ଫେଲ୍‌ ମାରିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ଧାନ ପ୍ରସଙ୍ଗ ଆଲୋଚନା ହେଉ। ମଣ୍ଡିରୁ ଚାଷୀଙ୍କର ଧାନ ଉଠାଇବାକୁ ସରକାର ପ୍ରତିଶ୍ରୁତି ଦିଅନ୍ତୁ। ତା’ ପରେ ବିଧାନସଭା ଚାଲିବ। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ। ନଚେତ୍‌ ବିଧାନସଭା ଚଳାଇ ଦିଆଯିବ ନାହିଁ। ଏମିତି ଜିଦ୍‌ରେ ଅଡ଼ି ବସିଛନ୍ତି ବିରୋଧୀ ଓ ଶାସକ। ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। କେହି ନିଜ ଜିଦ୍‌ରୁ ନ ଓହରିବାରୁ ଲଗାତର ୪ ଦିନ ଲାଗି ବିଧାନସଭା ଅଚଳ ହୋଇଛି। ଧାନ କିଣା ବ୍ୟବସ୍ଥାକୁ ନେଇ ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ଆକ୍ରମଣ ଜାରି ରଖିଥିବା ବେଳେ ବିଧାନସଭାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବାରୁ ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ କ୍ଷମା ମାଗନ୍ତୁ ଦାବିରେ ଶାସକ ବିଜେଡି ସଦସ୍ୟମାନେ ବିଧାନସଭାରେ ହଟ୍ଟଗୋଳ କରୁଛନ୍ତି। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଧାନସଭା ରଣକ୍ଷେତ୍ର ପାଲଟି ଯାଉଛି। ଅଧା ମିନିଟ୍‌ କିମ୍ବା ଅତିବେଶିରେ ମିନିଟିଏ ଗୃହକାର୍ଯ୍ୟ ଆରମ୍ଭ ହୋଇ ମୁଲତବୀ ମୋଡକୁ ଚାଲି ଯାଉଛି। ବିରୋଧୀ ଓ ଶାସକ ଦଳ ସଭ୍ୟଙ୍କ ହଟ୍ଟଗୋଳରେ ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ, ବଜେଟ ଆଲୋଚନା ସବୁ କିଛି ଫିକା ପଡ଼ିଯାଉଛି। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି। ଗୃହକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍‌ ମାରିଛି। ବିନା ନିଷ୍କର୍ଷରେ ଦୀର୍ଘ ଆଲୋଚନା ଶେଷ ହୋଇଛି।
ମଙ୍ଗଳବାର ବିଧାନସଭାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସଭା କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ଧାନ ସମସ୍ୟାକୁ ନେଇ ଗୃହର ମଧ୍ୟଭାଗକୁ ଧସେଇ ପଶିଥିଲେ। ଶାସକ ଦଳର ସଦସ୍ୟମାନେ ମଧ୍ୟ ଭାଜପା ବିଧାୟକ କ୍ଷମା ମାଗିବା ଦାବିରେ ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ। ସମସ୍ତ ସଦସ୍ୟ ହଟ୍ଟଗୋଳରେ ମାତିଥିବାରୁ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ପାରି ନ ଥିଲେ। କିପରି ଗୃହକୁ ସ୍ବାଭାବିକ ଅବସ୍ଥାକୁ ଆଣିବେ ସେ କଥା ମଧ୍ୟ ବୁଝିପାରି ନ ଥିଲେ। କେବଳ ସଦସ୍ୟମାନଙ୍କୁ ଚାହିଁ ରହିବା ଛଡ଼ା ବାଚସ୍ପତିଙ୍କ ପାଖରେ କୌଣସି ଉପାୟ ନ ଥିଲା। ପରିସ୍ଥିତି ବିଗୁଡୁଥିବା ଦେଖି ବାଚସ୍ପତି ମାତ୍ର ୧ ମିନିଟ ପରେ ୧୦ଟା ୩୧ରୁ ୧୧ଟା ୩୦ ମିନିଟ୍‌ ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ ଓ ଶାସକ ସଭ୍ୟମାନେ ପୁଣି ହୋହଲ୍ଲା କରିଥିଲେ। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୧ଟା ୩୧ରୁ ପୁଣି ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୨ଟା ୧ ମିନିଟ୍‌ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଶାସକ ବିରୋଧୀ ହଟ୍ଟଗୋଳରେ ମାତି ଯାଇଥିଲେ। ବାଚସ୍ପତି ସଦସ୍ୟମାନଙ୍କୁ ନିଜ ସିଟ୍‌କୁ ଯିବାକୁ ଯେତେ ଅନୁରୋଧ କରିଥିଲେ ସୁଦ୍ଧା ପରିସ୍ଥିତିରେ ସୁଧାର ଆସି ନ ଥିଲା। ଗୃହରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କୃଷିମନ୍ତ୍ରୀ ଅରୁଣ ସାହୁ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରଣବ ପ୍ରକାଶ ଦାସ, ମୋହନ ମାଝି, ତାରା ପ୍ରସାଦ ବାହିନୀପତିଙ୍କୁ ବୈଠକରେ ଯୋଗଦେବାକୁ ଅନୁରୋଧ କରିଥିଲେ। ୧୨ଟା ୧ ମିନିଟ୍‌ରୁ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଥିଲା। ବୈଠକରେ ତିନି ଦଳ ଭିନ୍ନ ଭିନ୍ନ ଆଭିମୁଖ୍ୟ ପୋଷଣ କରିଥିଲେ। ବୈଠକରେ ପ୍ରଥମେ ଚାଷୀମାନଙ୍କ ଧାନ ଉଠାଇବା କଥା ଆଲୋଚନା କରିବାକୁ କଂଗ୍ରେସ ଦାବି କରିଥିଲା। ଅନ୍ୟପକ୍ଷରେ ବିଧାନସଭାର ମର୍ଯ୍ୟାଦା ହାନି ହୋଇଥିବା ଦର୍ଶାଇ ଭାଜପା ବିଧାୟକ ଗୃହରେ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଥିଲା। ଭାଜପା ଧାନ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇଥିଲା। କୌଣସି ଦଳ ନିଜ ଜିଦ୍‌ରୁ ଓହରିବାକୁ ରାଜି ନ ହେବାରୁ ବୈଠକରେ କୌଣସି ନିଷ୍କର୍ଷ ବାହାରିପାରୁ ନାହିଁ। ନିଜ ପ୍ରସ୍ତାବ ଗ୍ରହଣୀୟ ନ ହେବାରୁ କଂଗ୍ରେସ ସଦସ୍ୟ ବୈଠକର ଅଧାରୁ ଉଠି ଚାଲି ଯାଇଥିଲେ। ଦୀର୍ଘ ୧ ଘଣ୍ଟା କାଳ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। ପୁଣି ଅପରାହ୍ନରେ ସର୍ବଦଳୀୟ ବୈଠକ ବସିଥିଲା। ଅପରାହ୍ନ ୪ଟାରୁ ୫ଟା ଯାଏ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନାହିଁ। ଫଳରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ବୁଧବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳରାତ୍ରୀ ବେଶରେ ମା’: ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ସପ୍ତମ ଦିବସ ବୁଧବାର ଦେବୀ କାଳରାତ୍ରୀ ବେଶରେ ଦର୍ଶନ…

ମିଳୁନି ଗ୍ୟାସ୍‌ ସିଲିଣ୍ଡର, ବିକଳ୍ପ ଚୁଲା କଲେ ହୋଟେଲ ମାଲିକ, ଜାଣିଲେ ହୋଇଯିବ ତାଜୁବ

ବଲାଙ୍ଗୀର,୨୫ା୩(ବୀରେନ୍ଦ୍ର କୁମାର ଝାଙ୍କର): ଆମେରିକା-ଇସ୍ରାଏଲ-ଇରାନ୍‌ ଯୁଦ୍ଧ ପରେ ଭାରତରେ ଦେଖାଦେଇଥିବା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାର ପ୍ରଭାବ ବଲାଙ୍ଗୀରରେ ବିଶେଷକରି…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri