ଅଲ୍‌ ନ୍ୟୁ ହୋଣ୍ଡା ଆମେଜ୍‌ର ଅନାବରଣ

ନୂଆଦିଲ୍ଲୀ,୫।୧୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଆମେଜ୍‌ (ଥାର୍ଡ ଜେନେରେଶନ ହୋଣ୍ଡା ଆମେଜ)ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଭାରତରେ ଏହାର ନୂତନ ପିଢ଼ି ହୋଣ୍ଡୋ ଆମେଜ୍‌ର ବୈଶ୍ୱିକ ଶୁଭାରମ୍ଭ ହୋଇଯାଇଛି, ଯାହା ହୋଣ୍ଡା ପାଇଁ ବୈଶ୍ୱିକସ୍ତରରେ ଏକ ପ୍ରମୁଖ ବଜାର ଏବଂ ନୂଆ ମଡେଲ ଶୁଭାରମ୍ଭ କରିବାରେ ପ୍ରଥମ ରାଷ୍ଟ୍ର ହୋଇପାରିଛି।

ଏ ସମ୍ପର୍କରେ ତାକୁୟା ସୁମୁରା ପ୍ରେସିଡେଣ୍ଟ ତଥା ସିଇଓ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ କହିଛନ୍ତି, ଆମେ ଆମର ଅଲ୍‌ ନ୍ୟୁ ଆମେଜ୍‌ର ଉପସ୍ଥାପନକରି ଅତ୍ୟନ୍ତ ଉଲ୍ଲସିତ ମନେକରୁଛୁ। ଏପରିକି ଏହା ଏକ ସେଡାନ, ଯାହା ଷ୍ଟାଇଲିଂ, ନିରାପତ୍ତା, କନେକ୍ଟିଭିଟି, ଗାଡ଼ି ଚାଳନା ଏବଂ ସ୍ବାଚ୍ଛନ୍ଦ୍ୟ ଆଦି ସମସ୍ତ ମାନକରେ ସମସ୍ତଙ୍କଠାରୁ ଆଗରେ ରହିବାକୁ ଯାଉଛି।

ଆମେଜ୍‌ ସର୍ବଦା ଭାରତୀୟ ଗ୍ରାହକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଆସିଛି ଏବଂ ଏହି ନୂଆ ପିଢ଼ିର ମଡେଲ ସେମାନଙ୍କର ପରିବର୍ତ୍ତିତ ଆବଶ୍ୟକତା ପୂରଣ କରିବା ନିମନ୍ତେ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ନୂଆ ଆମେଜ୍‌ ଏକ ନୂଆ ମାନକ ସ୍ଥାପନ କରିବ ଏବଂ ଭାରତରେ ହୋଣ୍ଡାର ପରମ୍ପରାକୁ ମଜଭୁତ କରିବା ପ୍ରକ୍ରିୟା ଜାରି ରଖିବା ନେଇ ଆମେ ଦୃଢ଼ ନିଶ୍ଚିତ ରହିଛୁ। ଏହି ଶ୍ରେଣୀରେ ପ୍ରଥମ ଥର ପାଇଁ ଆମେ ହୋଣ୍ଡା ସେନସିଂ ଆଣି ଆନନ୍ଦ ଅନୁଭବ କରୁଛୁ, ଯାହା ଆମେଜ୍‌ ପାଇଁ ଆମର ନିରାପତ୍ତା ଏବଂ ଡ୍ରାଇଭର ସହାୟତା ପ୍ରଯୁକ୍ତି ସମୂହର ଏକ ଉନ୍ନତ ବୈଶିଷ୍ଟ୍ୟ ହୋଇଛି।

ଏହି ଆପ୍ଲିକେଶନ ସହ ଆମେ ଭାରତରେ ଆଣୁଥିବା ଆମର ସମସ୍ତ ଗାଡ଼ିରେଏଡିଏଏସ୍‌ ପ୍ରଯୁକ୍ତିକୁ ବ୍ୟବହାର କରିଛୁ ଏବଂ ହୋଣ୍ଡା ଆମେଜ ଭାରତରେ ସର୍ବାଧିକ ସୁଲଭ ଏଡିଏଏସ୍‌ ସମର୍ଥିତ କାର ହୋଇଛି। ଏହାର ଦମ୍‌ଦାର ୩-ବକ୍ସ ଡିଜାଇନ ସହ ଆମେଜ୍‌ ଏକ ସେଡାନ ଆକାର ପ୍ରଦାନ କରୁଛି, ଯାହା ୪ମିଟର ଲମ୍ବରୁ କମ ରହିବା ସମୟରେ ଏକ ଉଚ୍ଚତର କ୍ଲାସ୍‌କୁ ପ୍ରତିଫଳିତ କରୁଛି। ଏହା ପ୍ରଗତିଶୀଳ ଓ କ୍ଲାସି ଭଳି ପ୍ରମୁଖ ବିଶେଷତ୍ୱକୁ ବହନ କରୁଛି ଏବଂ ଏହାର ସ୍ପୋର୍ଟି ଏକ୍ସଟେରିୟର ଡିଜାଇନ, ବିଳାସପୂର୍ଣ୍ଣ ଓ ସ୍ପେସିୟସ ଇଣ୍ଟେରିଅର, ଉନ୍ନତ ନିରାପତ୍ତା ପ୍ରଯୁକ୍ତି ଓ ବୈଶିଷ୍ଟ୍ୟ ସମୂହ ଏବଂ ସ୍ବାଚ୍ଛନ୍ଦ୍ୟମୂଳକ ତଥା ଭରସାଯୋଗ୍ୟ ଗାଡ଼ି ଚଢ଼ିବାର ଏକ ଆଉଟକ୍ଲାସ୍‌ ପ୍ରିମିୟମ ଅନୁଭୂତି ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri