Posted inଜାତୀୟ

ଦଲାଇ ଲାମାଙ୍କୁ ଭାରତ ରତ୍ନ ପାଇଁ ଦାବି କଲା ସର୍ବଦଳୀୟ ସଂସଦୀୟ ଫୋରମ…

ନୂଆଦିଲ୍ଲୀ, ୨୦।୮ :ଦଲାଇ ଲାମାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଭାରତୀୟ ସର୍ବଦଳୀୟ ସଂସଦୀୟ ଫୋରମ ପକ୍ଷରୁ ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କୁ ଏନେଇ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛି। ଏହାର ସଂଯୋଜକ ବିଜେଡି ଏମ୍‌ପି ସୁଜିତ କୁମାର ଶନିବାର ଏହା କହିଛନ୍ତି। ତାଇୱାନ ଷ୍ଟ୍ରାଇଟ ପ୍ରସଙ୍ଗରେ ଚାଇନାର ସାମରିକ ଅଭ୍ୟାସ ନେଇ ଫୋରମର କିଛି ସଦସ୍ୟ ତାଇୱାନ ସହ ଏକାଠି ହେବା ଲାଗି ପ୍ରକାଶ କରିଛନ୍ତି। ଆମେରିକାର ସିନେଟ ବାଚସ୍ପତି ନାନସୀ ପେଲୋସିଙ୍କ ତାଇପେଇ ଗସ୍ତ ପରଠାରୁ ଚାଇନା ତାଇୱାନ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। କୁମାର କହିଛନ୍ତି ଯେ ଏହି ଫୋରମ ତିବ୍ଦତୀୟ ଗଣତନ୍ତ୍ର ଦିବସରେ ଧର୍ମଶାଳାରେ ଦଲାଇ ଲାମାଙ୍କୁ ଭେଟିବାକୁ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନେବ। ଫୋରମର ସଦସ୍ୟମାନେ ନିର୍ବାସିତ ତିବ୍ଦତୀୟ ସରକାରଙ୍କ ଅଧିବେଶନରେ ଯୋଗଦେବେ।

ସଂସଦର ଏହି ଅନୌପଚାରିକ ଦଳ୨୨ ଜଣ ସଦସ୍ୟଙ୍କୁ ନେଇ ଗଠିତ । ନିର୍ବାସିତ ତିବ୍ଦତୀୟ ସରକାରଙ୍କ ଅଧିବେଶନ ୭ ସେପ୍ଟେମ୍ବରରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ନିକଟରେ ତିବ୍ଦତ ପାଇଁ ଅଲ-ପାର୍ଟି ଇଣ୍ଡିଆନ ସଂସଦୀୟ ଫୋରମର ସଂଯୋଜକ ଭାବେ ନିଯୁକ୍ତ ସୁଜିତ କୁମାର କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ଏହି ଦଳ ପ୍ରାୟ ସୁପ୍ତ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ପୁନର୍ଜୀବିତ କରାଯାଉଛି। ଯେତେବେଳେ ଜର୍ଜ ଫର୍ନାଣ୍ଡିସ ଏହାର ସଂଯୋଜକ ଥିଲେ ସେତେବେଳେ ଫୋରମ ବେଶ୍‌ ସକ୍ରିୟ ଥିଲା। ମୁଁ ଭାବୁଛି ଏହା ପରେ ନିଷ୍କ୍ରିୟ ହୋଇଯାଇଥିଲା। ବର୍ତ୍ତମାନ ଏହାକୁ ସ୍ବାଭାବିକ କରାଯାଉଛି। ଆମେ ଧର୍ମଶାଲା ଯାଇ ଦଲାଇ ଲାମାଙ୍କୁ ଭେଟିବାକୁ ଯୋଜନା କରୁଛୁ। ଆମେ ମଧ୍ୟ ତିବ୍ଦତରେ ଦେଖାଦେଇଥିବା ସାଂସ୍କୃତିକ ବାଧା ବିଷୟରେ କହିବାକୁ ଚାହୁଁଛୁ।

ଗତ ବର୍ଷ ଅଗଷ୍ଟ ୩ ରେ ଫୋରମର ଦ୍ୱିତୀୟ ବୈଠକରେ ଭାଜପାର ସୁଶୀଲ ମୋଦୀ, ରାଜେନ୍ଦ୍ର ଅଗ୍ରୱାଲ, ତାପିର ଗାଓ ଏବଂ କେନ୍ଦ୍ର ମନ୍ତ୍ରୀ ତଥା ଆରଏସପି ନେତା ରାମଦାସ ଅଠାୱଲେଙ୍କ ସମେତ ୧୨ ଜଣ ଏମ୍‌ପି ଯୋଗ ଦେଇଥିଲେ। କୁମାର କହିଛନ୍ତି ଯେ ଏହି ବୈଠକରେ ଭାରତ ରତ୍ନ ସମ୍ମାନ ଦଲାଇ ଲାମାଙ୍କୁ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଫୋରମ ଏକ ପ୍ରସ୍ତାବ ପାରିତ କରିଛି। ସେ କହିଛନ୍ତି ଯେ ଭାରତୀୟ ସଂସଦର ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିବା ପାଇଁ ଦଲାଇ ଲାମାଙ୍କୁ ଆମନ୍ତ୍ରଣ କରାଯିବା ଉଚିତ। ଏଥିସହ ସେ କହିଛନ୍ତି ଯେ ଏହି ଫୋରମ ଲୋକସଭା ବାଚସ୍ପତି ଓମ ର୍ବିଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କୁ ଏମ୍‌ ପିମାନଙ୍କୁ ସମ୍ବୋଧିତ କରିବାକୁ ଦଲାଇ ଲାମାଙ୍କୁ ଆମନ୍ତ୍ରଣ କରିବା ଲାଗି ଅନୁରୋଧ କରିବ। ଫୋରମର କିଛି ସଦସ୍ୟ ମଧ୍ୟ ତାଇୱାନ ସହ ଏକାଠି ହେବା ଲାଗି ପ୍ରକାଶ କରିଥିଲେ।

ତାଇୱାନ ଏକ ଗୌରବମୟ ତଥା ଜୀବନ୍ତ ଗଣତନ୍ତ୍ର। ଚାଇନା ଏହାକୁ ଧମକାଇବା ଓ ଭୟଭୀତ କରିବାକୁ ଚେଷ୍ଟା କରୁଛି। ସେଥିପାଇଁ ତାଇୱାନର ଲୋକ ତଥା ସରକାରଙ୍କ ସହ ଏକଜୁଟ ହେବାର ଆବଶ୍ୟକତା ଅନୁଭବ କରିଛୁ ବୋଲି ବିଜେଡି ଏମ୍‌ପି କହିଛନ୍ତି। କୁମାର କହିଛନ୍ତି ଯେ ସେ ତିବ୍ଦତ ନୀତି ଅଧିନିୟମ ନାମକ ଏକ ଘରୋଇ ସଦସ୍ୟଙ୍କ ବିଲ ପ୍ରସ୍ତୁତ କରାଯାଇଛି। ଯାହା ତିବ୍ଦତ ସମ୍ବନ୍ଧୀୟ ପ୍ରସଙ୍ଗରେ ଭାରତ ସରକାରଙ୍କ ଦ୍ୱାରା ଏକ ସ୍ବତନ୍ତ୍ର ସଂଯୋଜକ ନିଯୁକ୍ତ କରିବାକୁ ଚେଷ୍ଟା କରୁଛି। ଏହାସହ ଭାରତରେ ତିବ୍ଦତୀୟ ଶରଣାର୍ଥୀଙ୍କ ଗଣତାନ୍ତ୍ରିକ କାର୍ଯ୍ୟକଳାପରେ ସହାୟତା କରିବାକୁ କେନ୍ଦ୍ରୀୟ ବଜେଟରେ ତିରିଶ ଲକ୍ଷ ଟଙ୍କା ଆବଣ୍ଟନ କରିବା ଲାଗି ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri