Categories: ଖେଳ

ଅନ୍ତିମ ଦିନ ସବୁ ଫଳାଫଳ ସମ୍ଭବ

ଲଣ୍ଡନ,୫।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟ ପହଞ୍ଚିଛି ଅନ୍ତିମ ଦିନରେ। ୩୬୮ ରନ୍‌ର ପାହଡ଼ ଭଳି ବିଜୟ ଲକ୍ଷ୍ୟ ଆଗରେ ଇଂଲଣ୍ଡ ଚତୁର୍ଥ ଦିନ ଶେଷ ସୁଦ୍ଧା ବିନା କୌଣସି କ୍ଷତିରେ ୭୭ ରନ୍‌ କରିଛି। ଘରୋଇ ଦଳକୁ ମ୍ୟାଚ୍‌ ଜିତିବା ପାଇଁ ଆହୁରି ୨୯୧ ରନ୍‌ ଦରକାର। ବିଜୟ ଲକ୍ଷ୍ୟ ଏବେ ବି ଛୋଟିଆ ନ ଥିଲେ ମଧ୍ୟ ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଅନ୍ତିମ ଦିନ ସବୁ ପ୍ରକାର ଫଳାଫଳ ସମ୍ଭବ ଜଣାପଡ଼ୁଛି।

ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର (୨୭୦/୩)ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳ ରବିବାର ଆରମ୍ଭରୁ ରବୀନ୍ଦ୍ର ଜାଡେଜା (୧୭) ଓ ଅଧିନାୟକ ବିରାଟ କୋହଲି (୪୪)ଙ୍କ ଉଇକେଟ ହରାଇଥିଲା। ତା’ ପରେ ରିଷଭ ପନ୍ତ (୫୦) ଓ ଶାର୍ଦ୍ଦୁଳ ଠାକୁର (୬୦)ଙ୍କ ଯୋଡ଼ି ୭ମ ଉଇକେଟ ପାଇଁ ଦଳୀୟ ସ୍କୋରରେ ଯୋଡ଼ି ଥିଲେ ୧୦୦ ରନ୍‌। ଏହାପରେ ଉମେଶ ଯାଦବ ୨୫ ଓ ଯଶପ୍ରୀତ ବୁମରାଙ୍କ ୨୪ ରନ୍‌ର ଯୋଗଦାନ ଯୋଗୁ ଟିମ୍‌ ଇଣ୍ଡିଆ ୪୬୬ରେ ଅଲଆଉଟ୍‌ ହୋଇଥିଲା। ପୂର୍ବରୁ ପ୍ରଥମ ଇନିଂସରେ ଭାରତ ୧୯୧ ରନ୍‌ରେ ସୀମିତ ରହିଥିବା ବେଳେ ୨୯୦ରେ ଅଲଆଉଟ୍‌ ହୋଇଥିଲା ଘରୋଇ ଇଂଲଣ୍ଡ ଦଳ। ଫଳରେ ୩୬୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଘରୋଇ ଦଳ ଓପନରଙ୍କୁ ବହୁ ଚେଷ୍ଟା ପରେ ମଧ୍ୟ ପ୍ୟାଭିଲିଅନ ପଠାଇ ପାରି ନ ଥିଲେ ଭାରତୀୟ ବୋଲର। ଇଂଲଣ୍ଡ ୩୨ ଓଭରରେ ବିନା କୌଣସି କ୍ଷତିରେ ୭୭ ରନ୍‌ କରିଛି।

 

Share