ସର୍ବ ଭାରତୀୟ ସ୍ତର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ବନ୍ଦ ଡାକରା : ୨୦ରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ

ଦେବଗଡ଼,୧୭।୫ (ଶଶାଙ୍କ ଶେଖର ଝାଙ୍କର): ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଡାକରେ ଦେବଗଡ଼ ଜିଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘ ପକ୍ଷରୁ ଏକାଧିକ ଦାବg ନେଇ ଆସନ୍ତା  ୨୦ ତାରିଖ  ଜିଲାର ସମସ୍ତ ଔଷଧ ଦୋକାନ ବନ୍ଦ ରହିବା ଏ ନେଇ ନେଇ ଜିଲା ସଙ୍ଘ ପକ୍ଷରୁ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ଔଷଧର ଅନ ଲାଇନ ବିକ୍ରୟ ବନ୍ଦ, କର୍ପୋରେଟ ସଂସ୍ଥା ଦ୍ୱାରା ଗଭୀର ରିହାତି ବନ୍ଦ କରିବା ଓ ବଜାରରୁ ନକଲି ଔଷଧ ଏଡାଇବା ଆଦି ଦାବି ନେଇ ସର୍ବ ଭାରତୀୟ ସ୍ତରର ବନ୍ଦ ଡାକରାକୁ ସମର୍ଥନ କରି ଜିଲା ଔଷଧ ଦୋକାନୀ ସଙ୍ଘ ପକ୍ଷରୁ ୨୦ ତାରିଖ  ଜିଲାର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ । ତେବେ ଜରୁରୀ କାଳୀନ କ୍ଷେତ୍ରରେ ଏହା କୋହଳ କରାଯିବା ନେଇ ଜିଲା ସଙ୍ଘ ନିଷ୍ପତ୍ତି ନେଇଛି l ଏ ସମ୍ପର୍କରେ ଦେବଗଡ଼ ଜିଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘ ସଭାପତି ମୋତିଲାଲ ଶର୍ମା ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି l

Dharitri – Odisha’s No.1 Odia Daily

Share