ବିଭିନ୍ନ ଦାବି ନେଇ ଅତିରିକ୍ତ ଜିଲାପାଳଙ୍କୁ ଦାବି ପତ୍ର ଦେଲା ନିଖିଳ ଓଡ଼ିଶା ବ୍ଳକ ସମ୍ପ୍ରସାରଣ ଅଧିକାରୀ ସଂଘ

ଭବାନୀପାଟଣା,୨।୧୧(ଉତ୍ତମ କୁମାର ଦାଶ): ନିଖିଳ ଓଡ଼ିଶା ବ୍ଳକ ସମ୍ପ୍ରସାରଣ ଅଧିକାରୀ ମିଳିତ ସମନ୍ବୟ ପରିଷଦ (ଏଓବିଇଓ/ଜେସିସି) କଳାହାଣ୍ଡି ଜିଲା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ସଂଘର ସଭାପତି ଗଣପତି ତାଣ୍ଡିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭବାନୀପାଟଣାରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଏହି ସମୟରେ ବ୍ଳକ ସ୍ତରର ବିଭିନ୍ନ କ୍ୟାଡ଼ରର ଅଧିକାରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଏଥିରେ ସମସ୍ତ ବିଏସଏସଓ, ଜିଡିପିଓ,ଏମଆଇ ଓ ଡବ୍ଲୁଇଓ ପ୍ରମୁଖ ସାମିଲ ଥିଲେ। ଏଥିରେ ସଂଘ ପକ୍ଷରୁ ପ୍ରାରମ୍ଭିକ ଦରମା ସ୍କେଲକୁ ପେ-ଲେଭଲ ୧୦ (୪୬୦୦ ଗ୍ରେଡ ପେ)କୁ ଉନ୍ନତ କରିବା, ସରକାରୀ ଦାୟିତ୍ୱ ଏବଂ କ୍ଷେତ୍ର ଗସ୍ତ ପାଇଁ ଯଥାଯଥ ଯାତ୍ରା ଭତ୍ତା ବା ଇନ୍ଧନ ବ୍ୟବସ୍ଥା ପ୍ରଦାନ କରିବା ଏବଂ ବ୍ଳକ ଉନ୍ନୟନ ଅଧିକାରୀ (ବିଡ଼ିଓ) ପଦବୀ ପାଇଁ ସୱତନ୍ତ୍ର ପଦୋନ୍ନତି ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଦାବି କରାଯାଇଛି। ଏହା ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ସୱାସ୍ଥ୍ୟ ବୀମା, କ୍ଷେତ୍ରସ୍ତରୀୟ କାର୍ଯ୍ୟ ପାଇଁ ଆଇନଗତ ସୁରକ୍ଷା ତଥା କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ କାର୍ଯ୍ୟାଳୟଗୁଡ଼ିକରେ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ), କନିଷ୍ଠ ସହାୟକ (ଜେଏ) ଏବଂ ପଞ୍ଚାୟତ ସାମାଜିକ ସୁରକ୍ଷା ଅଧିକାରୀ ନିଯୁକ୍ତ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି।ଅତିରିକ୍ତ ଜିଲାପାଳଙ୍କ ବ୍ୟତୀତ ଏହାର ଏକକିତା ନକଲ ସେମାନେ ଡ଼ିଏସଏସଓ,ଡିଡବ୍ଲୁଓ,ସିଏସଓ ଓ ଡିପିଓଙ୍କୁ ମଧ୍ୟ ପ୍ରଦାନ କରିଥିଲେ।

 

Dharitri – Odisha’s No.1 Odia Daily

 

Share