କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସନ୍ତାକାଲି (ବୁଧବାର) ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଭଦ୍ରକ ଜିଲାପାଳ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ଏହି ଘୋଷଣା ଅନୁଯାୟୀ, ଜିଲାରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ  ଏବଂ ବେସରକାରୀ ସ୍କୁଲ ଆସନ୍ତାକାଲି ବନ୍ଦ ରହିବ। ଗତ କିଛି ଦିନ ହେବ ଜିଲାରେ ପ୍ରବଳ ବର୍ଷା ହେଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛି, ଯାହାକୁ ଆଖିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

Dharitri – Odisha’s No.1 Odia Daily