ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହିସବୁ ଅଭିନେତ୍ରୀ: ପଛରେ ଥିଲା ଏମିତି କାରଣ

ଆଜିକାଲି ନୂଆ ପିଢିର ଅଭିନେତ୍ରୀମାନେ ଅକ୍ଷୟ କୁମାରଙ୍କ ସହ ଏକ ଫିଲ୍ମ କରିବାକୁ ସ୍ବପ୍ନ ଦେଖୁଛନ୍ତି। କାରଣ ଅକ୍ଷୟ କୁମାରଙ୍କ ଉପସ୍ଥିତି ଫିଲ୍ମ ସଫଳ ହେବାର ସମ୍ଭାବନା ବଢାଇଥାଏ। କିନ୍ତୁ ପୂର୍ବରୁ ଏମିତି କିଛି ବଲିଉଡ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ତାଙ୍କ ସହ କାମ କରିବାକୁ ମନା କରି ଦେଇଛନ୍ତି।

ରାଣୀ ମୁଖାର୍ଜୀ
ଅଭିନେତ୍ରୀ ରାଣୀ ମୁଖାର୍ଜୀ ବିବାହ ପରେ ଚଳଚ୍ଚିତ୍ରରେ ସେତେ ସକ୍ରିୟ ନାହାନ୍ତି। ତଥାପି ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ୯୦ ଦଶକର ଶକ୍ତିଶାଳୀ ଅଭିନେତ୍ରୀ ରାଣୀ ଅକ୍ଷୟଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ଅକ୍ଷୟଙ୍କ ଗର୍ବ ଯୋଗୁ ସେ ଏପରି କରିଥିବା ଏକ ସାକ୍ଷାତକାରରେ ସେ କହିଥିଲେ।

କଙ୍ଗନା ରାଣାଓ୍ବତ
ଅଭିନେତ୍ରୀ ରାଣୀ ମୁଖାର୍ଜୀ ଗୋଟିଏ ଫିଲ୍ମକୁ ନିଜେ ହିଟ କରିବାର କ୍ଷମତା ଅଛି। ଦର୍ଶକମାନେ ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ଭଲ ପାଆନ୍ତି। ଥରେ କଙ୍ଗନା କହିଥିଲେ ଯେ, ସଫଳ ହେବା ପାଇଁ ତାଙ୍କୁ ଜଣେ ବଡ ଅଭିନେତାଙ୍କ ସହ ଫିଲ୍ମ କରିବା ଆବଶ୍ୟକ ନାହିଁ। ବୋଧହୁଏ ଏହି କାରଣରୁ କଙ୍ଗନା ଅକ୍ଷୟଙ୍କ ସହ କୌଣସି ଫିଲ୍ମ କରିନାହାଁନ୍ତି।

ଦିଶା ପଟାନୀ
ଅଭିନେତ୍ରୀ ଦିଶା ପଟାନୀ ଅକ୍ଷୟଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ, କିନ୍ତୁ ଯେଉଁ ଫିଲ୍ମରେ ସେ ସୁଯୋଗ ପାଇଥିଲେ ବିଦ୍ୟା ବାଲାନଙ୍କ ସମେତ ଆଉ ଦୁଇଜଣ ଅଭିନେତ୍ରୀ ଏହି ଫିଲ୍ମରେ ଥିଲେ। ଦିଶା ଅନୁଭବ କଲେ ଯେ, ସେ ଏତେ ସଂଖ୍ୟକ ମୁଖ୍ୟ କଳାକାରଙ୍କ ମଧ୍ୟରେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ ନାହିଁ। ଏହି କାରଣରୁ ସେ ଫିଲ୍ମର ଏକ ଅଂଶ ହେବାକୁ ରାଜି ହୋଇ ନ ଥିଲେ।

ରବୀନା ଟଣ୍ଡନ
ପୂର୍ବରୁ ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ସମ୍ପର୍କକୁ ନେଇ ବହୁ ଚର୍ଚ୍ଚା ହୋଇଛି। ଏପରିକି ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ପରେ ଉଭୟଙ୍କ ବ୍ରେକଅପ ହୋଇଥିଲା। ଏହାପରେ ରବୀନା ଅକ୍ଷୟଙ୍କ ସହ କୌଣସି ଫିଲ୍ମ କରିବେ ନାହିଁ ବୋଲି କହିଥିଲେ।

ଦିଆ ମିର୍ଜା
ଦିଆ ମିର୍ଜା ଏପର୍ଯ୍ୟନ୍ତ ଅକ୍ଷୟ କୁମାରଙ୍କ ସହ କୌଣସି ଫିଲ୍ମ କରିନାହାଁନ୍ତି କାରଣ ସେ ଅନୁଭବ କରୁଛନ୍ତି ଯେ ଅକ୍ଷୟ ତାଙ୍କ ସହ-ଅଭିନେତାମାନଙ୍କୁ ଅବମାନନା କରୁଛନ୍ତି।

ଶିଳ୍ପା ସେଟ୍ଟୀ
ଏକ ସମୟ ଥିଲା ଯେତେବେଳେ ଅକ୍ଷୟ କୁମାର ଶିଳ୍ପା ଶେଟ୍ଟୀଙ୍କୁ ଡେଟ କରୁଥିଲେ । ବ୍ରେକଅପ ପରେ ଦୁହେଁ କୌଣସି ଫିଲ୍ମରେ ଏକାଠି ଅଭିନୟ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri