Posted inଖେଳ

‘ସବୁ ଲୋକ ଦେଖାଣିଆ…’, କ୍ରିକେଟର ମହମ୍ମଦ ଶାମି ଝିଅକୁ ଦେଖା କରିବା ସମୟରେ ହସିନ ଜାହାନ ଦେଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ,୪।୧୦: ନିକଟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ତାଙ୍କ ଝିଅ ସହିତ ଏକ ଭିଡିଓ ଶେୟାର କରିଥିଲେ, ଯେଉଁ ଭିଡିଓକୁ ଦେଖି ପ୍ରଶଂସକମାନେ ବହୁତ ଲାଇକ୍‌ କରିଛନ୍ତି। କିନ୍ତୁ, ବର୍ତ୍ତମାନ ହସିନ ଜାହାନ ଶାମିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଶାମି ତାଙ୍କ ଝିଅର ଯତ୍ନ ନେଉନାହାଁନ୍ତି, ସେ କେବଳ ନିଜ ସହ ବ୍ୟସ୍ତ ଅଛନ୍ତି।

ମହମ୍ମଦ ଶାମି ଦୀର୍ଘ ଦିନ ଧରି କ୍ରିକେଟ ପଡ଼ିଆରୁ ଦୂରେଇ ରହିଥିଲେ। ଫେବୃଆରୀରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା, ଯାହା ପରେ ସେ ପୁନର୍ବାର ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି। ନିକଟରେ ସେ ତାଙ୍କ ଝିଅ ସହିତ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ଏକ ଭାବପ୍ରବଣ କ୍ୟାପସନ ମଧ୍ୟ ଥିଲା।
ଶାମି କ୍ୟାପସନରେ ଲେଖିଛନ୍ତି, ଯେତେବେଳେ ମୁଁ ତାଙ୍କୁ ବହୁତ ସମୟ ପରେ ପୁଣି ଦେଖିଲି, ସମୟ ଯେମିତି ଅଟକି ଗଲା। ମୁଁ ଶବ୍ଦ ଅପେକ୍ଷା ତୁମକୁ ଅଧିକ ଭଲ ପାଏ, ବେବୋ। କିନ୍ତୁ, ବର୍ତ୍ତମାନ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ଶାମି ବହୁ ପୂର୍ବରୁ ସାକ୍ଷାତ କରିଥିଲେ, କିନ୍ତୁ ବର୍ତ୍ତମାନ ଏହାକୁ ପୋଷ୍ଟ କରିଛନ୍ତି।
ହସିନ ଜାହାନ କହିଛନ୍ତି, ଶାମି ମୋ ଝିଅ ବିଷୟରେ କେବେ ପଚାରନ୍ତି ନାହିଁ। ଶାମି ନିଜ ସହ ବ୍ୟସ୍ତ ରହିଛନ୍ତି। ସେ ଏକ ମାସ ପୂର୍ବରୁ ତାଙ୍କୁ ଭେଟିଥିଲେ, କିନ୍ତୁ ପରେ ସେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିନଥିଲେ। ମୁଁ ଭାବୁଛି ବର୍ତ୍ତମାନ ପୋଷ୍ଟ କରିବାକୁ ଆଉ କିଛି ନାହିଁ, ତେଣୁ ସେ ଏହି ଭିଡିଓ ଅପଲୋଡ କରିଛନ୍ତି।
ସୂଚନାଯୋଗ୍ୟ, ୨ବର୍ଷ ପରସ୍ପରକୁ ଡେଟ କରିବା ପରେ ମହମ୍ମଦ ଶାମି ଏବଂ ହସିନ ଜାହାନ ୬ ଜୁନ ୨୦୧୪ରେ ନିଜ ପରିବାରର ସହମତିରେ ବିବାହ କରିଥିଲେ। ଏହା ପରେ ୨୦୧୫ରେ ସେମାନଙ୍କର ଏକ ଝିଅ ହୋଇଥିଲା। ମହମ୍ମଦ ଶାମି ୨୦୧୮ରେ ତାଙ୍କ ପତ୍ନୀ ହସିନ ଜହାନଙ୍କଠାରୁ ଅଲଗା ହୋଇଥିଲେ। ଘରୋଇ ହିଂସା ଭଳି ଶାମିଙ୍କ ବିରୋଧରେ ହସିନ ଜାହାନ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ।
ମାମଲା କୋର୍ଟରେ ଅଛି। ଉଭୟ ଆଇନଗତ ଭାବେ ଛାଡପତ୍ର ହୋଇନାହାଁନ୍ତି, କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁହେଁ ଅଲଗା ରୁହନ୍ତି। ଅଦାଲତ କହିଛନ୍ତି ଯେ ଶାମି ହସିନ ଜାହାନଙ୍କୁ ପ୍ରତି ମାସରେ ୧ଲକ୍ଷ ୩୦ହଜାର ଟଙ୍କା ଦେବାକୁ ପଡିବ। ଏଥିମଧ୍ୟରୁ ୮୦ହଜାର ଟଙ୍କା ଝିଅର ଲାଳନପାଳନ ପାଇଁ ଏବଂ ୫୦ହଜାର ଟଙ୍କା ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri