ସାମିଲ ହେବ ସବୁ ସ୍କୁଲ

ଅନୁଗୋଳ ଅଫିସ, ୪।୧୨ ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ ଯୋଜନା ଉପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଏବେ ଜୋର୍‌ ଦିଆଯାଉଛି। ଜିଲାର ମୋଟ୍‌ ୧,୬୬୬ ବିଦ୍ୟାଳୟ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ଶହ ଏଥିରେ ଯୋଡ଼ି ହୋଇଥିବା ବେଳେ ବାକି ସ୍କୁଲଗୁଡ଼ିକୁ ଡିସେମ୍ବର ଶେଷ ସୁଦ୍ଧା ସାମିଲ କରିବାକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଥିବା ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ଶିକ୍ଷାନୁଷ୍ଠାନଗୁଡ଼ିକର ଉନ୍ନତି ନିମନ୍ତେ ଆଲୁମ୍‌ନିମାନେ ୧ କୋଟି ୨୦ ହଜାର ଟଙ୍କା ଓ ସରକାର ୨ କୋଟି ଟଙ୍କା ଅନୁଦାନ ଦେଇଛନ୍ତି।
୨୦୧୭ ନଭେମ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ସ୍କୁଲ ଅଭିଯାନ ଆରମ୍ଭ କରାଯାଇଥିଲା। ଅନୁଗୋଳ ଜିଲାରେ ୨୦୧୮ ଜାନୁୟାରୀ ମାସରେ ଏହା କାର୍ଯ୍ୟକାରୀ ହୋଇଥିଲା। ବ୍ୟବସ୍ଥା ଅନୁଯାୟୀ, ସରକାର ଓ ପୂର୍ବତନ ଛାତ୍ରୀଛାତ୍ରଙ୍କ ସହଭାଗିତାରେ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ କରାଯିବ। ପୁରାତନ ଛାତ୍ରୀଛାତ୍ର ପ୍ରଦାନ କରିଥିବା ଅନୁଦାନର ଦୁଇ ଗୁଣ ଅର୍ଥ ସରକାର ଯୋଗାଇ ଦେବେ। ତେବେ ଜିଲାର ୨୪୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୧୯୦ଟି ଏହି ଯୋଜନାରେ ଯୋଡ଼ିହୋଇ ସାରିଛି। ସେହିପରି ୧,୪୨୩ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୦ଟି ଏଥିରେ ସାମିଲ ହୋଇପାରିଛି। କରୋନା ମହାମାରୀ ପାଇଁ ଚଳିତବର୍ଷ ଆରମ୍ଭରୁ ଏହି ଯୋଜନା ମନ୍ଥର ହୋଇଯାଇଥିଲା। ହେଲେ ଗତ ୩ ମାସ ମଧ୍ୟରେ ୧୫ଟି ନୂତନ ବିଦ୍ୟାଳୟର ଛାତ୍ରୀଛାତ୍ର ଏଥିରେ ସାମିଲ ହେବା ସହ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଜିଲାର ବିଭିନ୍ନ ବିଦ୍ୟାଳୟରେ ଗଢ଼ା ହୋଇଥିବା ୧୮ଟି ଏକ୍‌ଜିକ୍ୟୁଟିଭ୍‌ କାଉନସିଲ(ଇସି) ସହ ମୋ ସ୍କୁଲ ଅଭିଯାନ ଅଧିକାରୀଙ୍କ ବୈଠକ ବସିସାରିଲାଣି। ୧୬ଟି ଇସି ବିଦ୍ୟାଳୟର ଉନ୍ନୟନ ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛି। ତେବେ ମୋଟ୍‌ ଉପରେ ୩୦୮ଟି ପ୍ରକଳ୍ପର ପ୍ରସ୍ତାବ ଜିଲା ପକ୍ଷରୁ ମୋ ସ୍କୁଲ ଅଭିଯାନକୁ ପଠାଯାଇଥିବା ବେଳେ ୧୭୨ଟି ପ୍ରକଳ୍ପ ପାଇଁ ଅର୍ଥ ରାଶି ମଞ୍ଜୁର ହୋଇଛି। ଅନୁଗୋଳ ବ୍ଲକରୁ ୪୪ଟି ପ୍ରକଳ୍ପ ପଠାଯାଇଥିବା ବେଳେ ବଅଁରପାଳ ବ୍ଲକରୁ ୪୯ଟି, ତାଳଚେର ବ୍ଲକରୁ ୨୯, ଛେଣ୍ଡିପଦା ବ୍ଲକରୁ ୪୪, ଆଠମଲ୍ଲିକ ବ୍ଲକରୁ ୩୦, କଣିହଁା ବ୍ଲକରୁ ୪୭, ପାଲଲହଡ଼ା ବ୍ଲକରୁ ୪୩ ଓ କିଶୋରନଗର ବ୍ଲକରୁ ୩୩ ପ୍ରକଳ୍ପ ପ୍ରସ୍ତାବ ପଠାଯାଇଛି।

ଅଧିକ ସଂଖ୍ୟାରେ ଯୋଡ଼ି ହୁଅନ୍ତୁ
ସ୍କୁଲ ଉନ୍ନତିରେ ପୁରାତନ ଛାତ୍ରୀଛାତ୍ରମାନେ ସାମିଲ ହେଲେ ଉନ୍ନୟନମୂଳକ କାର୍ଯ୍ୟ ଅତି ସହଜରେ ହୋଇପାରିବ। ଜିଲାର ସମସ୍ତ ବିଦ୍ୟାଳୟକୁ ଡିସେମ୍ବର ଶେଷ ସୁଦ୍ଧା ମୋ ସ୍କୁଲ ଅଭିଯାନରେ ସାମିଲ କରିବାକୁ ନିର୍ଦ୍ଦେଶ ରହିଛି। ତେଣୁ ଅଧିକରୁ ଅଧିକ ପୂର୍ବତନ ଛାତ୍ରୀଛାତ୍ର ଏଥିପାଇଁ ଆଗେଇ ଆସନ୍ତୁ।
-କଳ୍ପନା ବେହେରା, ଜିଲା ଶିକ୍ଷା ଅଧିକାରୀ, ଅନୁଗୋଳ
ଅଭିଯାନକୁ ସହଯୋଗ ମିଳୁ
କଣିହାଁ ବ୍ଲକ ତାଳପଦାସ୍ଥିତ ସଦାନନ୍ଦ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରୀଛାତ୍ରମାନେ ୧୩ ଲକ୍ଷ ୭୮ ହଜାର ୪୨୬ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥରେ ବିଦ୍ୟାଳୟର ମୁଖ୍ୟ ଫାଟକ, ଶୌଚାଳୟ, ସାଇକେଲ ଷ୍ଟାଣ୍ଡ ନିର୍ମାଣ କରାଯାଇଛି। ତେଣୁ ସରକାରଙ୍କ ଏହି ଅଭିଯାନ ପ୍ରତି ଅଧିକରୁ ଅଧିକ ସହଯୋଗର ହାତ ବଢ଼ିବା ଦରକାର।
-ଶରତ ଚନ୍ଦ୍ର ପ୍ରଧାନ, ପ୍ରଧାନଶିକ୍ଷକ, ତାଳପଦା ଉଚ୍ଚ ବିଦ୍ୟାଳୟ
ପୁରାତନ ଛାତ୍ରୀମାନେ ଖୁସି ହେଉଛନ୍ତି
ପାଲଲହଡ଼ା ବ୍ଲକ ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରୀମାନେ ୭ ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଥିରେ ସ୍କୁଲର ନୂତନ ଗୃହ ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ପାଚେରି ନିର୍ମାଣ କରାଯାଇଛି। ଏହି ଉନ୍ନତୀକରଣ କାର୍ଯ୍ୟ ଦେଖି ଅର୍ଥଦାନ କରିଥିବା ୬୦ରୁ ଊର୍ଦ୍ଧ୍ୱ ଆଲୁମ୍‌ନି ଖୁସି ହେଉଛନ୍ତି।
-ସବିତା ରାଉତ, ପ୍ରଧାନଶିକ୍ଷୟିତ୍ରୀ, ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ
ଉନ୍ନତି କାର୍ଯ୍ୟ ଦେଖନ୍ତୁ ଆଲୁମ୍‌ନି
ଆଲୁମ୍‌ନିମାନେ ଦେଉଥିବା ଅର୍ଥ ରାଶିର ଦୁଇ ଗୁଣା ସରକାର ମଞ୍ଜୁର କରୁଛନ୍ତି। କିନ୍ତୁ ନିର୍ମାଣ କାର୍ଯ୍ୟରେ ଠିକାଦାରମାନେ ଉଣା କରୁଛନ୍ତି। ତେଣୁ ଆଲୁମ୍‌ନିମାନେ ଅର୍ଥ ଦାନ କରିବା ସହ ବିଭିନ୍ନ କାର୍ଯ୍ୟ ତଦାରଖ କଲେ ଅଭିଯାନର ପ୍ରକୃତ ସୁଫଳ ଛାତ୍ରୀଛାତ୍ରମାନେ ପାଇପାରିବେ।
-ସୁକାନ୍ତ ମାଝି, ପିଟିସି ଉଚ୍ଚ ବିଦ୍ୟାଳୟ ଆଲୁମ୍‌ନି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri