ଭାଷଣସର୍ବସ୍ବ ସରକାର

ଆକାର ପଟେଲ

ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ନୂତନ ରାମ ମନ୍ଦିର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଆମ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଅନ୍ୟାନ୍ୟ ଉତ୍ସବ ପରି ଏହା ଏକ ମହାନ୍‌ ସମାରୋହ ହେବା ନିଶ୍ଚିତ। ଏହା ଅଗଷ୍ଟ ୫ରେ ହେବ, ଯାହାକି କଶ୍ମୀର ତା’ର ସାମ୍ବିଧାନିକ ମାନ୍ୟତା ହରାଇବାର ପ୍ରଥମ ବାର୍ଷିକ ଦିବସ। ଚଳିତ ବର୍ଷ ଛଅମାସରେ କଶ୍ମୀରରେ ହିଂସା ଘଟଣାରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଗତବର୍ଷ ତୁଳନାରେ ଏହା ଦୁଇଗୁଣ ଅଧିକ। ଏହି ସରକାର ଅଧୀନରେ କଶ୍ମୀରରେ ହିଂସା ବୃଦ୍ଧି ପାଉଛି, ଯାହା କି ବାଜପେୟୀ ଓ ମନମୋହନ ସିଂଙ୍କ ଅମଳରେ ହ୍ରାସ ପାଉଥିଲା। କଶ୍ମୀରକୁ ସାମରିକ ଶାସନ ମାଧ୍ୟମରେ ନିୟନ୍ତ୍ରଣରେ ରଖାଯାଉଛି। କଶ୍ମୀରବାସୀଙ୍କର କୌଣସି ଇଣ୍ଟରନେଟ୍‌ ସଂଯୋଗ ନାହିଁ। ତେଣୁ ସେମାନେ ନିଜର ଭାବ ପ୍ରକାଶ କରିପାରୁ ନାହାନ୍ତି। ସୁପ୍ରିମ୍‌କୋର୍ଟରେ ସେମାନଙ୍କ ଆବେଦନର ଶୁଣାଣି କରାଯାଉ ନାହିଁ। ଏହାକୁ ବୋଧହୁଏ ଅନ୍ୟ ଅନେକ ଆବେଦନ ପରି ଗୁରୁତ୍ୱ ଦିଆଯାଉ ନାହିଁ।
ଏବେ ଆସନ୍ତୁ କୋଭିଡ୍‌ ବିରୋଧରେ ଚାଲିଥିବା ଆମର ଯୁଦ୍ଧ ପ୍ରସଙ୍ଗକୁ ଯିବା। ଏହି ମହାମାରୀ ହେଉଛି ଏପରି ରୋଗ ଯାହା ସରକାରଙ୍କ ଦ୍ୱାରା କେବଳ ଆଂଶିକ ନିୟନ୍ତ୍ରିତ ହୋଇପାରିବ। କିନ୍ତୁ ଏପରି କିଛି ଜିନିଷ ଅଛି ଯାହା ସରକାର କରିପାରିବେ। ପଡୋଶୀ ପାକିସ୍ତାନ ସଂକ୍ରମଣ ହାରକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥିବା ଜଣାପଡିଛି। ସେଠାରେ ଜୁନ୍‌ ୧୪ରେ ୬୮୦୦ ନୂଆ ସଂକ୍ରମଣ ଘଟିଥିବା ବେଳେ ଜୁନ୍‌ ୨୮ରେ ତାହା ୪୦୦୦କୁ କମିଲା ଏବଂ ଜୁଲାଇ ୨୪ରେ ଏହା ୧୨୦୦କୁ ହ୍ରାସ ପାଇଛି। କିନ୍ତୁ ଭାରତରେ ଜୁନ୍‌ ୧୪ରେ ୧୧୦୦୦ ସଂକ୍ରମଣ ମାମଲାରୁ ଜୁନ୍‌ ୨୮ରେ ୨୦୦୦୦ ଏବଂ ଜୁଲାଇ ୨୪ରେ ପ୍ରାୟ ୪୯୦୦୦ ମାମଲାକୁ ବୃଦ୍ଧି ପାଇଛି। ପାକିସ୍ତାନର ଜନସଂଖ୍ୟା ଆମର ଏକ ପଞ୍ଚମାଂଶ ହୋଇଥିବା ବେଳେ ସେହି ତୁଳନାରେ କିଛିଦିନ ତଳେ ସେମାନଙ୍କ ସଂକ୍ରମଣ ହାର ଆମଠାରୁ ଅଧିକ ଥିଲା। ବର୍ତ୍ତମାନ ସେମାନେ ଏହାକୁ ନିୟନ୍ତ୍ରଣାଧୀନ କରିପାରିଥିବା ବେଳେ ଭାରତ ତାହା କରିପାରି ନାହିଁ। ସମାନ ଅବଧିରେ ବାଂଲାଦେଶରେ ମଧ୍ୟ ମାମଲା ହ୍ରାସ ପାଇବାରେ ଲାଗିଛି। ଏପରି ସମୟରେ ନିଜର ବଡ଼ ଘୋଷଣା କରିବାରେ କିନ୍ତୁ ମୋଦି ପଛଘୁଞ୍ଚା ଦେଉନାହାନ୍ତି।
ନଭେମ୍ବର ୮, ୨୦୧୬ ରାତି ୮ଟାରେ ଅତି ଉତ୍ସାହର ସହ ସେ ଯେଉଁ ଘୋଷଣା କରିଥିଲେ ତାହା ଭାରତୀୟ ଅର୍ଥବ୍ୟବସ୍ଥାକୁ ଖରାପ କରିଦେଲା। ଜିଡିପି ତଥ୍ୟକୁ ଜାଲିଆତି କରି ସରକାର ଏହାର କ୍ଷତି ଲୁଚାଇବାକୁ ଚେଷ୍ଟା କଲେ। ଦୁଇ ସପ୍ତାହ ପୂର୍ବେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ସି. ରଙ୍ଗରାଜନ୍‌ କହିଥିଲେ ଯେ ଜିଡିପି ହିସାବ କରିବାର ପଦ୍ଧତିକୁ ନେଇ ସରକାର ବିବାଦର ଅନ୍ତ ଘଟାଇବା ଉଚିତ। ଏହି ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ନିଜେ ହିସାବ କରି କହିଛନ୍ତି ଯେ ପ୍ରକୃତରେ ଜିଡିପି ଅଭିବୃଦ୍ଧି ଯେତିକି ହୋଇଛି, ଭାରତ ତାକୁ ୨.୫% ଅଧିକ କରି ରିପୋର୍ଟ କରୁଛି।
ଶନିବାର ମିଣ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ସମସ୍ତ ଅର୍ଥନୈତିକ ସୂଚକାଙ୍କ ଦର୍ଶାଇଛି ଯେ ସରକାର ମିଛ କହୁଛନ୍ତି। କାରଖାନା ଉତ୍ପାଦନରେ ଅଭିବୃଦ୍ଧି ୨୦୧୧ରେ ୯% ଥିଲାବେଳେ ତାହା ୨%କୁ ହ୍ରାସ ପାଇଛି। ମୋଦି ସରକାରଙ୍କ ନିଜସ୍ବ ଜାତୀୟ ନମୁନା ସର୍ବେକ୍ଷଣରୁ ଜଣାପଡିଛି ଯେ ଗ୍ରାମାଞ୍ଚଳର ଉପଭୋଗ ବିଯୁକ୍ତ ୧.୫% ବୃଦ୍ଧି ପାଇଛି, ଅର୍ଥାତ୍‌ ଏହା ହ୍ରାସ ପାଇଛି। ଏପରିକି ସହରୀ ଉପଭୋଗ ୩.୪%ରୁ ୦.୩%କୁ ହ୍ରାସ ପାଇଛି। କର୍ପୋରେଟ୍‌ ନିବେଶ ୨୩% ଅଭିବୃଦ୍ଧିରୁ ବିଯୁକ୍ତ ୧.୮%ରେ ପହଞ୍ଚିଛି। ବ୍ୟାଙ୍କ କ୍ରେଡିଟ୍‌ ଅଭିବୃଦ୍ଧି ୧୪%ରୁ ୪%କୁ ହ୍ରାସ ପାଇଛି। କିନ୍ତୁ ଜିଡିପି ଅଭିବୃଦ୍ଧି ଆକଳନ ସମାନ ରହିଛି: ମୋଦିଙ୍କ ପୂର୍ବରୁ ୭% ଥିଲା ଏବଂ ପରେ ବି ୭% ଅଛି, ଯାହା କି ଉପରୋକ୍ତ ସମସ୍ତ ତଥ୍ୟ ଦୃଷ୍ଟିରୁ ଅବିଶ୍ୱସନୀୟ। ବେକାରି ହାର ସର୍ବୋଚ୍ଚ ୮% ଛୁଇଁଛି ଯାହା ଇତିହାସରେ ଦେଖାଯାଇ ନ ଥିଲା। ଶୁକ୍ରବାର ଦିନ ଆର୍‌ବିଆଇ କହିଛି ଯେ ବ୍ୟାଙ୍କଗୁଡିକର ଅଚଳ ପରିସମ୍ପତ୍ତି (ଏନ୍‌ପିଆଇ) ମାର୍ଚ୍ଚ ସୁଦ୍ଧା ବର୍ତ୍ତମାନର ୮.୫%ରୁ ୧୨.୫%କୁ ବୃଦ୍ଧି ପାଇବ ଏବଂ ବୋଧହୁଏ ଏହା ଆହୁରି ବୃଦ୍ଧି ପାଇପାରେ। କିନ୍ତୁ ଅର୍ଥମନ୍ତ୍ରୀ ଅର୍ଥନୀତିରେ ଉନ୍ନତିର ଆଶା ଅଛି ବୋଲି କହିଛନ୍ତି, ଯଦିଚ ତାଙ୍କ କଥାକୁ କେହି ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ।
ମେକ୍‌ ଇନ୍‌ ଇଣ୍ଡିଆ ପରି ବଡ଼ ଘୋଷଣା କରି ମୋଦି ସେଠାରୁ ମଧ୍ୟ ଆଗ୍ରହ ହରାଇଛନ୍ତି। ଭାରତରେ ଜିଡିପିରେ ମାନୁଫ୍ୟାକ୍ଚରିଂ ଶିଳ୍ପର ଅଂଶ ଘୋଷଣା ପୂର୍ବରୁ ୧୫%ରୁ ପରେ ୧୪%କୁ ହ୍ରାସ ପାଇଛି। ଏହି ସମୟରେ ଭିଏତ୍‌ନାମ ଏବଂ ବାଂଲାଦେଶ ଉପରକୁ ଉଠିଛନ୍ତି। କେବଳ ଘୋଷଣା କରିବା ଛଡ଼ା ଏହି ସରକାର କ’ଣ କରିପାରନ୍ତି ତାହା ଦେଖିବାକୁ ପଡିବ। ଦକ୍ଷିଣ ଏସିଆର ନିର୍ଯାତିତ ସଂଖ୍ୟାଲଘୁଙ୍କୁ ମୋଦି କିପରି ସୁରକ୍ଷା ଦେବେ ସେ ନେଇ ନାଗରିକତ୍ୱ ସଂଶୋଧନ ଅଧିନିୟମ ଏକ ବଡ଼ ଧମାକା ସହିତ ପାରିତ ହେଲା। କିନ୍ତୁ ଆଇନର ନିୟମଗୁଡ଼ିକ ଏପର୍ଯ୍ୟନ୍ତ ସରକାର ଲେଖି ନାହାନ୍ତି। ଏହାର ଅର୍ଥ ଏହା କାର୍ଯ୍ୟକାରୀ ନୁହେଁ ଏବଂ କାହାକୁ ସୁରକ୍ଷା ଦେଇପାରିବ ନାହିଁ। ଚାଇନା ସହିତ ସୀମାରେ ସମସ୍ୟା ଦେଖାଦେଲା। କିନ୍ତୁ ଲଦାଖରେ ଏକ ଉତ୍ସାହଜନକ ଭାଷଣ ଦେଇ ମୋଦି ଏହାର ସମାଧାନ କରିଦେଲେ। ଏହା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଅକ୍ଟୋବର ସୁଦ୍ଧା ସେହି ଅଞ୍ଚଳକୁ ଯିବା ପାଇଁ ଆମେ ବ୍ୟବହାର କରୁଥିବା ପାସ୍‌ଗୁଡିକ ବରଫାଚ୍ଛନ୍ନ ହୋଇଯିବ। ଆମର ସୈନିକମାନଙ୍କ ମଧ୍ୟରୁ ପ୍ରାୟ ୨ ଲକ୍ଷଙ୍କୁ ଉପଯୁକ୍ତ ବାସସ୍ଥାନ ବିନା ରହିବାକୁ ପଡିବ। ଡୋକଲାମ ଘଟଣା ପରେ ଗତ ତିନିବର୍ଷ ମଧ୍ୟରେ ଚାଇନା ସେମାନଙ୍କ ସେନା ପାଇଁ ବାସସ୍ଥାନ ନିର୍ମାଣ କରିଥିଲା, ଯାହାକୁ ମୋଦି ହାଲୁକା ଭାବେ ଗ୍ରହଣ କରିଥିଲେ। ଚାଇନିଜମାନେ ଆମ ଅଞ୍ଚଳରେ ପଶିଥିବା ବେଳେ ମୋଦି କହିଲେ ଯେ କୌଣସି ଅନୁପ୍ରବେଶ ହୋଇନାହିଁ। ଏପରି ବିବୃତି ଦେବାର ଆବଶ୍ୟକତା କ’ଣ ଥିଲା?
ଆସନ୍ତା ସପ୍ତାହରେ ମୁଁ ତାଙ୍କ ପରବର୍ତ୍ତୀ ଭାଷଣକୁ ଅନୁଧ୍ୟାନ କରିବି। ଏହା ନିଶ୍ଚୟ ଚିତ୍ତାକର୍ଷକ ଓ ଉତ୍ସାହଜନକ ହେବ ଏବଂ ସେଥିରେ ଅନେକ ପ୍ରତିଶ୍ରୁତି ରହିବ ଯାହା ସେ ସମ୍ଭବତଃ ପୂରଣ କରି ପାରିବେ ନାହିଁ। କିନ୍ତୁ ଅନ୍ତତଃପକ୍ଷେ ସେ ଆମକୁ ଅଧିକ ଭାଷଣ ଓ ଘୋଷଣାର ଗ୍ୟାରେଣ୍ଟି ଦେଇପାରିବେ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri