୨୦ରେ ରାଜ୍ୟର ସମସ୍ତ ଉଠାଦୋକାନ, ଭେଣ୍ଡିଂଜୋନ୍‌ ବନ୍ଦ

ଭୁବନେଶ୍ୱର, ୧୯।୧ (ବନ୍ଦନା ସେଠୀ): ଆସନ୍ତା ୨୦ ତାରିଖରେ ରାଜ୍ୟର ସମସ୍ତ ଉଠାଦୋକାନ ଏବଂ ଭେଣ୍ଡିଂଜୋନ୍‌ ବନ୍ଦ ରହିବ। ପ୍ରତିବର୍ଷ ଜାନୁଆରୀ ୨୦କୁ ଦେଶରେ ଜାତୀୟ ଉଠାଦୋକାନୀ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତବର୍ଷ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ୍‌ ସୁରକ୍ଷା ଟ୍ରଷ୍ଟ ଏବଂ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘର ମିଳିତ ସହଯୋଗରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଉଠାଦୋକାନୀ ଦିବସ ପାଳନ କରାଯିବ। ତେଣୁ ଏହିଦିନ ସମସ୍ତ ଦୋକାନ ବନ୍ଦ ରହିବା ନେଇ ସଂଗଠନ ସଭାପତି ପ୍ରତାପ କୁମାର ସାହୁ ସୂଚନା ଦେଇଛନ୍ତି। ଏହି ଅବସରରେ ରାଜମହଲ ଛକରୁ ଏକ ରାଜ୍ୟସ୍ତରୀୟ ମହାସମାବେଶ ବାହାରି ୟୁନିଟ-୧ ଫଳ ଭେଣ୍ଡିଂଜୋନ୍‌ଠାରେ ପହଞ୍ଚତ୍ବା ପରେ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଉଠାଦୋକାନୀମାନେ ଗ୍ରାହକଙ୍କୁ ସାଧାରଣତଃ ମୌଳିକ ସେବା ଯୋଗାଇଥାନ୍ତି। ତେବେ ୨୦ ତାରିଖରେ ଏହି ସେବା ଯୋଗାଇପାରୁ ନ ଥିବାରୁ ଦୁଃଖ ପ୍ରକାଶ ହେବା ସହ ଖାଉଟିମାନେ ସହଯୋଗ କରିବାକୁ ସାହୁ ଅନୁରୋଧ କରିଛନ୍ତି।