‘ଅଲ୍‌ ଇଜ୍‌ ଓ୍ବେଲ୍‌’

ମୁମ୍ବାଇ: କଥାରେ ଅଛି ‘ବଡ଼ ଘର ବଡ଼ ଗୁମର କଥା’। ତାକୁ ଭେଦିବା କାଠିକର ପାଠ। ଆମେ କହୁଛୁ ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ କଥା। କିଛି ମାସ ହେଲାଣି ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଏବଂ ବୋହୂ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଫାଟ ନେଇ ଖବର ପ୍ରକାଶ ପାଉଥିଲା। ଖାଲି ଏତିକି ନୁହେଁ କଥା ଛାଡ଼ପତ୍ର ଯାଏ ପହଞ୍ଚିଥିବା ଚର୍ଚ୍ଚା ଜୋର ଧରିଥିଲା। ଉଭୟଙ୍କ ପ୍ରଶଂସକ ବି ମନଉଣା କରି ଦୁଃଖ ପ୍ରକାଶ କରିଆସୁଥିଲେ। ହେଲେ ଏବେ ‘ଅଲ୍‌ ଇଜ୍‌ ଓ୍ବେଲ୍‌’।

କହିବାର ତାତ୍ପର୍ଯ୍ୟ ଗୁରୁବାର ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲର ବାର୍ଷିକ ଉତ୍ସବ ଥିଲା। ଏଠାରେ ସବୁ କଳାକାରଙ୍କ ଭଳି ଅଭିଷେକ-ଐଶ୍‌ଙ୍କ ଲଳନା ଆରାଧ୍ୟା ମଧ୍ୟ ପାଠ ପଢ଼ୁଛନ୍ତି। ଏଣୁ ପିତାମାତା ଭାବେ ବାର୍ଷିକ ଉତ୍ସବରେ ଦୁହେଁ ଅମିତାଭଙ୍କ ସହ ପହଞ୍ଚିଥିଲେ। ସେମାନେ ପାଖାପାଖି ବସିଥିଲେ। ଝିଅଙ୍କ ପ୍ରୋଗ୍ରାମକୁ ମନଭରି ଉପଭୋଗ କରିବା ସହ ମନଖୋଲି ନାଚିଥିଲେ। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

କିଛି ଭିଡିଓରେ ଐଶ୍‌ ଝିଅଙ୍କ ପ୍ରୋଗ୍ରାମର ଭିଡିଓ କରୁଥିବା ଦେଖାଯାଇଛି। ସେହିଭଳି ଆଉ କିଛିରେ ଶାହାରୁଖ ଖାନଙ୍କ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ର ଗୀତ ‘ଦିବାନଗୀ ଦିବାନଗୀ’ରେ ଦୁହେଁ ନାଚୁଥିବା ନଜର ଆସୁଛି। ଉଭୟ ବେଶ ଖୁସି ଲାଗୁଛନ୍ତି। ଏହାକୁ ଦେଖି ପ୍ରଶଂସକ ଆଶ୍ୱସ୍ତ ହୋଇଛନ୍ତି। ଦୁହିଁଙ୍କ ଛାଡ଼ପତ୍ର ଖବର ଗୁଜବ ଭୁଲ। ସେ ଯାହା ବି ହେଉନା କାହିଁକି ଯେଉଁ ପର୍ଯ୍ୟନ୍ତ ଆଧିକାରୀକ ଭାବେ କିଛି ପ୍ରକାଶ କରାଯାଇନାହିଁ, କୌଣସି ନିଷ୍କର୍ସରେ ପହଞ୍ଚିବା ଠିକ୍‌ ନୁହେଁ ବୋଲି ଅନେକେ କହୁଛନ୍ତି।

 

View this post on Instagram

 

A post shared by Nidhii (@srkiannidhii)


Enter your email to get our daily news in your inbox.

All Right Reserved By Dharitri.Com

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri