ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବଢୁଛି

ଛେନାପଦି,୪ା୧୦(ନିରାକାର ପରିଡ଼ା): ରାଜ୍ୟ ସରକାରଙ୍କ ପକ୍ଷରୁ ମାଣ୍ଡିଆ ଚାଷର ଅଗ୍ରଗତି ନେଇ ପ୍ରୟାସ କରାଯାଉଛି। ମିଲେଟ୍‌ ମିଶନ ଜରିଆରେ ମାଣ୍ଡିଆ ଜାତୀୟ ଖାଦ୍ୟ ବିକ୍ରି ପାଇଁ ଅନେକ ଷ୍ଟୋର ଖୋଲାଯାଉଥିବା ବେଳେ ପ୍ରଚାର ପ୍ରସାର ପାଇଁ ଅର୍ଥ ବରାଦ ହେଉଛି। ଚାଷୀଙ୍କୁ ଆର୍ଥିକ ସହାୟତା ସହ ବିହନ, ଚାଷ ଉପକରଣ ଯୋଗାଇ ଦିଆଯାଉଛି। ଫଳରେ ଲୋକେ ଧାନ ଓ ଅନ୍ୟାନ୍ୟ ଫସଲ ପରି ଏବେ ମାଣ୍ଡିଆ ଚାଷ କରୁଛନ୍ତି। ବିଶେଷ କରି କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଅଞ୍ଚଳରେ ଏବେ ମାଣ୍ଡିଆ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିଥିବା ଦେଖାଯାଇଛି। ମାଣ୍ଡିଆ ଚାଷ କ୍ଷୁଦ୍ର ପୃଷ୍ଟିଯୁକ୍ତ ଏବଂ ଲାଭକାରୀ ଫସଲ ଭାବେ ଧୀରେ ଧୀରେ ଚାଷୀଙ୍କ ମଧ୍ୟରେ ଆଦୃତ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ଗତ ୨ବର୍ଷ ଅପେକ୍ଷା ଚଳିତବର୍ଷ ବ୍ଲକ୍‌ରେ ଚାଷ ବୃଦ୍ଧି ପାଇଛି। ଚଳିତ ବର୍ଷ ୧୮ ପଞ୍ଚାୟତ ପାଇଁ ୧୧ଶହ ୧୦ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ନିର୍ଦ୍ଦେଶ ବୋର୍ଡରୁ ପ୍ରସ୍ତାବ ଆସିଥିଲା। ଏବେ ସୁଦ୍ଧା ପାଖାପାଖି ୧୪୦୦ରୁ ଊର୍ଦ୍ଧ୍ୱ ଚାଷୀ ପାଖାପାଖି ୬୬୮ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିଥିବା ଶ୍ରୀଅନ୍ନ ଯୋଜନା(ମିଲେଟ ମିଶନ)ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଭାଗ ପକ୍ଷରୁ ଠିକ୍‌ ସମୟରେ ଚାଷୀଙ୍କୁ ବିଭିନ୍ନ ପ୍ରୋତ୍ସାହନ ମାଧ୍ୟମରେ ମଞ୍ଜି, ଘାସବାଛିବା ପାଇଁ ଯନ୍ତ୍ର, ଅମଳ ପାଇଁ ପାଲ, ଶୁଖାଇବା ପାଇଁ ସ୍ପ୍ରେ-ମେଶିନ ଆଦି ଯୋଗାଇ ଦିଆଯାଉଛି। ଫଳରେ ଚାଷୀ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ମାଣ୍ଡିଆ ଚାଷରୁ ମଧ୍ୟ ବେଶ୍‌ ଦି’ପଇସା ମୁନଫା କରୁଥିବା ପ୍ରୋଜେକ୍ଟ କୋଅର୍ଡିନେଟର ପଙ୍କଜ ସାହୁ କହିଛନ୍ତି। ହାଟଡ଼ିହୀ ଅଞ୍ଚଳରେ ମାଣ୍ଡିଆ ଚାଷ ୨ପ୍ରକାର ପ୍ରଣାଳୀରେ ହୋଇଥାଏ। ଏସ୍‌ଏମ୍‌ଆଇ (ସାଧାରଣ ରୁଆ)ପ୍ରଣାଳୀର ଚାଷୀଙ୍କୁ ଏକର ପ୍ରତି ୬ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଉଛି। ଏଲଟି(ଧାଡ଼ି ରୁଆ) ପ୍ରଣାଳୀରେ ଚାଷ କରୁଥିବା ଚାଷୀଙ୍କୁ ଏକର ପ୍ରତି ୪ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଥାଏ। ଠିକ ପ୍ରଣାଳୀରେ ମାଣ୍ଡିଆ ଚାଷ କଲେ ପ୍ରତି ହେକ୍ଟର ପିଛା ଚାଷୀ ୭ ରୁ ୮ କୁଇଣ୍ଟାଲ ମାଣ୍ଡିଆ ଅମଳ କରିପାରିବେ। ୨୦୨୩-୨୪ରେ କୁଇଣ୍ଟାଲ ପ୍ରତି ବିକ୍ରୟ ମୂଲ୍ୟ ୩ ହଜାର ୮ଶହ ୪୬ ଟଙ୍କା ରହିଥିଲା। ଚଳିତବର୍ଷ ତଥା ୨୦୨୪-୨୫ବର୍ଷର ଦରଦାମ ଅନୁସାରେ କୁଇଣ୍ଟାଲ ପ୍ରତି ୪୨୯୦ଟଙ୍କା ଧାର୍ଯ୍ୟ କରାଯାଇଛି। ଚାଷୀ ସୁନାରାମ ମୁର୍ମୁ, ଘାସିରାମ ଟୁଡ଼ୁ, ହୃଷିକେଶ ପଢ଼ୁରିଆ, ଅବନ୍ତୀ ନାୟିକ, ବେଶରା ତନ୍ତୀ ପ୍ରମୁଖ କହିଛନ୍ତି, ମାଣ୍ଡିଆ ଚାଷରେ ବହୁତ ଉପକୃତ ହୋଇପାରିଛନ୍ତି। ମାଣ୍ଡିଆ ଅମଳ ପରେ ବିକ୍ରିର ଅସୁବିଧା ହେଉନାହିଁ। କୃଷି ବିଭାଗ ସିଧାସଳଖ ଭାବେ ଚାଷୀଙ୍କ ନିକଟରୁ କ୍ରୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?