ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି; ବନ୍ଦ ରହିବ ସମସ୍ତ ଦୋଳି

କଟକ,୨୭ା୧୧: କଟକ ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜି ବନ୍ଦ ରହିବ ସମସ୍ତ ଦୋଳି । ଗୁରୁବାର ରାମଦୋଳିରୁ ପଡ଼ି ଯୁବକଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନିଆଯାଇଛି । ଡକ୍ୟୁମେଣ୍ଟ ପୁଣି ଯାଞ୍ଚ ହେବ, ଦୋଳିର ଟେକ୍ନିଟାଲ୍ ଟିମ୍‌ର ମତ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବା ବୋଲି ଏସିପି ଗିରିଜା ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି ।

ପ୍ରକାଶଥାଉକି, ଗୁରୁବାର ବାଲିଯାତ୍ରା ତଳ ପଡ଼ିଆରେ ରାମଦୋଳି ଚାଲିବା ସମୟରେ ସେଥିରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ଅଗ୍ନିଶମ ଓ ପୋଲିସ କର୍ମଚାରୀ ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

Share