ମୋ ଜୀବନର ସୁଖଦୁଃଖ ସବୁ ମହାପ୍ରଭୁଙ୍କର ଆଶିଷ: ଡ. ଅଭିମନ୍ୟୁ ଜେନା

ଦୀର୍ଘ ୫ ଦଶନ୍ଧି ଧରି ତାଙ୍କର ସାହିତ୍ୟ ସାଧନା ଜାରି ରହିଛି। ସାହିତ୍ୟର ବିଭିନ୍ନ ଦିଗରେ ସେ କଲମ ଚାଳନା କରି ରଚନା କରିଛନ୍ତି ଏକାଧିକ ପୁସ୍ତକ। ଏକାଧାରରେ ସେ ଜଣେ ମଞ୍ଚକଳାକାର, କବି, ଗାଳ୍ପିକ, ନାଟ୍ୟକାର, ନିର୍ଦ୍ଦେଶକ, ଶିକ୍ଷାବିତ୍‌, ସମାଲୋଚକ, ଦାର୍ଶନିକ ଓ ଐତିହାସିକ ପୁସ୍ତକର ରଚୟିତା। ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଆଉ ସମ୍ମାନ। ସେ ହେଲେ ଡ. ଅଭିମନ୍ୟୁ ଜେନା। ଜନ୍ମ ୧୯୬୦ ଏପ୍ରିଲ ୧୫ରେ । ପିତା ଲକ୍ଷ୍ମଣ ଜେନା, ମା’ଙ୍କ ନାମ ଜମ୍ବୁ ଦେବୀ। ଘର ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ବଡ଼ଝାଡ଼ ଗ୍ରାମରେ । ସେ କୁହନ୍ତି, ‘ଚିଲିକାର ଏକ ଟାପୁରେ ମୋ ଗାଁ ଅବସ୍ଥିତ। ଚାରିପଟକୁ ଘେରିିଛି ପାଣି ଆଉ ପାଣି। ସକାଳ ହେଉ କି ସନ୍ଧ୍ୟା ଚିଲିକାର ରୂପବର୍ଣ୍ଣାଳୀକୁ ଦେଖିଲେ ମନଟା ଆନମନା ହୋଇଯାଏ। ମୋ ପିଲାଦିନର ପାଠପଢା ଆରମ୍ଭ ଗାଁ ଚାଟଶାଳୀରେ। ତା’ପରେ ଗୋଲପୁର ଉ.ପ୍ରା ସ୍କୁଲରେ ପଢିଲି । ସେତେବେଳେ ଆମ ଗାଁରେ ବାପା ଯାତ୍ରାଦଳଙ୍କ କଥା ବୁଝାଶୁଝା କରୁଥିଲେ। ତାଙ୍କଠାରୁ ଯାତ୍ରାନାଟକ ବିଷୟରେ ବିଭିନ୍ନ କଥା ଶୁଣୁଥିଲି। କମଳେଶ୍ୱର ବିଦ୍ୟାପୀଠରେ ପଢୁଥିବାବେଳେ ଗାଁପିଲାଙ୍କୁ ନେଇ ‘ରକ୍ତ ସିନ୍ଦୂର’ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ମୁଖ୍ୟ ନାୟିକାଭାବେ ଅଭିନୟ କରିଥିଲି। ୧୦ମ ପଢା ସରିଲାପରେ ବାଣପୁର କଲେଜରୁ ବିଏ ପାସ୍‌ କଲି। ସେହି ବର୍ଷ ଗ୍ରୀଷ୍ମଛୁଟିରେ ଦୁଇଟି ନାଟକ ଲେଖିଥିଲି। ଗୋଟିଏ ନାଟକ ‘ଝଡ଼ର ପରିଧୀ’ ମାଲୁଦର ମହୋଦଧି କ୍ଲବର ସଦସ୍ୟମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା। ଆଉ ଗୋଟିଏ ନାଟକ ‘ଅଭିଶପ୍ତ ଦେବକୀ’ ରଣପୁର ନାଟ୍ୟସଂଘରେ ମଞ୍ଚସ୍ଥ ହୋଇଥିଲା। ମାଲୁଦରେ ନାଟକ ମଞ୍ଚସ୍ଥ ବେଳେ ସେଠାକୁ ଅତିଥିଭାବେ ଯାଇଥିଲି। କ୍ଳବର ସଦସ୍ୟମାନଙ୍କ ଅନୁରୋଧକ୍ରମେ ନାଟକ ଲେଖାର ଅନୁଭୂତି କହିଥିଲି। ମୋ ଅନୁଭୂତି ସେଦିନ ସମସ୍ତଙ୍କ ମନକୁ ବେଶ୍‌ ଛୁଇଁଥିଲା। ଆଉ ଖୁସୀରେ ଆପେଆପେ ମୋ ଆଖିରୁ ଲୁହ ବୋହି ଆସିଥିଲା। ସେହି ନାଟକର ବିଷୟକୁ ନେଇ ଆମ ଅଞ୍ଚଳରେ ବି ଖୁବ୍‌ ଚର୍ଚ୍ଚା ହୋଇଥିଲା। ଖବର ଶୁଣି କଟକରୁ ଫ୍ରେଣ୍ଡ୍‌ସ ପବ୍ଲିସ୍‌ର ମାଲିକ ସହଦେବ ପ୍ରଧାନଙ୍କ ତରଫରୁ ମୋତେ ତାଙ୍କ ପାଖକୁ ଯିବାପାଇଁ ଖବର ଆସିଲା। ସେତେବେଳେ ବାଣପୁର ମା’ କାଲିଜାଈ ମେସ୍‌ରେ ରହୁଥାଏ। ଖବର ପାଇ କଟକ ଯାଇଥିଲି। ସେଠାରେ ନାଟ୍ୟକାର କାର୍ତ୍ତିକ ରଥଙ୍କ ସହିତ ଦେଖା ହେଲା। ନାଟକ ବିଷୟରେ ତାଙ୍କଠାରୁ ଅନେକ କିଛି ଜାଣିବାକୁ ପାଇଲି। ସେଦିନ ସେ ମୋତେ କହିଥିଲେ ଏଇ ପିଲା ଦିନେ ନିଶ୍ଚୟ ପ୍ରତିଷ୍ଠିତ ଲେଖକ ହେବ। ଏହି କଥାଟି ମୋ ମନରେ ଘର କରିଗଲା। ସମୟକ୍ରମେ ବ୍ରହ୍ମପୁର ଭଞ୍ଜବିହାରରେ ପିଜି ସାରିଲି। ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚ.ଡି. ସାରିଲି। ମୋର ପଢାପଢି ଭିତରେ ବି ମୁଁ ମୋ ସାହିତ୍ୟ ସାଧନାକୁ ଜାରି ରଖିଥାଏ। ସମାଲୋଚନା, ଜୀବନଦର୍ଶନ, ଇତିହାସ ଗବେଷଣା ଆଦି ବିଷୟରେ ଲେଖାଲେଖି କରୁଥାଏ। ଦିନରେ ଯେତେ ନୁହେଁ ରାତିରେ ମୁଁ ବେଶି ଲେଖା ଲେଖି କରିଛି। ଏମିତିକି ରାତି ରାତି ଅନିଦ୍ରା ରହି ଅନେକ ଲେଖାଲେଖି କରିଛି। ‘ଚିଲିକା ଓ ଶ୍ରୀଜଗନ୍ନାଥ’ ପୁସ୍ତକ ରଚନା ପାଇଁ ମତେ ପ୍ରାୟ ୬ବର୍ଷ ସମୟ ଲାଗିଛି। ଏହି ପୁସ୍ତକ ରଚନାରେ ଯେତେବେଳେ କିଛି ଅଂଶ ବାକି ରହିଯାଏ, ସତେବେଳେ ମହାପ୍ରଭୁଙ୍କୁ ସ୍ମରଣକରେ ଏମିତିରେ ମତେ ଲାଗେ ସତେ ଯେମିତି ଚଳଚ୍ଚିତ୍ର ଦୃଶ୍ୟପରି କିଛି ଘଟଣା ମୋ ଆଖି ସମ୍ମୁଖରେ ଦୃଶ୍ୟମାନ ହୋଇଥାଏ। ତା’ପରେ କଲମ ଚାଳାନା କରିଥାଏ। ଥରେ ହାତିଆଖୋଲ ଯାଇଥିଲୁ। ସେଠାରେ ଏକ ଘଟଣା ଘଟିଥିଲା। ହଠାତ୍‌ ପାହାଡ଼ଖୋଲରୁ ହାତୀ ଗର୍ଜନ ପରି ଶବ୍ଦ ଶୁଭିଥିଲା। ସେଠି ଯାଇ ଦେଖିଲୁ ସେଠାରେ ଗୋଟେ ବି ହାତୀ ନ ଥିଲା। ସେମିତି ଆଉ ଏକ କଥା ମୋର ମନେପଡେ ମୁଁ ପିଜି ପଢୁଥିବାବେଳେ ଦିନେ ଗାଁରେ ବୋଉ ପାଖରେ ଶୋଇଥାଏ। ସେତେବେଳେ ମତେ ଲାଗିଲା କେହି ଜଣେ ମୋ ପାଖକୁ ଆସି ମୋ ମୁଣ୍ଡ ପାଖରେ ବସି ମୋ ମୁଣ୍ଡ ଆଉଁସିଲେ। ଆଉ ହସି ହସି କିଛି କହିଲେ। ଏତିକିବେଳେ ବୋଉ ଉଠିଯାଇ ଠାକୁରାଣୀ ଠାକୁରାଣୀ ବୋଲି ଚିତ୍କାର କଲା। ତେଣୁ ମୁଁ ସବୁବେଳେ ଅନୁଭବ କରେ ସତେ ଯେମିତି ଠାକୁର ମୋ ପାଖେ ପାଖେ ଅଛନ୍ତି। ତାଙ୍କ ଆଶୀର୍ବାଦ ମୋ ଉପରେ ସବୁବେଳେ ରହିଛି। ଆଉ ସେ ମତେ ପ୍ରତି ମୁହୂର୍ତ୍ତରେ ଲେଖିବା ପାଇଁ ବାଟ କଢେଇ ନେଉଛନ୍ତି। ଏହାଛଡା ଗାଁରେ ବିତିଥିବା ପ୍ରତିଟି ମୁହୂର୍ତ୍ତ ବି ମତେ ଲେଖିବାର ଖୋରାକ ଯୋଗାଉଥିଲା। ଯେମିତିକି ସାଙ୍ଗଙ୍କ ସହ ଏକାଠି ହୋଇ ନିକଟସ୍ଥ ସମୁଦ୍ର କୁଳରେ ଯାଇ ବଣଭୋଜି କରିବା, ବଗିଚାରୁ ନଡ଼ିଆ ତୋଳିବା, ଗାଁ ପୋଖରୀ ଓ ଚିଲିକାରୁ ମାଛ ଧରିବା ଆଦି। ଏହାଛଡା କବି ଡ. ମାୟାଧର ମାନସିଂଙ୍କ ସାହିତ୍ୟର ପ୍ରଭାବରେ ମୁଁ ପ୍ରଭାବିତ ହୋଇଛି। ପୁସ୍ତକ ରଚନା ମଧ୍ୟରେ ଚିଲିକା ଓ ଶ୍ରୀଜଗନ୍ନାଥ, ପ୍ରଳୟ, ଦେଉଳ ତୋଳା, ଅଭିଶପ୍ତ ଦେବକୀ, ଧୂପଛାୟା, ନିତ୍ୟସୁଖ ପାଇଁ ନୀତି ବିଜ୍ଞାନ, ବିଦ୍ୟାର୍ଥୀଙ୍କ ସମସ୍ୟା ଓ ତା’ର ସମାଧାନ, ଅର୍ଦ୍ଧଶତାବ୍ଦୀର ଓଡ଼ିଆ ସାହିତ୍ୟରେ କବି ମାୟାଧର ମାନସିଂ ଆଦି ପୁସ୍ତକ ରଚନା କରିଛି। ଚଳଚ୍ଚିତ୍ର ମୋ ସୁନା ସଂସାରର କାହାଣୀ ମୁଁ ଲେଖିଥିଲି। ପୁରସ୍କାର ଭାବେ ଓଡ଼ିଶା ନାଗରିକ ସମ୍ମାନ, ବ୍ରହ୍ମଗିରି ମହୋତ୍ସବରୁ ନାଟ୍ୟମୁନି ଭରତ ଉପାଧି, କଟକଠାରେ ଆୟୋଜିତ ସର୍ବଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତାରେ ନାଟ୍ୟଭୂଷଣ ଉପାଧି ସମେତ ଶତାଧିକ ପୁରସ୍କାର ଓ ସମ୍ମାନ ମିଳିପାରିଛି। ଏବେ ପରିବାର କହିଲେ ତିନି ଝିଅ, ଗୋଟିଏ ପୁଅ ଓ ପତ୍ନୀ ଏବଂ ବଡ଼ ଭାଇଭାଉଜ। ମୁଁ ଏକ ଘରୋଇ କଲେଜର ଅଧ୍ୟକ୍ଷଭାବେ ଦାୟିତ୍ୱ ତୁଲାଉଛି। ଏହାଛଡା ମୋର ସାହିତ୍ୟ ସାଧନା ବି ଜାରି ରଖିଛି। ମୋ ଜୀବନର ସୁଖଦୁଃଖ ସବୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶିଷ ବୋଲି ମନେକରେ।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?