା ଦ୍ୱାରା ସମ୍ଭବ ହୋଇପାରିଛି। ଗତ ଆର୍ଥିକ ବର୍ଷରେ କମ୍ପାନୀ ନିଜସ୍ବ ବକ୍ସାଇଟ ଖଣିରୁ ୭୫.୧୧ ଲକ୍ଷ ଟନ ବକ୍ସାଇଟ ଉତ୍ପାଦନ କରିଛି। ଏହା କମ୍ପାନୀ ସ୍ଥାପନା ପରଠାରୁ ଏକ ସର୍ବକାଳୀନ ରେକର୍ଡ। ଏଥିସହ ପ୍ରଥମ ଥର ପାଇଁ ଏହାର ସ୍ମେଲଟରରେ ନେମ୍‌ପ୍ଲେଟ କ୍ଷମତା ହାସଲ କରି ୪.୬୦ ଲକ୍ଷ ଟନ୍‌ ଆଲୁମିନିୟମ ଉତ୍ପାଦନ କରିଛି। ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର ଏ ସମ୍ପର୍କରେ କହିଛନ୍ତି, ଏହି ଉଲ୍ଲେଖନୀୟ ଫଳାଫଳ ଦୃଢ଼ ପରିଚାଳନାଗତ ପ୍ରଦର୍ଶନ ତଥା ପ୍ରଭାବଶାଳୀ କଞ୍ଚାମାଲ କ୍ରୟ ଏବଂ ବିକ୍ରୟ ରଣନୀତି, ବ୍ୟୟ ସଞ୍ଚୟ ପଦକ୍ଷେପ, ସକାରାତ୍ମକ ବ୍ୟବସାୟିକ ଦୃଷ୍ଟିକୋଣ, ଅନୁକୂଳ ଏଲ୍‌ଏମ୍‌ଇ ମୂଲ୍ୟ ଏବଂ ବିଶ୍ୱ ବଜାରରେ ଆଲୁମିନିୟମ ଚାହିଦା ବୃଦ୍ଧି ଯୋଗୁ ସମ୍ଭବ ହୋଇପାରିଛି। କୋଭିଡ୍‌ ସମ୍ପର୍କିତ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ନାଲ୍‌କୋ ଏହାର ଉତ୍ପାଦନ ଏବଂ ଉତ୍ପାଦକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲା। କର୍ମଚାରୀମାନଙ୍କ ଦଳଗତ କାର୍ଯ୍ୟ ଏବଂ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଏହି ସଫଳତା ହାସଲ ହୋଇପାରିଥିବା ସେ କହିଛନ୍ତି। ଏହାଛଡ଼ା ପାତ୍ର ନିରବଚ୍ଛିନ୍ନ ସମର୍ଥନ ପାଇଁ ବରିଷ୍ଠ ପରିଚାଳନା ମଣ୍ଡଳୀର ସଦସ୍ୟବୃନ୍ଦ, ସମସ୍ତ କର୍ମଚାରୀ, ୟୁନିୟନ, ଆସୋସିଏସନ ଏବଂ ସମସ୍ତ ହିତାଧିକାରୀଙ୍କୁ ଧନ୍ୟବାଦ ଜଣାଇବା ସହ ନିରନ୍ତର ସହଯୋଗ ପାଇଁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କୁ ପାତ୍ର କୃତଜ୍ଞତା ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?