ଏଣିକି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳକୁ ଆସିବେ ସବୁ କର୍ମଚାରୀ

ଭୁବନେଶ୍ୱର,୫।୭(ବ୍ୟୁରୋ): କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଲକ୍‌ଡାନ୍‌ ନିୟମ ମଧ୍ୟ କୋହଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଏଣିକି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳକୁ ସବୁ କର୍ମଚାରୀ ଆସିବେ। ଜୁଲାଇ ୬ତାରିଖରୁ ସମସ୍ତ ଟିଚିଂ ଓ ନନ ଟିଚିଂ ଷ୍ଟାଫ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ କାମ କରାଯାଉଥିଲା । ହେଲେ ଆସନ୍ତାକାଲି ଠାରୁ ସବୁ କର୍ମଚାରୀ କାମରେ ଯୋଗଦେବା ପାଇଁ ସୋମବାରା ବିଶ୍ୱବିଦ୍ୟାଳୟ କୂଳପତି ଓ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । କରୋନା କଟକଣା ମାନି ମାସ୍କ ପିନ୍ଧି ସାମାଜିକ ଦୂରତା ରଖି କର୍ମଚାରୀ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।