ଅଲ୍‌ ନ୍ୟୁ ୟେଜ୍‌ଦି ରୋଡ୍‌ଷ୍ଟର୍‌ର ଅନାବରଣ, ଯୁବବର୍ଗଙ୍କୁ କରିବ ଆକୃଷ୍ଟ

ଭୁବନେଶ୍ୱର,୧୨ା୮: କ୍ଲାସିକ୍‌ ଲିଜେଣ୍ଡସ ପ୍ରାଇଭେଟ ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ ତଥା ଜାଓ୍ବା ୟେଜ୍‌ଦି ମୋଟରସାଇକେଲର ବହୁ ପ୍ରତୀକ୍ଷିତ ମଡେଲ ‘ଅଲ ନ୍ୟୁ ୟେଜ୍‌ଦି ରୋଡ୍‌ଷ୍ଟର (୨୦୨୫ ୟେଜ୍‌ଦି ରୋଡ୍‌ଷ୍ଟର)’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁମ୍ବାଇଠାରେ ମଙ୍ଗଳବାର କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ଏହି ଅବସରରେ କମ୍ପାନୀର ବରିଷ୍ଠ ଅଧିକରୀ ଓ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଏହାର ଅନାବରଣ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ ୟେଜ୍‌ଦି ରୋଡ୍‌ଷ୍ଟର ସ୍ବତନ୍ତ୍ର ଥିମ୍‌ ‘ବର୍ନ ଆଉଟ୍‌ ଅଫ ଲାଇନ୍‌’ରେ ଡିଜାଇନ କରାଯାଇଛି। ଏଥିରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଓ ଫିଚର ସାମିଲ ରହିଛି। ସେହିଭଳି ଏହି ମଡେଲ ଏକ ଶକ୍ତିଶାଳୀ ଇଞ୍ଜିନ ଓ ବୃହତ୍‌ ଅଏଲ ଟ୍ୟାଙ୍କ୍‌(୧୨.୫ ଲି. କ୍ଷମତା) ସହ ଆକର୍ଷଣୀୟ ଡିଜାଇନ୍‌ରେ ସଜ୍ଜିତ ହୋଇଛି। ସେହିପରି ୨ଟି ଭାରିଆଣ୍ଟ ଓ ୪ଟି ଚିତ୍ତାକର୍ଷକ କଲରରେ ଏହି ମଡେଲ ସବୁବର୍ଗର ଗ୍ରାହକ ଓ ଯୁବବର୍ଗଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି ବ୍ରାଣ୍ଡ ପକ୍ଷରୁ ଆକଳନ କରାଯାଇଛି। ଏପରିକି ଏହାର ପ୍ରାରମ୍ଭିକ ବଜାର ମୂଲ୍ୟ ୨,୦୯,୯୬୯ ଟଙ୍କା ରହିଛି।

ଏ ସମ୍ପର୍କରେ ଜାଓ୍ବା ୟେଜ୍‌ଦି ମୋଟରସାଇକେଲର ସହପ୍ରତିଷ୍ଠାତା ଅନୁପମ ଥାରେଜା କହିଥିଲେ, ଆମେ ଆମର ନୂତନ ମଡେଲ ‘ଅଲ୍‌ ନ୍ୟୁ ୟେଜ୍‌ଦି ରୋଡ୍‌ଷ୍ଟର’କୁ ଆନୁଷ୍ଠାନିକ ଭାବେ ଅନାବରଣ କରାଇ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ଏହି ମଡେଲ ବଜାରରେ ଏକ ନୂଆ ଓ ବୈପ୍ଳବିକ ପରିବର୍ତ୍ତନ ସହ ଗାଡ଼ିଚାଳନା (ରାଇଡିଂ)ରେ ଏକ ସମ୍ଭାବନା ସୃଷ୍ଟି କରିବ। ଏହାର ଡିଜାଇନ ଓ କଲର ବେଶ୍‌ ଆକର୍ଷଣୀୟ ହୋଇଥିଲାବେଳେ ଲମ୍ବାରାସ୍ତାର ଯାତ୍ରା ପାଇଁ ଏହା ଏକ ଅଭିନବ ଅନୁଭବ ଦେବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

ଏହି ସ୍ଥାନରେ ଏବେ ବି ଶସ୍ତାରେ ମିଳୁଛି ସୁନା, ଭାରତ ତୁଳନାରେ ଏତେ କମ୍‌…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସୁନାର ମୂଲ୍ୟ ବଦଳୁଛି। ବଜେଟ ଦିନ, ଫେବୃଆରୀ 1 ଏବଂ 2 ରେ ଏକ ବଡ଼ ହ୍ରାସ ପରେ, ସୁନାର ମୂଲ୍ୟ ପୁଣି ଥରେ…

ବଡ଼ ଘୋଷଣା: ଏହି ରୁଟ୍‌ର ଟ୍ରେନ କ୍ୟାନସଲ୍‌, ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସାରା ଦେଶରେ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି ଏବଂ ଏକ ବଡ଼ ସଂଖ୍ୟାରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଯାତ୍ରା…

ଆହୁରି ଖସିବ ସୁନାଦର! ସରକାର ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କିଣିବେ କେବେ?

ନୂଆଦିଲ୍ଲୀ,୪।୨: ସରକାର ଶେଷରେ ସୁନା ଏବଂ ରୂପା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ ବୋର୍ଡ (CBIC) ଦ୍ୱାରା ଜାରି…

UPIକୁ ନେଇ ବଡ଼ ଅପଡେଟ୍‌: ଏଣିକି ମିଳିବ ଏହି ସୁବିଧା, ଲାଭବାନ ହେବେ…

ନୂଆଦିଲ୍ଲୀ,୪।୨: ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମ ଖୁବଶୀଘ୍ର ଏକ ନୂତନ ବିଶ୍ୱସ୍ତରୀୟ ପରିଚୟ ହାସଲ କରିପାରେ। ସୂଚନା ଅନୁଯାୟୀ ସରକାର ଭାରତୀୟ ଉପଭୋକ୍ତାମାନଙ୍କୁ ଦେଶ ଭିତରେ ଯେପରି…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ: ୮ ବର୍ଷ ମଧ୍ୟରେ ଟଙ୍କା ମୂଲ୍ୟରେ ସବୁଠାରୁ ବଡ଼ ସୁଧାର

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବାଣିଜ୍ୟ ଚୁକ୍ତି ଭାରତୀୟ ମୁଦ୍ରା ‘ଟଙ୍କା’ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି। ମଙ୍ଗଳବାର ବଜାର ବନ୍ଦ ହେବା ବେଳକୁ…

ଆଇଆଇଟି ରିପୋର୍ଟରେ ଟିପିସିଓଡିଏଲ୍‌ର କାର୍ଯ୍ୟଦକ୍ଷତାକୁ ସ୍ବୀକୃତି

ଭୁବନେଶ୍ୱର,୩ା୨(ଅନୁରାଧା ମହାରଣା): ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପରେ ଷ୍ଟକ ମାର୍କେଟରେ ଫେରିଛି ଖୁସି, ସେନସେକ୍ସ ୨୪୦୦ ପଏଣ୍ଟ ଟପିଛି, ବୃଦ୍ଧି ପାଇଛି ନିଫ୍ଟି

ନୂଆଦିଲ୍ଲୀ,୩।୨: ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଅନୁଭୂତ ହେଉଛି। ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଭାରତୀୟ ଷ୍ଟକ ବଜାରରେ ଏକ ବଡ଼ ବୃଦ୍ଧି ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri