Posted inଫୁରସତ

ଜଙ୍ଗଲଜନ୍ତୁଙ୍କ ସୁରକ୍ଷା ଲାଗି ଅଣ୍ଟା ଭିଡିଛନ୍ତି ଏସବୁ ଗ୍ରାମବାସୀ: ଅନ୍ୟମାନଙ୍କ ପାଇଁ ଉଦାହରଣ

ମହାବୀର ପକ୍ଷୀ ସୁରକ୍ଷା କମିଟି-ପ୍ରାକୃତିକ ପରିବେଶରେ ଭରା ଓଡ଼ିଶା।ଏହାର ଜଙ୍ଗଲ, ପାହାଡ଼, ନଦୀ, ଝରଣା, ହ୍ରଦ ଓ ସମୁଦ୍ରର ବେଳାଭୂମି ଖୁବ୍‌ ମନୋରମ।ଏପରି ସ୍ଥାନରେ ବିଭିନ୍ନ ପଶୁପକ୍ଷୀ ଆଦି ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ କେତେକ ଗ୍ରାମବାସୀ ଓ ଜଙ୍ଗଲବିଭାଗର କର୍ମଚାରୀମାନେ ପଦକ୍ଷେପ ନେଉଛନ୍ତି। ସେମିତି ଏକ ସ୍ଥାନ ହେଲା – ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଚିଲିକା ଉପକୂଳବର୍ତ୍ତୀ ମଙ୍ଗଳାଯୋଡ଼ି ଗାଁ । ବିଶେଷକରି ଶୀତଦିନେ ମଙ୍ଗଳାଯୋଡ଼ି -ଚିଲିକାନାସିକୁ ଦେଶ ବିଦେଶରୁ ହଜାର ହଜାର ସଂଖ୍ୟାରେ ନାନା ପ୍ରଜାତିର ପକ୍ଷୀ ଆସିଥାନ୍ତି। ଏହାର ପରିବେଶରେ ପକ୍ଷୀମାନଙ୍କ ପାଇଁ ପ୍ରଚୁର ପରିମାଣରେ ଖାଦ୍ୟ ମିଳୁଥିବାରୁ ସମୟକ୍ରମେ ବର୍ଷର ସବୁ ସମୟରେ ବହୁସଂଖ୍ୟକ ପକ୍ଷୀ ବାସ କରିଥାନ୍ତି। କିନ୍ତୁ ଅନେକ ସମୟରେ ଚିଲିକାରେ ପକ୍ଷୀ ଶିକାରୀଙ୍କ କୋପଦୃଷ୍ଟି ଯୋଗୁ ପକ୍ଷୀଙ୍କ ସଂଖ୍ୟା କମିବାରେ ଲାଗିଥିଲା। ମାତ୍ର ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ପରିବେଶବିତ୍‌ ଏହାର ସମାଧାନ ଚିନ୍ତା କଲେ । ପକ୍ଷୀ ସଂରକ୍ଷକମାନଙ୍କ ସହଯୋଗରେ ପକ୍ଷୀ ସୁରକ୍ଷା କରାଗଲା। ଫଳରେ ମଙ୍ଗଳାଯୋଡ଼ି ପରିବେଶରେ ପୁଣି ପକ୍ଷୀସଂଖ୍ୟା ବଢ଼ିଲା। ପ୍ରାୟ ୨୦୦ରୁ ଅଧିକ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ସମାଗମ ହେଲା। ପ୍ରତିବର୍ଷ ପାଖାପାଖି ଏହି ଅଞ୍ଚଳକୁ ପ୍ରାୟ ୧ଲକ୍ଷ ୫୦ ହଜାରରୁ ଅଧିକ ସଂଖ୍ୟାରେ ପକ୍ଷୀଙ୍କ ସମାଗମ ଯୋଗୁ ଏହି ଅଞ୍ଚଳର ଶୋଭା ବଢ଼ିଲା। ଚିଲିକାର ବିଭିନ୍ନ ସ୍ଥାନକୁ ବୁଲିଆସୁଥିବା ପର୍ଯ୍ୟଟକମାନେ ମଙ୍ଗଳାଯୋଡ଼ିର ପକ୍ଷୀ ବିହାର ଦେଖିବାକୁ ଆସିଲେ। ଧୀରେ ଧୀରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲା। ସ୍ଥାନୀୟ ଗ୍ରାମବାସୀ ପର୍ଯ୍ୟଟକଙ୍କୁ ଦେଖି ସଚେତନ ହେଲେ। ପରିବେଶବିତ୍‌ ନନ୍ଦକିଶୋର ଭୁଜବଳ କୁହନ୍ତି, ୧୯୬୮ମସିହାର କଥା, ଥରେ ଗାଁ ନିକଟରେ ଗୋଟିଏ ବଗକୁ ଗୁଳିକରି ମାରିଦେଇଥିଲି। କିନ୍ତୁ ସେହି ବଗଟି ତା’ର ଚଞ୍ଚୁରେ କାଠିକୁଟା ଧରିଥିଲା । ଏହା ମତେ ଖୁବ୍‌ ମର୍ମାହତ କରିଥିଲା। ତା’ପରେ ଚିନ୍ତାକଲି ପକ୍ଷୀସୁରକ୍ଷା କିପରି କରିହେବ। ଅନ୍ୟପକ୍ଷେ ସେତେବେଳେ ଚିଲିକାରେ ବହୁଳମାତ୍ରାରେ ପକ୍ଷୀ ଶିକାର ହେଉଥିତ୍ଲା। ଏଥିପାଇଁ ମଙ୍ଗଳାଯୋଡ଼ି ଗାଁରେ ପକ୍ଷୀସୁରକ୍ଷା ପାଇଁ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଓ ଟାଙ୍ଗି ବନବିଭାଗ ସହଯୋଗରେ ପକ୍ଷୀସୁରକ୍ଷା କରାଗଲା। ପକ୍ଷୀ ଶିକାରରୁ ନିବୃତ୍ତ ରହିବା ପାଇଁ ଗ୍ରାମବାସୀଙ୍କ ସହଯୋଗରେ ୧୯୯୬ ମସିହାଠାରୁ ପକ୍ଷୀସୁରକ୍ଷା କମିଟି ଗଠନ ହୋଇଛି। ଚିଲିକା ଓ୍ବାଇଲ୍ଡ ଲାଇଫ ଡିଭିଜନ ତରଫରୁ ପଦକ୍ଷେପ ନିଆଯାଇଛି। ସିଡିଏ ତରଫରୁ ବିଭିନ୍ନ ଜନସଚେତନତା କରାଯାଇଥାଏ ।

୨୦୦୬-୨୦୦୭ରେ ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଛି। ମହାବୀର ପକ୍ଷୀ ସୁରକ୍ଷା ସମିତିର ରାମହରି ବେହେରା କୁହନ୍ତି, ଆଜକୁ ପ୍ରାୟ୨୫ବର୍ଷ ତଳେ ଚିଲିକାରୁ ପକ୍ଷୀଶିକାର କରୁଥିଲି । ମାତ୍ର ଏବେ ପକ୍ଷୀସୁରକ୍ଷା ପାଇଁ ଲୋକଙ୍କୁ ଜନସଚେତନତା କରାଉଛି। ପୁଣି ପକ୍ଷୀସୁରକ୍ଷା ଯୋଗୁ ୨୪ଟି ଦେଶୀଡଙ୍ଗା ପାଇଁ ୪୬ଜଣ ବୋଟ୍‌ମ୍ୟାନ, ୨୦ଜଣ ଗାଇଡ୍‌ ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକଙ୍କୁ ଚିଲିକା ବୁଲେଇବା କାର୍ଯ୍ୟ କରିଥାନ୍ତି। କିନ୍ତୁ ପର୍ଯ୍ୟଟନ ଋତୁରେ ମାସିକ ରୋଜଗାର ଭଲ ହୋଇଥାଏ। ସେହିପରି ପରିବେଶବିତ୍‌ ଶଶାଙ୍କଶେଖର ଦାସ କୁହନ୍ତି, ଏହି ଅଞ୍ଚଳର ପ୍ରାକୃତିକ ପରିବେଶ ପୃଥିବୀ ମାନଚିତ୍ରରେ ନିଆରା । ବିହଙ୍ଗବିହାର ବୁଲିବାକୁ ଆସୁଥିବା ଅତିଥିମାନଙ୍କ ବିଶ୍ରାମ ପାଇଁ ମଙ୍ଗଳାଯୋଡ଼ିରେ ଇକୋଟୁରିଜମ କ୍ୟାମ୍ପସ ରହିଛି। ଗ୍ରାମୀଣ ଶୈଳୀରେ ଦେଶୀଗୃହ ନିର୍ମାଣ ହୋଇଛି। ପର୍ଯ୍ୟଟକମାନେ ଏଠାକୁ ଆସିବା ପୂର୍ବରୁ ଇକୋସଂସ୍ଥା ସହିତ ଯୋଗାଯୋଗ କରିବାକୁ ପଡ଼ିଥାଏ। ତେବେ ମଙ୍ଗଳାଯୋଡ଼ି ବିହଙ୍ଗଭବନ, ଆର୍ଦ୍ରଭୂମିରେ ପକ୍ଷୀମାନଙ୍କ ସମାଗମ ଦେଖିବାର ଅନୁଭୂତି ନିଆରା।

କୃଷ୍ଣସାର ମୃଗ ସୁରକ୍ଷା କମିଟି: ଗଞ୍ଜାମ ଜିଲାର ଦକ୍ଷିଣ-ଘୁମୁସର ବନଖଣ୍ଡ ଅନ୍ତର୍ଗତ ଆସିକା ବନାଞ୍ଚଳର ଭେଟନଈ ଅଞ୍ଚଳ ବିରଳ କୃଷ୍ଣସାର ମୃଗ ପାଇଁ ରାଜ୍ୟ ଭୌଗୋଳିକ ମାନଚିତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ା କେଉଁ କାଳରୁ ଏଠାରେ ଏମାନେ ବାସ କରି ଆସୁଛନ୍ତି, ଏହାର କୌଣସି ନିର୍ଦ୍ଧିଷ୍ଟ ସ୍ପଷ୍ଟ ସୂଚନା ଏଯାଏ ଜଣା ପଡ଼ିନାହିଁ। ଅଞ୍ଚଳବାସୀଙ୍କ ସୁରକ୍ଷା ଦୟାଶୀଳ ମନୋଭାବରୁ ଉକ୍ତଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅନୁମେୟ କରିହୁଏ। ପ୍ରଥମାବସ୍ଥାରେ ଏହି ପ୍ରାଣୀଙ୍କୁ ଭେଟନଈ ଅଞ୍ଚଳରେ ହିଁ ଠାବ କରାଯାଇଥିଲା। ଆଖପାଖ ଗ୍ରାମର ଲୋକମାନେ ଏମାନଙ୍କ ସୁରକ୍ଷା ପାଇଁ ଚିନ୍ତାକଲେ। ଅମୂଲ୍ୟ କୁମାର ଉପାଧ୍ୟାୟ (ଅଧ୍ୟକ୍ଷ କୃଷ୍ଣସାର ସୁରକ୍ଷା କମିଟି) କୁହନ୍ତି- ପ୍ରଥମେ ୧୯୯୭ ମସିହାରେ ବନସୁରକ୍ଷା କମିଟି ଗଠନ ହେଲା। ୨୦୦୩ରେ ଏହି ବନ୍ୟାଞ୍ଚଳ ଅଧୀନ ଡିଏଫ୍‌ଓଙ୍କ ଦ୍ୱାରା ପୁଣି ୭ଜଣିଆ ସୁରକ୍ଷା କମିଟି ଗଠନ କରାଯାଇଥିଲା। ପରେ ସମିତି ପକ୍ଷରୁ ଆସିକା ଓ ବୁଗୁଡ଼ା ବନାଞ୍ଚଳର ପ୍ରାୟ ୨୦ଖଣ୍ଡ ଗ୍ରାମକୁ ନେଇ ୨୦ଜଣ ସଦସ୍ୟ ସମେତ ୨ଜଣ ଏକ ଘରୋଇ ସାମାଜିକ ସଂସ୍ଥାର ସଦସ୍ୟ ଅଛନ୍ତି।କିନ୍ତୁ ସମିତିର କିଛିମାସ ହେବ ବୈଠକ ହୋଇନାହିଁ ମାତ୍ର ବିଭିନ୍ନ ସମୟରେ ଗାଁମାନଙ୍କୁ ଯାଇ ସାଧାରଣ ଲୋକଙ୍କ ମଧ୍ୟରେ ଜନସଚେତନତା କରାଯାଉଛି। ବିଶେଷକରି ଜୁନ୍‌ରୁ ଜାନୁୟାରୀ ମାସ ମଧ୍ୟରେ ବହୁସଂଖ୍ୟକ କୃଷ୍ଣସାରମୃଗ ପଡ଼ିଆରେ ଚରାବୁଲା କରୁଥିବା ଦେଖିବାକୁ ମିଳେ।ଅନ୍ୟପକ୍ଷେ କୃଷ୍ଣସାର ମୃଗଙ୍କ ବିଚରଣ ଅଞ୍ଚଳରେ ରହିଥିବା କେତେକ ଘରୋଇ ଜମିରେ ତାରବାଡ଼ ଏହି ପ୍ରାଣୀଙ୍କ ପାଇଁ ଘୋର ଅସୁବିଧାର ସୃଷ୍ଟିକରୁଛି। କିନ୍ତୁ ବିଭିନ୍ନ ସମୟରେ କୃଷ୍ଣସାର

ମୃଗଙ୍କ ଦୁର୍ଘଟଣାଜନିତ ପରିସ୍ଥିତିରେ ଆଶୁ ଚିକିତ୍ସା ଲାଗି ୨୦୧୫ରେ ଚାରିମାଇଲିସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠା କରାଯାଇଥିବା କୃଷ୍ଣସାର ଶୁଶ୍ରୁଷା କେନ୍ଦ୍ରରେ ଚିକିତ୍ସା ସୁବିଧା ହୋଇପାରୁନାହିଁ ା ତେବେ କୃଷ୍ଣସାର ମୃଗଙ୍କ ପାଇଁ ଆମ ରାଜ୍ୟର ନିଆରା ପରିଚୟ ସୃଷ୍ଟି ହୋଇଛି। ୨୦୦୪-୫ରେ ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଛି। କୃଷ୍ଣସାର ମୃଗଙ୍କ ସୁରକ୍ଷାଲାଗି ଅଧିକ ପାଣ୍ଠିର ଆବଶ୍ୟକତା ରହିଛି। ଅନ୍ୟପକ୍ଷେ ପ୍ରସନ୍ନ କୁମାର ସାହୁ (ବନାଞ୍ଚଳ ଅଧିକାରୀ, ଆସିକା) କୁହନ୍ତି ୧୯୭୩ ମସିହାରେ ଘୁମୁସର ବନଖଣ୍ଡରେ ହୋଇଥିବା ପ୍ରଥମ ମୃଗ ଗଣତିରେ ଏମାନଙ୍କ ସଂଖ୍ୟା ୫୨୩ ରହିଥିଲା। ପରବର୍ତ୍ତୀ ସମୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ୨୦୨୧ରେ ହୋଇଥିବା ମୃଗ ଗଣତିରେ ଆସିକା ବନାଞ୍ଚଳରେ ୧୭୭୩ମୃଗ ରହିଥିବା ପରିସଂଖ୍ୟାନରୁ ଜଣାପଡିଛି ା ଦିନକୁ ଦିନ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଖାଦ୍ୟ ଅନ୍ବେଷଣରେ ଏମାନେ ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା, ବୁଗୁଡା , ପୋଲସରା ସେହିପରି ଉତ୍ତର ଘୁମୁସର ବନଖଣ୍ଡର ବେଲଗୁଣ୍ଠା ଓ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଏବଂ ବ୍ରହ୍ମପୁର ବନଖଣ୍ଡର ଦିଗପହଣ୍ଡି ଓ ଖଲ୍ଲିକୋଟ ବନାଞ୍ଚଳକୁ ମଧ୍ୟ ଯାଉଥିବା ଜଣାପଡ଼ିଛି । ତେବେ ଏମାନଙ୍କ ପାଇଁ ଅନେକ ସମୟରେ ଖାଦ୍ୟ ଓ ବାସସ୍ଥାନ ପାଇଁ ସମସ୍ୟା ଦେଖାଦେଇଥାଏ। ସରକାରଙ୍କ ପକ୍ଷରୁ ଆସିକା ତହସିଲର ଭେଟନଈ, ନାରାୟଣପୁର, ବଜ୍ରକୋଟ, ପାଣ୍ଡିଆପଥର, ଭେଜିପୁଟ, ସାନ୍ତରାପୁର, ସିଦ୍ଧନୟୀ, ଗହଙ୍ଗୁ, ଧନିଜା, ଦାନଚନ୍ଦନପେଢି, ଫାପଲପୁର ଏବଂ ବୁଗୁଡା ତହସିଲର ଢେଉପା, ତାଳସାକର,ଖୋଳଖାଳି, ବୁରୁଝୋଳା, କାଞ୍ଜିଆପଲ୍ଲୀ, ରାମଣ୍ଡା, ବାଲିପଦର ଆଦି ଗ୍ରାମାଞ୍ଚଳର ପ୍ରାୟ ୭୬୦୦ ହେକ୍ଟର ଅଞ୍ଚଳକୁ କମ୍ୟୁନିଟି ରିଜର୍ଭ(ଗୋଷ୍ଠୀ ସଂରକ୍ଷଣ ସ୍ଥଳି) ଘୋଷଣା ଲାଗି ସରକାରୀ ସ୍ତରରେୁ ପ୍ରସ୍ତାବ ରହିଥିଲେ ମଧ୍ୟ ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ସାଧାରଣ ଲୋକଙ୍କ ଚାଷଜମିରେ କୃଷ୍ଣସାର ବିଚରଣ କରି ମୁଗ, ବିରି, କାନ୍ଦୁଲ, ମାଣ୍ଡିଆ ଖାଇଥାନ୍ତି। ବନାଞ୍ଚଳକୁ ଆସୁଥିବା ସାମାନ୍ୟ ଅନୁଦାନରେ ବନାଞ୍ଚଳ ପକ୍ଷରୁ ବିଭିନ୍ନ ଚଣାଜାତୀୟ ଫସଲ କେତେକ ସରକାରୀ ଜମିରେ ଚାଷ କରାଯାଉଥିବା ଜଣାଯାଇଛି । କୃଷ୍ଣସାରମୃଗଙ୍କ ପେଟ ରୋଗରୁ ଉପଶମ ପାଇଁ ଚାରଣ ଭୂମି ଅଞ୍ଚଳରେ ବନ ବିଭାଗ ପକ୍ଷରୁ ସୈନ୍ଧବ ଲବଣ ଯୁକ୍ତ ପାଣି କୁଣ୍ଡ ମଧ୍ୟ ରଖାଯାଇଛି । ଏପରି କି ବେଳେବେଳେ ଏମାନେ ରାସ୍ତା ପାରବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଥାନ୍ତି । ତେବେ ବନ ବିଭାଗ ପକ୍ଷରୁ ସୁରକ୍ଷା ଲାଗି ବିଭିନ୍ନ ରାସ୍ତାଘାଟରେ ସୂଚନା ଫଳକ ଲଗାଯାଇଛି।କୃଷ୍ଣସାର ମୃଗ ଲାଗି ଆସିକା ବନାଞ୍ଚଳ ରାଜ୍ୟ ପାଇଁ ଗୌରବ ଆଣିଥିଲାବେଳେ ଏହି ଜୀବର ସୁରକ୍ଷା ଓ ଖାଦ୍ୟପାନୀୟ ଲାଗି ସେଭଳି କିଛି ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ ା ୨୦୦୫ରୁ ଘୁମୁସର ବନଖଣ୍ଡ ପକ୍ଷରୁ କମ୍ୟୁନିଟି ରିଜର୍ଭ ଲାଗି ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିଲେ ଏମାନଙ୍କ ଜୀବନ ଲାଗି ଯଥେଷ୍ଟ ସହାୟକ ହୋଇପାରିବ।

ମୟୂର ସୁରକ୍ଷା କମିଟି-:ଗଞ୍ଜାମ ଜିଲାର ଶେରଗଡ଼ ଓ ଆସିକା ଅଞ୍ଚଳକୁ ଲମ୍ବିଛି ପାକିଡ଼ି ପର୍ବତାଞ୍ଚଳ। ଏହି ଅଞ୍ଚଳରେ ବହୁଳ ସଂଖ୍ୟାରେ ମୟୂରବାସ କରନ୍ତି। ତେବେ ଏହି ଜାତୀୟ ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ଓ ଜଙ୍ଗଲ ବିଭାଗର କର୍ମଚାରୀ ଚିନ୍ତାକଲେ। ଶେରଗଡ଼ ବନବିଭାଗର ଆକଳନ ଅନୁସାରେ ପ୍ରାୟ ୧୭୫୦ ହେକ୍ଟର ପରିମିତ ଜମିର ସଂରକ୍ଷିତ ଏହି ଜଙ୍ଗଲ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ। ଏଠାର ପରିବେଶରେ ମୟୂରମାନଙ୍କ ସମାଗମ ଓ କଳରବ ଏକନିଆରା ଅନୁଭୂତି ସୃଷ୍ଟିକରିଥାଏ। ବିଶେଷକରି ସୂର୍ଯ୍ୟ ଉଇଁବା ଠାରୁ ଦିନ ପ୍ରାୟ୧୦ଟାଯାଏ ପୁଣି ଅପରାହ୍ନ ୩ଟାରେ ପାକିଡ଼ି ପାହାଡ଼ ପାଦଦେଶରେ ମୟୂରମାନେ ବିଚରଣ କରୁଥିବାର ଦେଖିବାକୁ ମିଳେ। ମୟୂରଙ୍କ ସୌନ୍ଦର୍ଯ୍ୟ ଦେଖଣାହାରୀଙ୍କୁ ବିଭୋର କରିଦିଏ। ଅନ୍ୟପକ୍ଷେ ଆସିକାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ବି ମୟୂରମାନେ ଚଳପ୍ରଚଳ କରୁଥିବାର ଦେଖିବାକୁ ମିଳେ। ତେବେ ଏହି ମୟୂରଙ୍କ ସୁରକ୍ଷା ନିମନ୍ତେ ଏହି ଅଞ୍ଚଳର ଶୋଭାଚନ୍ଦ୍ରପୁର, ଆମମ୍ବୁଆବାଡ଼ି, କେରିକେରିଝୋଳା, ସମଲେଇଗୁଡ଼ା, ନୂଆଗାଁ, କରନୋଳି, ତେରମାରିଆ, ପାକିଡ଼ି, ଖଡ଼ଭାଗ, ଖଣ୍ଡ ଦେଉଳୀ ଆଦି ପ୍ରାୟ ୧୫ଖଣ୍ଡ ଗାଁର ବାସିନ୍ଦାଙ୍କ ସହଯୋଗରେ ଗଠନ କରାଯାଇଛି ବନସୁରକ୍ଷା ସମିତିି। ଏହି ସମିତି ଜରିଆରେ ମୟୂର ସୁରକ୍ଷା ପାଇଁ ଜନସଚେତନତା କରାଯାଇଥାଏ। ଶେରଗଡ଼ ଫରେଷ୍ଟର ପ୍ରଦୀପ କୁମାର ମିଶ୍ର କୁହନ୍ତି, ମୟୂରଙ୍କ ସୁରକ୍ଷା ନିମନ୍ତେ ବନକର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ଗଠନ କରାଯାଇଥିବା ବନସୁରକ୍ଷା କମିଟି ମୟୂରମାନଙ୍କ ଗତିବିଧି ଉପରେ ନଜର ରଖିଥାନ୍ତି। ଜଙ୍ଗଲର ପାଦଦେଶରେ ଲାଗି ରହିଥିବା ପାକିଡ଼ି ପାହାଡ଼ର ଚାରିପଟେ ଜାଲି ବ୍ୟବସ୍ଥା କରାଯାଇଛି। ବର୍ଷାଦିନକୁ ବାଦ୍‌ ଦେଲେ ଅନ୍ୟ ଦିନରେ ମୟୂରମାନଙ୍କ ପାଣି ପିଇବା ନିମନ୍ତେ ପାଣିକୁଣ୍ଡର ବ୍ୟବସ୍ଥା କରାଯାଇଛି। ୪ଜଣ ଅସ୍ଥାୟୀ କର୍ମଚାରୀ ନିଯୁକ୍ତ ଅଛନ୍ତି। ସ୍ଥାନୀୟ ଅଞ୍ଚଳର କୃଷକମାନେ ବିଲରେ କାମକରୁଥିବା ବେଳେ ଏମାନଙ୍କ ନିକଟରେ ମୟୂରମାନେ ଚଳପ୍ରଚଳ କରୁଥିବାର ନଜିର ରହିଛି। କିନ୍ତୁ ପାକିଡ଼ି ପାହାଡ଼ ଅଞ୍ଚଳରେ ପ୍ରାୟ ୨ହଜାରରୁ ଅଧିକ ମୟୂର ବାସକରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ମୟୂର ସୁରକ୍ଷା ସମିତିର ସଭାପତି ସମୀର ପ୍ରଧାନ କୁହନ୍ତି, ଆମେ ଦୀର୍ଘ ୫୦ବର୍ଷହେଲା ଏଠାରେ ମୟୁରଙ୍କୁ ଦେଖିଆସୁଛୁ। ମୟୂର ଆମମାନଙ୍କ ଅତି ଆପଣାର ବନ୍ଧୁ । ତେବେ ଗ୍ରାମବାସୀ ଓ ଜଙ୍ଗଲ ବିଭାଗ ସହଯୋଗରେ ଏମାନଙ୍କ ସୁରକ୍ଷା ଯୋଗୁ ଗାଁ ବନସୁରକ୍ଷା ସମିତିକୁ ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ୨୦୦୫-୬ରେ ‘ବିଜୁ ପଟ୍ଟନାୟକ’ ପୁରସ୍କାର ଏବଂ ଏକଲକ୍ଷ ଟଙ୍କା ମିଳିଛି। ୨୦୦୯ରେ ମୟୂରମାନଙ୍କ ସୁରକ୍ଷା ପାଇଁ ‘ପ୍ରକୃତିମିତ୍ର’ ପୁରସ୍କାର ମିଳିଛି। ଏହି ପରିବେଶର ମୟୂରମାନଙ୍କ ବିଶ୍ରାମ ପାଇଁ ଗୃହ ନିର୍ମାଣ ଏବଂ ମୟୂରଙ୍କ ସୁରକ୍ଷା ଦିଗରେ ଅଧିକ କର୍ମଚାରୀ ନିୟୋଜିତ ହେବାର ଆବଶ୍ୟକତା ରହିଛି। ଏହି ଅଞ୍ଚଳକୁ ମୟୂର ଅଭୟାରଣ୍ୟଭାବେ ମାନ୍ୟତା ମିଳିଲେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରନ୍ତା

-ବନବିହାରୀ ବେହେରା,ସୁରେନ୍ଦ୍ରନାଥ ସାହୁ,ସୂଯର୍‌ୟନାରାୟଣ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?