ଅଲ୍‌ ନ୍ୟୁ ହୋଣ୍ଡା ଆମେଜ୍‌ର ଅନାବରଣ

ନୂଆଦିଲ୍ଲୀ,୫।୧୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଆମେଜ୍‌ (ଥାର୍ଡ ଜେନେରେଶନ ହୋଣ୍ଡା ଆମେଜ)ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଭାରତରେ ଏହାର ନୂତନ ପିଢ଼ି ହୋଣ୍ଡୋ ଆମେଜ୍‌ର ବୈଶ୍ୱିକ ଶୁଭାରମ୍ଭ ହୋଇଯାଇଛି, ଯାହା ହୋଣ୍ଡା ପାଇଁ ବୈଶ୍ୱିକସ୍ତରରେ ଏକ ପ୍ରମୁଖ ବଜାର ଏବଂ ନୂଆ ମଡେଲ ଶୁଭାରମ୍ଭ କରିବାରେ ପ୍ରଥମ ରାଷ୍ଟ୍ର ହୋଇପାରିଛି।

ଏ ସମ୍ପର୍କରେ ତାକୁୟା ସୁମୁରା ପ୍ରେସିଡେଣ୍ଟ ତଥା ସିଇଓ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ କହିଛନ୍ତି, ଆମେ ଆମର ଅଲ୍‌ ନ୍ୟୁ ଆମେଜ୍‌ର ଉପସ୍ଥାପନକରି ଅତ୍ୟନ୍ତ ଉଲ୍ଲସିତ ମନେକରୁଛୁ। ଏପରିକି ଏହା ଏକ ସେଡାନ, ଯାହା ଷ୍ଟାଇଲିଂ, ନିରାପତ୍ତା, କନେକ୍ଟିଭିଟି, ଗାଡ଼ି ଚାଳନା ଏବଂ ସ୍ବାଚ୍ଛନ୍ଦ୍ୟ ଆଦି ସମସ୍ତ ମାନକରେ ସମସ୍ତଙ୍କଠାରୁ ଆଗରେ ରହିବାକୁ ଯାଉଛି।

ଆମେଜ୍‌ ସର୍ବଦା ଭାରତୀୟ ଗ୍ରାହକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଆସିଛି ଏବଂ ଏହି ନୂଆ ପିଢ଼ିର ମଡେଲ ସେମାନଙ୍କର ପରିବର୍ତ୍ତିତ ଆବଶ୍ୟକତା ପୂରଣ କରିବା ନିମନ୍ତେ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ନୂଆ ଆମେଜ୍‌ ଏକ ନୂଆ ମାନକ ସ୍ଥାପନ କରିବ ଏବଂ ଭାରତରେ ହୋଣ୍ଡାର ପରମ୍ପରାକୁ ମଜଭୁତ କରିବା ପ୍ରକ୍ରିୟା ଜାରି ରଖିବା ନେଇ ଆମେ ଦୃଢ଼ ନିଶ୍ଚିତ ରହିଛୁ। ଏହି ଶ୍ରେଣୀରେ ପ୍ରଥମ ଥର ପାଇଁ ଆମେ ହୋଣ୍ଡା ସେନସିଂ ଆଣି ଆନନ୍ଦ ଅନୁଭବ କରୁଛୁ, ଯାହା ଆମେଜ୍‌ ପାଇଁ ଆମର ନିରାପତ୍ତା ଏବଂ ଡ୍ରାଇଭର ସହାୟତା ପ୍ରଯୁକ୍ତି ସମୂହର ଏକ ଉନ୍ନତ ବୈଶିଷ୍ଟ୍ୟ ହୋଇଛି।

ଏହି ଆପ୍ଲିକେଶନ ସହ ଆମେ ଭାରତରେ ଆଣୁଥିବା ଆମର ସମସ୍ତ ଗାଡ଼ିରେଏଡିଏଏସ୍‌ ପ୍ରଯୁକ୍ତିକୁ ବ୍ୟବହାର କରିଛୁ ଏବଂ ହୋଣ୍ଡା ଆମେଜ ଭାରତରେ ସର୍ବାଧିକ ସୁଲଭ ଏଡିଏଏସ୍‌ ସମର୍ଥିତ କାର ହୋଇଛି। ଏହାର ଦମ୍‌ଦାର ୩-ବକ୍ସ ଡିଜାଇନ ସହ ଆମେଜ୍‌ ଏକ ସେଡାନ ଆକାର ପ୍ରଦାନ କରୁଛି, ଯାହା ୪ମିଟର ଲମ୍ବରୁ କମ ରହିବା ସମୟରେ ଏକ ଉଚ୍ଚତର କ୍ଲାସ୍‌କୁ ପ୍ରତିଫଳିତ କରୁଛି। ଏହା ପ୍ରଗତିଶୀଳ ଓ କ୍ଲାସି ଭଳି ପ୍ରମୁଖ ବିଶେଷତ୍ୱକୁ ବହନ କରୁଛି ଏବଂ ଏହାର ସ୍ପୋର୍ଟି ଏକ୍ସଟେରିୟର ଡିଜାଇନ, ବିଳାସପୂର୍ଣ୍ଣ ଓ ସ୍ପେସିୟସ ଇଣ୍ଟେରିଅର, ଉନ୍ନତ ନିରାପତ୍ତା ପ୍ରଯୁକ୍ତି ଓ ବୈଶିଷ୍ଟ୍ୟ ସମୂହ ଏବଂ ସ୍ବାଚ୍ଛନ୍ଦ୍ୟମୂଳକ ତଥା ଭରସାଯୋଗ୍ୟ ଗାଡ଼ି ଚଢ଼ିବାର ଏକ ଆଉଟକ୍ଲାସ୍‌ ପ୍ରିମିୟମ ଅନୁଭୂତି ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା, ଆଜିଠୁ BSNL ବନ୍ଦ କଲା ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ,୧୫।୧:ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି।  ଏହି ସରକାରୀ ଟେଲିକମ କମ୍ପାନୀ ଆଜିଠାରୁ ଏହାର ଗୋଟିଏ ସେବା...

ଉତ୍ତର ଭାରତରେ ରାମରାଜ ଇନର ଓ୍ବେର ରେଞ୍ଜ

ନୂଆଦିଲ୍ଲୀ,୧୫।୧: ଦେଶର ପାରମ୍ପରିକ ତଥା ସାଂସ୍କୃତିକ ପୋଷାକର ଏକ ପ୍ରମୁଖ ବା ପ୍ରିମିୟମ ବ୍ରାଣ୍ଡ୍‌ ‘ରାମରାଜ କଟନ୍‌’ ଉତ୍ତର ଭାରତ (ଉତ୍ତରାଞ୍ଚଳ ବଜାର)ରେ ବ୍ରାଣ୍ଡ୍‌ର ଇନର...

ମୁଥୁଟ୍‌ ଫାଇନାନ୍ସକୁ ଗ୍ରେଡ୍‌ ପ୍ଲେସ୍‌ ଟୁ ଓ୍ବାର୍କର ମାନ୍ୟତା

ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଫାଇନାନ୍ସିଆଲ ସର୍ଭିସ୍‌ ବ୍ରାଣ୍ଡ ମୁଥୁଟ୍‌ ଫାଇନାନ୍ସକୁ ନିକଟରେ ଆଉ ଏକ ସମ୍ମାନ ‘ଗ୍ରେଡ୍‌ ପ୍ଲେସ୍‌ ଟୁ...

ରିଲାଏନ୍ସ ଜୁଏଲ୍ସର ଡ୍ରିମ୍‌ ଡାଇମଣ୍ଡ ସେଲ୍‌

ମୁମ୍ବାଇ,୧୫।୧ (ଅଭୟ ଦାଶ): ରିଲାଏନ୍ସ ଜୁଏଲ୍ସର ବହୁ ପ୍ରତୀକ୍ଷିତ ତଥା ବାର୍ଷିକ ଅଭିଯାନ ‘ଡ୍ରିମ୍‌ ଡାଇମଣ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି...

ମହାକୁମ୍ଭ ସହ ଆର୍‌ସିପିଏଲ୍‌ ବୁଝାମଣା

ମୁମ୍ବାଇ,୧୫।୧: ଦୀର୍ଘ ୧୨ବର୍ଷ ପରେ ଚଳିତ ବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ କୁମ୍ଭମେଳା ‘ମହାକୁମ୍ଭ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ...

ରେପୋ ରେଟ୍‌ରେ ୦.୨୫% ହ୍ରାସ ଆଶଙ୍କା

ଭୁବନେଶ୍ୱର,୧୫ା୧(ଅନୁରାଧା ମହାରଣା): ଗୋଟିଏ ପଟେ ଦରବୃଦ୍ଧି ଓ ଅନ୍ୟପଟେ ଅର୍ଥ ବ୍ୟବସ୍ଥାରେ ସୁଧାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପାଇଁ ଚିନ୍ତାର କାରଣ ପାଲଟିଛି। ଅର୍ଥବ୍ୟବସ୍ଥାରେ...

କାଙ୍ଗାଳ କଲା ଶେୟାର ମାର୍କେଟ, ୧୦୦ ଦିନରେ ନିବେଶକଙ୍କ ୬୦ ଲକ୍ଷ କୋଟି ବୁଡ଼ିଲା

ନୂଆଦିଲ୍ଲୀ,୧୪।୧: ମକର ସଂକ୍ରାନ୍ତି ଅର୍ଥାତ ୧୪ ଜାନୁଆରୀରେ ଶେୟାର ବଜାରରେ ସାମାନ୍ୟ ବୃଦ୍ଧି ଘଟଛି। ହେଲେ ଗତ କିଛି ଦିନ ମଧ୍ୟରେ ସେନସେକ୍ସ ଏବଂ ନିଫ୍ଟି...

Paytm ର ବଡ଼ ଘୋଷଣା, କ୍ରେଡିଟ୍‌ କାର୍ଡରୁ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୧୪।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ସମୟରେ, ଡିଜିଟାଲ ପେମେଣ୍ଟକୁ ସହଜ କରିବା ପାଇଁ Paytm ଏକ ନୂଆ ସାଉଣ୍ଡବକ୍ସ ଏବଂ QR କୋଡ ସିଷ୍ଟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri